ଭାଇରାଲ ଫୁଡ୍‌: ଡାଲଗୋନା ପରେ ଟ୍ରେଣ୍ଡ କରୁଛି `ନେଚର ସିରିଅଲ୍‌’

ଗତ ବର୍ଷ ୨୦୨୦ରେ ଚା’ ଠାରୁ ଆରମ୍ଭ କରି ଡାଲଗୋନା କଫି ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଥିଲା। ଲକଡାଉନ ବେଳେ ଅଧିକା ମାଇଲେଜ ନେଇଥିଲା ଡାଲଗୋନା କଫିର ରେସିପି। ଏବେ ଡାଲଗୋନାକୁ ପଛରେ ପକାଇ ଲୋକପ୍ରିୟତା ହାସଲ କରିଛି `ନେଚର ସିରିଅଲ’। ଅନ୍ୟ ଭାଇରାଲ ଫୁଡ୍‌ ଭଳି ଏହି ଫୁଡ୍‌ ମଧ୍ୟ ଏବେ ସୋଶାଲ ମିଡିଆରେ ଟ୍ରେଣ୍ଡ କରୁଛି।

ପ୍ରକୃତରେ `ନେଚର ସିରିଅଲ’ ହେଉଛି ଏକ ରେସିପି। ସୋଶାଲ ମିଡିଆରେ ଏହି ରେସିପିର ଏବେ ଜୋରଦାର ଚାହିଦା ରହିଛି। କେବଳ ସେତିକି ନୁହେଁ ଡାଏଟ୍‌ କରୁଥିବା ବ୍ୟକ୍ତି ଏହାକୁ ପ୍ରଶଂସା ମଧ୍ୟ କରୁଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ଫୁଡ୍‌କୁ କିଭଳି ତିଆରି କରାଯାଉଛି।

ସତେଜ ଫଳ, ୧/୨ କପ୍ ନଡିଆ ପାଣି ସହ ୧/୨ କପ୍ ଷ୍ଟ୍ରବେରୀ,୧/୨ କପ୍ ବ୍ଲାକବେରୀ, ୧/୨ କପ୍ ଡାଳିମ୍ବ, ୧/୨ କପ୍ ବ୍ଲୁ ବେରୀ ଏବଂ ୧/୨ କପ୍ ବରଫ ଖଣ୍ଡ ମିଶାନ୍ତୁ।  ଆପଣ ଚାହିଁଲେ ଆପଣଙ୍କ ପସନ୍ଦ ମୁତାବକ ଏଥିରେ ଫଲ ମିଶାଇ ପାରିବେ। ଏହାପରେ ଏକ କାଠ ପାତ୍ରରେ ଏସମସ୍ତ ମିଶ୍ରଣକୁ ଏକାଠି କରି ରଖନ୍ତୁ।

ଡାଏଟ କରୁଥିବା ବ୍ୟକ୍ତିଙ୍କ ପାଇଁ ଏହା ବେଶ୍‌ ଉପକାରୀ। ଏହି ନେଚର ସିରିଅଲ ଖାଇବାକୁ ଯେତିକି ସ୍ୱାଦିଷ୍ଟ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ସେତିକି ହିତକର। ଏବେ `ନେଚର ସିରିଅଲ’ ରେସିପିର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। ସମସ୍ତେ ଏହି ଫୁଡ୍‌କୁ ତିଆରି କରିବା ପାଇଁ ଚେଷ୍ଟା କରୁଛନ୍ତି।

ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ନେଚର ସିରିଅଲରେ ଥିବା ନଡିଆ ପାଣି ଆପଣଙ୍କୁ ଶକ୍ତି ପ୍ରଦାନ କରିବ। ଏଥିସହ ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଥିବା ଏହି ଫୁଡ୍‌ ଆପଣଙ୍କ ତ୍ୱଚା ଏବଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟୀ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।