ପ୍ରଧାନମନ୍ତ୍ରୀ ମୋଦିଙ୍କ ଇନଷ୍ଟା ଷ୍ଟୋରୀରେ ହର୍ଲୀନ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଭାରତୀୟ ମହିଳା କ୍ରିକେଟର୍ ହର୍ଲୀନ ଦେଓଲ୍ ଇଂଲଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଆକର୍ଷଣୀୟ କ୍ୟାଚ୍ ଧରି ଫ୍ୟାନଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି। ସଚିନ୍ ତେନ୍ଦୁଲକର, ହରଭଜନ ସିଂହ, ଭିଭିଏସ୍ ଲକ୍ଷ୍ମଣଙ୍କ ସମେତ ଅନେକ କ୍ରିକେଟର ହର୍ଲୀନଙ୍କ ଏହି ଅବିଶ୍ୱସନୀୟ କ୍ୟାଚକୁ ଖୁବ୍ ପ୍ରଶଂସା କରିଛନ୍ତି। ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ମହିଳା କ୍ରିକେଟରେ କ୍ୟାଚରେ ଶତମୁଖ ହୋଇଛନ୍ତି।

ହର୍ଲୀନଙ୍କ ଦ୍ୱାରା ଧରାଯାଇଥିବା କ୍ୟାଚକୁ ପିଏମ୍ ମୋଦି ନିଜ ଇନଷ୍ଟା ଷ୍ଟୋରିରେ ଶେଆର୍ କରିଛନ୍ତି ଏବଂ ତାଙ୍କର ଖୁବ୍ ପ୍ରଶଂସା ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟରଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି, ‘ଅଦ୍ଭୁତ, ବହୁତ ବଢ଼ିଆ।’

Prime Minister Narendra Modi Praises Harleen Deol For Her "Phenomenal"  Catch At The Boundary Line Against England

ଶୁକ୍ରବାର ନର୍ଥହାମ୍ପଟନର କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୧୮ ରନରେ ଇଂଲଣ୍ଡ ନିକଟରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚରେ ୨୩ ବର୍ଷୀୟା ହର୍ଲୀନ୍ ଏକ ଜବରଦସ୍ତ କ୍ୟାଚ୍ ଧରିଥିଲେ, ଯାହା ଖୁବ୍ ଚର୍ଚ୍ଚା ସାଉଁଣ୍ଟିଥିଲା। ଶିଖା ପାଣ୍ଡେଙ୍କ ବଲରେ ଇଂଲଣ୍ଡ ମହିଳା ଟିମର ବ୍ୟାଟ୍ସମ୍ୟାନ୍ ଆମୀ ଜୋନ୍ସ ଲଙ୍ଗ୍ ଅଫକୁ ଶଟ୍ ମାରିଥିଲେ। ସମସ୍ତଙ୍କୁ ଲାଗୁଥିଲା ଏହା ଛକା ହୋଇଯିବ, କିନ୍ତୁ ଲଙ୍ଗ୍ ଅଫରେ ଫିଲ୍ଡିଂ କରୁଥିବା ହର୍ଲୀନ୍ ଡାଇଭ୍ ମାରି କ୍ୟାଚକୁ ଧରି ନେଇଥିଲେ। ବାଉଣ୍ଡ୍ରୀ ଲାଇନ୍ ପାଖରେ ସେ ନିଜକୁ ବାଲାନ୍ସ କରି ଏହି କମାଲ୍ କ୍ୟାଚ୍ ଧରିଥିଲେ।

ହର୍ଲୀନଙ୍କ ଏହି କ୍ୟାଚର ଭିଡିଓ ସୋଶାଲ ମିଡିଆରେ ଖୁବ୍ ଭାଇରାଲ୍ ହୋଇଛି। ଏହି କାରଣରୁ ପ୍ରଧାନମନ୍ତ୍ରୀ ମୋଦି କ୍ରିକେଟରଙ୍କୁ ପ୍ରଶଂସା କରିବାକୁ ପଛାଇ ନାହାନ୍ତି। ଇଂଲଣ୍ଡ ମହିଳ ଦଳର ଓପନିଂ ବ୍ୟାଟ୍ସମ୍ୟାନ୍ ଡାନିଏଲ ୟାଟ୍ଟ ମଧ୍ୟ ହର୍ଲୀନଙ୍କ ଏହି ଆକର୍ଷଣୀୟ କ୍ୟାଚର ପ୍ରଶଂସା କରିଛନ୍ତି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।