ଲାରାଙ୍କୁ ସ୍କୁଟିରେ ବୁଲାଇବାକୁ ବାହାରିଲେ ସଚିନ୍ ତେନ୍ଦୁଲକର

ନୂଆଦିଲ୍ଲୀ: ରାୟପୁର ଶହୀଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ୱାର୍ଲ୍ଡ ରୋଡ ସେଫ୍ଟୀ ସିରିଜ ଟି-୨୦ ଟୁର୍ଣ୍ଣାମେଣ୍ଟ ଚାଲିଛି। ଟୁର୍ଣ୍ଣାମେଣ୍ଟରେ ଶ୍ରୀଲଙ୍କା, ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଦକ୍ଷିଣ ଆଫ୍ରିକା, ଭାରତ ଓ ବାଂଲାଦେଶ ଟିମ୍ ଭାଗ ନେଉଛନ୍ତି। ଫାଇନାଲ ମୁକାବିଲା ଆଜି ଇଣ୍ଡିଆ ଲିଜେଣ୍ଡସ୍ ଓ ଶ୍ରୀଲଙ୍କା ଲିଜେଣ୍ଡସ୍ ମଧ୍ୟରେ ଖେଳାଯିବ।

ଏହାରି ଭିତରେ ଇଣ୍ଡିଆ ଲିଜେଣ୍ଡସ୍ ଟିମର କ୍ୟାପଟେନ୍ ସଚିନ୍ ତେନ୍ଦୁଲକର ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯେଉଁଥିରେ ତାଙ୍କ ସହ ୱିଣ୍ଡିଜ୍ ଲିଜେଣ୍ଡସ୍ ଟିମର କ୍ୟାପଟେନ୍ ବ୍ରାଏନ୍ ଲାରା ଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ସଚିନ୍ ଓ ଲାରା ଲୋକଙ୍କୁ ବାଇକ୍ ଚଳାଉଥିବା ବେଳେ ହେଲମେଟର ଉପଯୋଗିତା ସମ୍ବନ୍ଧରେ ସଚେତନ କରାଉଛନ୍ତି। ଏହି ଭିଡିଓ ସୋଶାଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି।

ଖୋଦ୍ ସଚିନ୍ ନିଜର ଟ୍ୱିଟର୍ ଆକାଉଣ୍ଟରେ ଏହି ଭିଡିସ ପୋଷ୍ଟ କରିଛନ୍ତି। ଏହି ଭିଡିଓରେ ସଚିନଙ୍କୁ ନିଜ ହୋଟଲେ ବାହାରେ ଏକ ସ୍କୁଟି ଉପରେ ବସିଥିବାର ଦେଖିବାକୁ ମିଳିଛି ଏବଂ ପଛପଟୁ ଲାରା ଆସୁଛନ୍ତି। ଲାରା ସଚିନଙ୍କୁ ସ୍କୁଟିରେ ଯିବା ପାଇଁ କହୁଛନ୍ତି। କିନ୍ତୁ ସଚିନ୍ ଲାରାଙ୍କୁ ହେଲମେଟ କଥା ପଚାରୁଛନ୍ତି। ଏହାକୁ ନେଇ ଲାରା କହିଛନ୍ତି, ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ୍ ଜରୁରୀ କି? ସଚିନ୍ କହିଛନ୍ତି, ବାଇକ୍ ଚଳାଇବା ବେଳେ ଚାଳକ ଓ ପଛରେ ବସୁଥିବା ଉଭୟ ବ୍ୟକ୍ତିଙ୍କ ପାଇଁ ହେଲମେଟ୍ ଜରୁରୀ।

ସଚିନ୍ ଏହି ଭିଡିଓ ଶେଆର୍ କରି ଲେଖିଛନ୍ତି, ‘ତେଣିକି ତାହା ସଡ଼କରେ ଡ୍ରାଇଭିଂ ହେଖ କିମ୍ବା ମଇଦାନରେ… ହେଲମେଟ ପିନ୍ଧିବା ନିହାରୀ ଜରୁରୀ। ସକ୍ଷକ ସୁରକ୍ଷାକୁ ହାଲୁକା ଭାବେ ନେବା ଅନୁଚିତ୍ ଏବଂ ସର୍ବଦା ସଠିକ୍ ହେଲମେଟ୍ ପିନ୍ଧି ସୁରକ୍ଷିତ ରୁହନ୍ତୁ।’ ଏହି ବାର୍ତ୍ତାକୁ ପ୍ରଚାର କରିବା ପରେ ସହଯୋଗ କରିଥିବାରୁ ଲାରାଙ୍କୁ ଧନ୍ୟବାଦ ଜଣାଇଛନ୍ତି ସଚିନ୍।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।