ସଚିନଙ୍କ ପଚାରିଲେ, କେତେ ଅମଲେଟ୍ ଖାଇଲେ ଏହି କ୍ରିକେଟରଙ୍କ ଭଳି ବଡି ହେବ?

ନୂଆଦିଲ୍ଲୀ: ମାଷ୍ଟର୍ ବ୍ଲାଷ୍ଟର୍ ସଚିନ୍ ତେନ୍ଦୁଲକର ସୋଶାଲ ମିଡିଆରେ ବେଶ୍ ଆକ୍ଟିଭ୍। ସଚିନ୍ ନିଜର ମଜାକିଆ ଟ୍ୱିଟ୍ ଦ୍ୱାରା ପ୍ରଶଂସକଙ୍କୁ ଖୁବ୍ ଆକୃଷ୍ଟ କରନ୍ତି। ଏବେ ସଚିନ୍ ଇଂଲଣ୍ଡର ପୂର୍ବତନ ପେସ୍ ବୋଲର କ୍ରିସ୍ ଟ୍ରେମଲେଟଙ୍କୁ ନେଇ ଏକ କୌତୁକିଆ ଟ୍ୱିଟ୍ କରିଛନ୍ତି। ପ୍ରଥମେ ୩୯ ବର୍ଷୀୟ ଟ୍ରେମଲେଟ୍ ପ୍ରଥମେ ସଚିନ୍ ତେନ୍ଦୁଲକରଙ୍କୁ ଟ୍ୱିଟ୍ କରି ପ୍ରଶଂସା କରିଥିଲେ। ଯାହାର ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି ସଚିନ୍।

ଟ୍ରେମଲେଟ୍ ଟ୍ୱିଟ୍ କରି କହିଛନ୍ତି, ଯଦି ସେ ୪୭ ବର୍ଷୀୟ ସଚିନଙ୍କ ଭଳି ଫିଟ୍ ରୁହନ୍ତି, ତାହେଲେ ସେ ବହୁତ ଖୁସି ହେବେ। ଏହା ପରେ ସଚିନ୍ ମଧ୍ୟ ମଜାକିଆ ଅନ୍ଦାଜରେ କହିଛନ୍ତି, ଟ୍ରେମଲେଟଙ୍କ ଭଳି ବଡି ବନାଇବା ପାଇଁ କେତେ ଅମଲେଟ୍ ଖାଇବାକୁ ପଡ଼ିବ? ସଚିନଙ୍କ ଏହି ଟ୍ୱିଟ୍ ପରେ ପ୍ରଶଂସକଙ୍କ ତରଫରୁ ଖୁବ୍ ପ୍ରତିକ୍ରିୟା ମିଳିଛି। ଜଣେ ପ୍ରଶଂସକ କହିଛନ୍ତି, ଟ୍ରେମଲେଟଙ୍କ ଭଳି ଲମ୍ବା ଦେଖାଯିବା ପାଇଁ ପେନସିଲ୍ ହିଲ୍ସ ପିନ୍ଧିବାକୁ ପଡ଼ିବ। ସେହିପରି ଇଂଲଣ୍ଡର ପୂର୍ବତନ ବୋଲର ଡାରେନ୍ ଗଫ୍ ସଚିନଙ୍କୁ ୟର୍କଶାୟରର ହାଲୱା ଖାଇବାକୁ ପରାମର୍ଶ ଦେଇଛନ୍ତି।

୬ଫୁଟ୍ ୭ ଇଞ୍ଚର କ୍ରିସ୍ ଟ୍ରେମଲେଟଙ୍କୁ ବଡି ବିଲ୍ଡିଂର ଖୁବ୍ ସଉକ ରହିଛି। ସେ ଜିମରେ ଏଥିପାଇଁ ଖୁବ୍ ପରିଶ୍ରମ କରନ୍ତି। ଟ୍ରେମଲେଟ୍ ଇଂଲଣ୍ଡ ପକ୍ଷରୁ ୧୨ ଟେଷ୍ଟ ଓ ୧୫ ଦିନିକିଆ ଖେଳିଛନ୍ତି। ସେ ଟେଷ୍ଟରେ ୫୩ ଓ ଦିନିକିଆରେ ୧୫ ୱିକେଟ୍ ନେଇଛନ୍ତି। ଟ୍ରେମଲେଟ୍ ଇଂଲଣ୍ଡ ପକ୍ଷରୁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ୍ ୨୦୧୩ରେ ଖେଳିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।