ମହିଳାଙ୍କ ଆଖିରୁ ବାହାରିଲା ୨୩ଟି କଣ୍ଟାକ୍ଟ ଲେନ୍ସ, ଦେଖନ୍ତୁ ଭିଡିଓ

ୱାଶିଂଟନ: ମହିଳାଙ୍କୁ ଆଖିରୁ ବାହାରିଲା ଏକାଥରେ ୨୩ଟି କଣ୍ଟାକ୍ଟ ଲେନ୍ସ। ଆଖିରେ ଯନ୍ତ୍ରଣା ଯୋଗୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ। ହେଲେ ତାଙ୍କ ଆଖି ଭିତରେ ଏତେ ସଂଖ୍ୟକ କଣ୍ଟାକ୍ଟ ଲେନ୍ସ ଦେଖି ଡାକ୍ତର ଜଣଙ୍କ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥିଲେ। ଅସହ୍ୟ ଯନ୍ତ୍ରଣା ଓ ଚ୍ୟାଲେଞ୍ଜ ସତ୍ତ୍ୱେ ଡାକ୍ତର ଉକ୍ତ ମହିଳାଙ୍କ ଆଖରୁ ଗୋଟିଏ ପରେ ଗୋଟିଏ ଏମିତି ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରିଛନ୍ତି। ଏହାର ଭିଡିଓକୁ ଡାକ୍ତର କାଟେରିନା କୁରଟୀଭା ଇନଷ୍ଟାଗ୍ରାମ ପେଜରେ ପୋଷ୍ଟ କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ମିଳିଥିବା ସୂଚନା ଅନୁସାରେ, ଡାକ୍ତରଙ୍କ ପାଖକୁ ଆସିଥିବା ମହିଳା ଜଣଙ୍କ କଣ୍ଟାକ୍ଟ ଲେନ୍ସ ବ୍ୟବହାର କରନ୍ତି। ହେଲେ ନିୟମ ଅନୁସାରେ ଏହାକୁ ରାତିରେ ଖୋଲାଯାଏ। କିନ୍ତୁ ମହିଳା ଜଣଙ୍କ ୨୩ ଦିନ କାଳ ଭୁଲବଶତଃ କଣ୍ଟାକ୍ଟ ଲେନ୍ସକୁ ଆଖିରୁ ବାହାର କରି ନଥିଲେ। ପ୍ରତିଦିନ ସକାଳେ ସେ ପୁରୁଣା ଲେନ୍ସ ଉପରେ ପୁଣି ନୂଆ ଲଗାଇ ଦେଉଥିଲେ। ୨୩ ଦିନ ଧରି ଏପରି ଜାରି ରହିବା ପରେ ତାଙ୍କ ଆଖିରେ ଯନ୍ତ୍ରଣା ହୋଇଥିଲା। ଯନ୍ତ୍ରଣା ଅସହ୍ୟ ହେବାରୁ ସେ ବାଧ୍ୟ ହୋଇ ଡାକ୍ତର କେଟରିନାଙ୍କ କ୍ଲିନିକକୁ ଯାଇଥିଲା।

ଯାଞ୍ଚ ପରେ ତାଙ୍କ ଡାହାଣ ପଟ ଆଖିରେ ୨୩ଟି ଲେନ୍ସ ରହିଥିବା ଜଣାପଡ଼ିଥିଲା। ଏହାକୁ ଡାକ୍ତର ବେଶ ସତର୍କତା ସହ ବାହାର ମଧ୍ୟ କରିଛନ୍ତି।
ଡାକ୍ତର କାଟେରିନା ଭିଡିଓ ପୋଷ୍ଟ କରି କହିଛନ୍ତି, ଜଣଙ୍କ ଆଖିରୁ ୨୩ଟି କଣ୍ଟାକ୍ଟ ଲେନ୍ସ ବାହାର କରାଯାଉଛି। ଏହା ମୋ କ୍ଲିନକର ପ୍ରକୃତ ଭିଡିଓ। କଣ୍ଟାକ୍ଟ ଲେନ୍ସ ପିନ୍ଧି ଆଦୌ ଶୁଅନ୍ତୁ ନାହିଁ।


ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ସହ ଏହାକୁ ପ୍ରାୟ ୩ ମିଲିୟନ ଲୋକ ଦେଖି ସାରିଲେଣି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।