ସାଇକେଲ୍‌ ଉପରେ ଯୋଗ, ଦେଖନ୍ତୁ ଭିଡିଓ

ବର୍ଲିନ: ସାଇକେଲ ଚଳାଇବା ସାଧାରଣତଃ ସମସ୍ତଙ୍କୁ ଆସେ। ପିଲାଠାରୁ ବୟସ୍କ ସମସ୍ତେ ସାଇକେଲ ଚଳାଇବା ଜାଣନ୍ତି। କିନ୍ତୁ କେବେ ଚଳନ୍ତା ସାଇକଲ ଉପରେ ଯୋଗ କରିଛନ୍ତି କି ଆପଣ? ଏଭଳି ଜଣେ ଯୁବତୀ ଅଛନ୍ତି ଯିଏକି ସାଇକେଲ ଉପରେ ଭୟାନକ ଷ୍ଟଣ୍ଟ ଦେଖାଇବା ସହ ଯୋଗ ଏବଂ ଏକ୍ସରସାଇଜ ମଧ୍ୟ କରନ୍ତି। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଜର୍ମାନୀର ଭିଓଲା ବ୍ରାଣ୍ଡ। ତାଙ୍କ ବୟସ ୨୬ ବର୍ଷ। ସେ ସାଇକେଲ ଚଳାଇବାରେ ପୂରା ମାହିର। ତାଙ୍କ ସାଇକେଲ ଚାଳନା ଦେଖି ଯେ କେହିବି ଆଶ୍ଚର୍ଯ୍ୟ ହୋଇଯିବ। ଭିଓଲା ସାଇକେଲ ଉପରେ ଏଭଳି ବାଲାନ୍ସ କରି ଯୋଗ କରନ୍ତି, ଯାହାକୁ ଦେଖି ଲୋକେ ଚକିତ ହେବା ସହ ପ୍ରଶଂସା ନ କରି ରହିପାରନ୍ତି ନାହିଁ। କେବଳ ସେତିକି ନୁହେଁ, ସେ ସାଇକେଲ ଉପରେ ଡ୍ୟାନ୍ସ ମଧ୍ୟ କରନ୍ତି।

Viola Brand
ସାଇକେଲ ଉପରେ ଷ୍ଟଣ୍ଟ ସହ ଯୋଗ କରୁଥିବା ଯୁବତୀ

ଭିଓଲ ୬ ବର୍ଷ ବୟସରୁ ହିଁ ଆର୍ଟିଷ୍ଟିକ ସାଇକେଲିଂର ଟ୍ରେନିଂ ନେବା ଆରମ୍ଭ କରିଥିଲେ। ୧୫ ବର୍ଷ ବୟସରେ ସେ ଜର୍ମାନ ନ୍ୟାସନାଲ ସ୍ପୋର୍ଟସ୍‌ ଟିମ୍‌ରେ ଭାଗ ନେଇଥିଲେ ଏବଂ ୨୦୧୨ରେ ସେ ଜୁନିଅର ୟୁରୋପିଆନ ଚାମ୍ପିଅନସିପ୍‌ ଜିତିଥିଲେ। ସେ ସାଇକେଲରେ ହ୍ୟାଣ୍ଡଷ୍ଟାଣ୍ଡ କରିବା ପାଇଁ ଦୀର୍ଘ ୭ ବର୍ଷ ଟ୍ରେନିଂ ନେଇଛନ୍ତି। ସାଇକେଲ ଉପରେ ଯୋଗ କରିବା ସହ ତା’ଉପରେ ଠିଆ ହୋଇ ଚଲାଇବା, ଗୋଟିଏ ଚକାରେ ସାଇକେଲ ଚଳାଇବା ଏବଂ ପଛୁଆ ଚଳାଇବାରେ ମଧ୍ୟ ସେ ପୂରା ପାରଙ୍ଗମ।

 

View this post on Instagram

 

A post shared by Viola Brand (@violalovescycling)

 

View this post on Instagram

 

A post shared by Viola Brand (@violalovescycling)

 

View this post on Instagram

 

A post shared by Viola Brand (@violalovescycling)

 

View this post on Instagram

 

A post shared by Viola Brand (@violalovescycling)

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।