ଆଇପିଏଲରେ ମ୍ୟାଚ ଫିକ୍ସିଂ ମହଙ୍ଗା ପଡିଲା: ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରୟାଲ୍ସ ୨ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ଆଇପିଏଲ ଫିକ୍ସିଂ ମାମଲାରେ ଲୋଧା କମିଟି ଚେନ୍ନାଇ ସୁପରକିଙ୍ଗସ୍ ପୂର୍ବତନ ସିଇଓ ଗୁରୁନାଥ ମୈୟାପ୍ପନ ଓ ରାଜସ୍ଥାନ ରୟାଲ୍ସର ସହ ମାଲିକ ରାଜ କୁନ୍ଦ୍ରାଙ୍କୁ ଦୋଷି ସାବ୍ୟସ୍ତ କରିବା ସହ ଉଭୟଙ୍କୁ କ୍ରିକେଟ ସମ୍ପର୍କୀତ ସମସ୍ତ କାର୍ଯ୍ୟରୁ ଆଜୀବନ ବାସନ୍ଦ କରିଛନ୍ତି । ଏହାସହ ଚେନ୍ନାଇ ସୁପରକିଙ୍ଗସ୍ ଓ ରାଜସ୍ଥାନ ରାୟାଲ୍ସ ଟିମ ଉପରେ ମଧ୍ୟ ଦୁଇବର୍ଷର ପ୍ରତିବନ୍ଧକ ଲଗାଇଛନ୍ତି । ଏବେ ଧୋନୀଙ୍କ ଚେନ୍ନାଇ ସୁପରକିଙ୍ଗସ୍ ଓ ରାହାଣେଙ୍କ ରାଜସ୍ଥାନ ରୟାଲ୍ସ ଦୁଇବର୍ଷ ଆଇପିଏଲରେ ଭାଗ ନେଇପାରିବ ନାହିଁ । କମିଟି କହିଛି ସିଏସକେର ପୂର୍ବତନ ସିଇଓ ମୈୟାପ୍ପନ ଖୋଲାଖୋଲି ଭାବେ ନିୟମକୁ ଉଲ୍ଲଂଘନ କରିଛନ୍ତି । ଦିଲ୍ଲୀରେ ମଙ୍ଗଳବାର ଏକ ସାମ୍ବାଦିକ ସମ୍ମିଳନୀରେ ଜଷ୍ଟିସ ଲୋଧା କମିଟି ପକ୍ଷରୁ କୁହାଯାଇଛି ଯେ, ମୈୟାପ୍ପନ ସ୍ପଟ ଫିକ୍ସିଂରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ତାଙ୍କ କାମ ବିସିସିଆଇ, ଆଇପିଏଲ ଓ ଖଳକୁ କଳଙ୍କିତ କରିଛି ।

ଆଇପିଏଲ ଅଷ୍ଟମ ସଂସ୍କରଣରେ ହୋଇଥିବା ସ୍ପଟ ଫିକ୍ସିଂ ମାମଲାର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ଏହି କମିଟି ଗଠନ କରିଥିଲେ । ସୁପ୍ରିମକୋର୍ଟ ଗତ ଜାନୁୟାରୀ ୨୨ରେ ମୈୟାପ୍ପନ ଓ କୁନ୍ଦ୍ରାଙ୍କ ବିରୋଧରେ ସ୍ପଟ ଫିକ୍ସିଂ ପ୍ରମାଣିତ ହୋଇଥିବା କହିଥିଲେ । ସେତେବେଳେ ଚାନ୍ନାଇର ସିଇଓ ଥିବା ମୈୟାପ୍ପନ ଓ ରାଜସ୍ଥାନର ସହ ମାଲିକ କୁନ୍ଦ୍ରାଙ୍କ ବିରୋଧରେ ଦଣ୍ଡବିଧାନ ପାଇଁ ୩ଜଣ ବିଚାରପତିଙ୍କୁ ନେଇ ଏକ ଗଠନ କରାଯାଇଥିଲା । ଏହି କମିଟିରେ ମୁକୁଲ ମୁଦଗଲଙ୍କ ସହ ଜଷ୍ଟିସ ଅଶୋକ ଭାନ ଏବଂ ରବୀନ୍ଦ୍ର ଶାଲିମ ରହିଛନ୍ତି ।

୨୦୧୩ ଆଇପିଏଲ ସିଜିନର ସାମ୍ମାନକୁ ଆସିଥିଲା ଏହି ବିବାଦ। ସ୍ପଟ୍ ଫିକ୍ସିଂ ଅଭିଯୋଗରେ ଦିଲ୍ଳୀ ପୋଲିସ ଦ୍ୱାରା ଗିରଫ ହୋଇଥିଲେ ୩ ଜଣ କ୍ରିକେଟର। ସେମାନେ ହେଲେ ଏସ୍ ଶ୍ରୀଶାନ୍ଥ, ଅଙ୍କିତ ଚୌହାନ୍ ଓ ଅଜିତ୍ ଚାନ୍ଦେଲା। ଏମାନଙ୍କ ସହ ୧୧ ଜଣ ବୁକି ଗିରଫ ହୋଇଥିଲେ। ପରେ ୩ କ୍ରିକେଟର ଜାମନରେ ଆସିଥିଲେ ।

ଆହୁରି ପଢ଼ନ୍ତୁ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌

ସିରିଜ୍‌ କବଜା ଲକ୍ଷ୍ୟରେ ଇଂଲଣ୍ଡ: ଟାର୍ଗେଟ ୩୯୯, ୱେଷ୍ଟଇଣ୍ଡିଜ୍‌ ୧୦/୨

ନିର୍ଣ୍ଣାୟକ ଟେଷ୍ଟରେ ଇଂଲଣ୍ଡ ପାଇଁ ଲଢ଼ିଲେ ପୋପ୍‌ ଓ ବଟଲର

କରୋନା ମଧ୍ୟରେ ଜମିବ ଆଇପିଏଲ

ସେପ୍ଟେମ୍ବର ୧୯ରୁ ଆଇପିଏଲ! ଜାଣନ୍ତୁ କେଉଁଠି ହେବ ଓ କେବେ ସରିବ

କଟକର ଅଭିମନ୍ୟୁଙ୍କୁ ପ୍ରଶଂସା କଲେ ମହମ୍ମଦ କୈଫ୍

୨ ସପ୍ତାହ କ୍ୱାରେଣ୍ଟାଇନରେ ରହିବେ ଟିମ ଇଣ୍ଡିଆର ସଦସ୍ୟ