ରିଓ ଅଲିମ୍ପିକ୍ ଆରମ୍ଭ
ବ୍ରାଜିଲ୍: ବ୍ରାଜିଲ୍ ରିଓ ଡି ଜେନିରିଓ ସହରରେ ଜଳିଲା ବିଶ୍ୱ କ୍ରୀଡ଼ା ମହାକୁମ୍ଭ ଅଲିମ୍ପିକ୍ ମଶାଲ। ରିଓର ମାରକାନା ଷ୍ଟାଡିୟମରେ ଭାରତୀୟ ସମୟ ଆଜି ଭୋର ସାଢ଼େ ୪ଟାରେ ଉଦ୍ଘାଟିତ ହୋଇଛି ସମାରୋହ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଥିଲା ଷ୍ଟାଡିୟମ୍।
ଏଥିରେ ଲୋକପ୍ରିୟ ସାମ୍ବା, ପପ୍ ନୃତ୍ୟ ସହ ଦେଖିବାକୁ ମିଳିଥିଲା ସ୍ଥାନୀୟ ସଂସ୍କୃତି ଓ ପରମ୍ପରାର ଝଲକ। ଉଦ୍ଘାଟନୀ ସମାରୋହରେ ମୁଖ୍ୟ ଆକର୍ଷଣ ମାର୍ଚ୍ଚପାଷ୍ଟରେ ଭାଗ ନେଇଛନ୍ତି ୨୦୭ଟି ଦେଶରୁ ଆସିଥିବା ୧୦ ହଜାରରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ।
ମାର୍ଚ୍ଚଫାଷ୍ଟ୍ରେ ଭାରତର ଅଭିନବ ବିନ୍ଦ୍ରା ଜାତୀୟ ପତାକା ଧରିଛନ୍ତି। ରିଓ ଅଲିମ୍ପିକ୍ରେ ଏଥର ରେକର୍ଡ଼ ସଂଖ୍ୟକ ୧୨୦ ପ୍ରତିଯୋଗୀ ଭାରତ ପାଇଁ ମଇଦାନ୍କୁ ଓହ୍ଲାଇବେ। ତେବେ ଆଥ୍ଲେଟିକ୍ସରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି ୬ ଓଡ଼ିଆ ଝିଅ ସ୍ପ୍ରିଣ୍ଟର୍ ଶ୍ରାବଣୀ ନନ୍ଦ, ଦୂତୀ ଚାନ୍ଦ, ହକି ଖଳାଳୀ ଲିଲିମା ମିଞ୍ଜ, ଦୀପଗ୍ରେସ୍ ଏକ୍କା, ନମିତା ଟପ୍ପୋ ଓ ସୁନୀତା ଲାକ୍ରା। ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଲିମ୍ପିକ୍ରେ ୩୦୬ଟି ସ୍ପୋର୍ଟସ୍ ଇଭେଣ୍ଟରେ ୨୪୮୮ ମେଡାଲ ପାଇଁ ହେବ ମୁକାବିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।