ଟି-୨୦ରେ ୧୦୦୦ ରନ ପୂରଣ କଲେ ବିରାଟ କୋହିଲ

ଧର୍ମଶାଳା: ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚରେ ବ୍ୟାଟ୍ସମ୍ୟାନ ୧୦୦୦ ରନର ମାଇଲଖୁଣ୍ଟ ପାର କରିଛନ୍ତି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ବ୍ୟାଟିଂ ବେଳେ ୨୮ କରି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ଟି-୨୦ରେ ୧୦୦୦ ରନ କରିବାରେ ସେ ପ୍ରଥମ ଭାରତୀୟ ବ୍ୟାଟ୍ସମ୍ୟାନ । ଏହି ମ୍ୟାଚ ପୂର୍ବରୁ କୋହିଲ ୨୮ଟି ମ୍ୟାଚରେ ୪୬.୨୮ ପ୍ରତିଶତରେ ୯୭୨ ରନ କରିଥିଲେ । କୋହିଲ ଲେଗ ସ୍ପିନର ଇମରାନ ତାହିରଙ୍କ ବଲରେ ଛକା ମାରି ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ । ଏହାସହ ୧୦୦୦ ରନ ପୂରଣ କରିବାରେ ସେ ବିଶ୍ୱର ୨୦ତମ ବ୍ୟାଟ୍ସମ୍ୟାନ । ୨୯ତମ ମ୍ୟାଚର ୨୭ ପାରିରେ ସେ ଏହା ହାସଲ କରିଛନ୍ତି । ଯାହା କୌଣସି ବ୍ୟାଟ୍ସମ୍ୟାନ ଲାଗି ସବୁଠାରୁ କମ।