ଦିନିକିଆରେ ଦୁଇ ନମ୍ବର ସ୍ଥାନ ବଜାୟ ରଖିଲା ଭାରତ

ନୂଆଦିଲ୍ଲୀ: ନିକଟରେ ଶେଷ ହୋଇଥିବା ଆଇସିସି କ୍ରିକେଟ୍ ବିଶ୍ୱକପରେ ସେମି ଫାଇନାଲରୁ ବାହାରି ଯିବା ସତ୍ତ୍ୱେ ଭାରତୀୟ ଦଳର ଦିନିକିଆ ର୍ୟାଙ୍କିଙ୍ଗ୍ ଉପରେ ଏହାର କୌଣସି ପ୍ରଭାବ ପଡ଼ିନାହିଁ। ଦଳ ଆଇସିସିର ମାନ୍ୟତା ତାଲିକାରେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ଭାରତୀୟ ଦଳ ୧୧୬ ପଏଣ୍ଟ ପାଇ ଦ୍ୱିତୀୟ ନମ୍ବରରେ ରହିଥିବା ବେଳେ ବିଶ୍ୱକପ୍ ବିଜୟୀ ୧୨୨ ପଏଣ୍ଟ ପାଇ ତାଲିକା ଶୀର୍ଷରେ ରହିଛି । ଦକ୍ଷିଣ ଆଫ୍ରିକା (୧୧୨), ଶ୍ରୀଲଙ୍କା (୧୦୮), ନୁ୍ୟଜିଲାଣ୍ଡ (୧୦୭) ଓ ଇଂଲଣ୍ଡ (୧୦୧) ଯଥାକ୍ରମେ ତୃତୀୟ, ଚତୁର୍ଥ, ପଞ୍ଚମ ଓ ଷଷ୍ଠ ସ୍ଥାନରେ ରହିଛନ୍ତି। ସେହିପରି ପାକିସ୍ତାନ ୯୫ ପଏଣ୍ଟ ସହିତ ସପ୍ତମ ସ୍ଥାନରେ ରହିଛି।

ଶୁକ୍ରବାରଠାରୁ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଦିନିକଆ ସିରିଜ୍ ଆରମ୍ଭ ହେଉଛି। ତିନୋଟି ମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍ରେ ଯଦି ପାକିସ୍ତାନ ହାରିଯିବ ତା’ହେଲେ ସପ୍ତମ ସ୍ଥାନ ହରାଇବ। ଆଉ ଯଦି ୩-୦ରେ ସିରିଜ୍ ଜିତି ଯାଏ ତା’ହେଲେ ଏହାର ୬ ପଏଣ୍ଟ ବଢ଼ି ଯିବ। କିନ୍ତୁ ୨-୧ରେ ସିରିଜ୍ ଜିତିବ ତା’ହେଲେ ୯୫ ପଏଣ୍ଟ ସହିତ ସେହି ସପ୍ତମ ସ୍ଥାନ ବଜାୟ ରଖିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।