ଫ୍ରେଞ୍ଚ ଓପନ୍: କ୍ୱାର୍ଟରରୁ ନାଦାଲ ବିଦା, ସେମିରେ ଜୋକୋଭିକ୍

ପ୍ୟାରିସ୍: ଚଳିତ ଫ୍ରେଞ୍ଚ୍ ଓପନର କ୍ୱାର୍ଟର ଫାଇନାଲ୍ ରାଉଣ୍ଡର ବିଦା ହୋଇଯାଇଛନ୍ତି ରାଫେଲ ନାଦାଲ। ବିଶ୍ୱର ଏକ ନମ୍ବର ନୋଭାକ ଜୋକୋଭିକ୍ ତାଙ୍କୁ ୭-୫,୬-୩ ଓ ୬-୧ ସେଟରେ ପରାସ୍ତ କରି ସେମି ଫାଇନାଲରେ ପହଞ୍ଚି ଯାଇଛନ୍ତି।
ଗତକାଲି ୧୭ଟି ଗ୍ରାଣ୍ଡ୍ ସ୍ଲାମ୍ ହାସଲ କରିଥିବା ରୋଜର ଫେଡରର ମଧ୍ୟ କ୍ୱାର୍ଟର ଫାଇନାଲରୁ ବିଦା ହୋଇଯାଇଥିଲେ। ଦ୍ୱିତୀୟ ସିଡ୍ ଫେଡରର କ୍ୱାର୍ଟର ଫାଇନାଲରେ ସ୍ୱିଜରଲାଣ୍ଡର ଷ୍ଟାନିସ୍ଲାସ ୱାରିଙ୍କାଙ୍କ ଠାରୁ ସିଧାସଳଖ ୬-୪,୬-୩, ୭-୬ (୭-୪) ସେଟର୍ ପରାସ୍ତ ହୋଇଥିଲେ।