ଭେଲଭୋ ଇଣ୍ଟରନ୍ୟାଶନାଲ ୟୁ-୨୧ ହକି: ସିମରଞ୍ଜିତଙ୍କ ହାଟ୍ରିକ ବଳରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ

ବ୍ରେଡା: ନେଦରଲ୍ୟାଣ୍ଡର ବ୍ରେଡାରେ ଚାଲିଥିବା ଭେଲଭୋ ଇଣ୍ଟରନ୍ୟାସନାଲ ୟୁ-୨୧ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ଲିଗ ମ୍ୟାଚରେ ଭାରତ ୩-୦ରେ ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଛି। ମ୍ୟାଚର ମୁଖ୍ୟ ଆକର୍ଷଣ ଥିଲେ ସିମରଞ୍ଜିତ ସିଂ । ସେ ହାଟ୍ରିକ ଗୋଲ ଦେଇ ଭାରତକୁ ମ୍ୟାଚ ଜିତାଇଥିଲେ । ପ୍ରଥମ ମ୍ୟାଚରେ ଭାରତ ୩-୦ରେ ଜାର୍ମାନୀକୁ ପରାସ୍ତ କରି ସହଜ ବିଜୟ ହାସଲ କରିଥିଲା।

ସୋମବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ପ୍ରଥମ ଭାଗ ଉଭୟ ଦଳ ମଧ୍ୟରେ ସଂଘର୍ଷପୂର୍ଣ୍ଣ ହୋଇଥିଲା । ହେଲେ ଭାରତର ରଣକୌଶଳ ଆଗରେ ବେଶୀ ସମୟ ନ୍ୟୁଜିଲ୍ୟାଣ୍ଡ ଟିକି ପାରି ନ ଥିଲା। ପ୍ରଥମ ୬ ମିନିଟ ମଧ୍ୟରେ ମିଳିଥିବା ୨ଟି ପେନାଲ୍ଟି କର୍ଣ୍ଣରକୁ ସିମରଞ୍ଜିତ ସିଂ ଗୋଲରେ ପରିଣତ କରି ଭାରତକୁ ଅଗ୍ରଣୀ କରାଇଥିଲେ। ଖେଳର ୨୯ତମ ମିନିଟରେ ସିମରଞ୍ଜିତ ପୁଣି ଏକ ଗୋଲ ଦେଇ ଭାରତକୁ ବିଜୟୀ କରାଇଥିଲେ। ମଙ୍ଗଳବାର ଭାରତ ଶକ୍ତିଶାଳୀ ବେଲଜିୟମକୁ ଭେଟିବ।