ସମୟ ଥିଲେ ବିସିସିଆଇରେ ସାମିଲ ହୁଅନ୍ତୁ ଗାଙ୍ଗୁଲି: ଗାଭାସ୍କର

ନୂଆଦିଲ୍ଲୀ: ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ଭଳି ଜଣେ ଦକ୍ଷ ବ୍ୟକ୍ତିଙ୍କୁ ଭାରତୀୟ କ୍ରିକେଟ୍ ଟିମକୁ ପରିଚାଳନା କରିବା ପାଇଁ ବିସିସିଆଇ ବ୍ୟବହାର କରିବା ଉଚିତ। ଗାଙ୍ଗୁଲି ନିଜ ବ୍ୟସ୍ତବହୁଳ କାର୍ଯ୍ୟକ୍ରମରୁ ସମୟ ପାଉଥିଲେ ନିଶ୍ଚିତ ଭାବେ ବିସିସିଆଇ ସହିତ ଯୋଡ଼ି ହେବା ଉଚିତ ବୋଲି କହିଛନ୍ତି ସୁନୀଲ ଗାଭାସ୍କର।

ସେହିପରି ରବି ଶାସ୍ତ୍ରୀଙ୍କ ସ୍ଥାନ ନେବା ଲାଗି ଗାଙ୍ଗୁଲି ଉପଯୁକ୍ତ ବ୍ୟକ୍ତି କି ବୋଲି ପଚରା ଯିବାରେ ଗାଭାସ୍କର କହିଥିଲେ ଯେ ଏହା ତାଙ୍କର (ଗାଙ୍ଗୁଲି)ଙ୍କ ସମୟ ଉପରେ ନିର୍ଭର କରେ। ତେବେ ସେ ଜଣେ ଉତ୍ସର୍ଗୀକୃତ ବ୍ୟକ୍ତି। ସେ ଏବେ ପଶ୍ଚିମ ବଙ୍ଗ କ୍ରିକେଟ୍ ସଂଘର ଯୁଗ୍ମ ସଂପାଦକ ଅଛନ୍ତି। ଆଉ ଏହା ଏକ ଅତ୍ୟନ୍ତ ଜଟିଳ ଦାୟିତ୍ୱ। କିନ୍ତୁ ସେ ଜଣେ ଦକ୍ଷ ବ୍ୟକ୍ତି। ତାଙ୍କ ପାଖରେ ସମୟ ଥିଲେ ସେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିପାରିବେ।

ଗାଭାସ୍କର ଆହୁରି ମଧ୍ୟ କହିଥିଲେ ଯେ ଯଦି ଗାଙ୍ଗୁଲିଙ୍କୁ ହାଇ ପରଫରମାନ୍ସ ମ୍ୟାନେଜର ଅବା ଟିମ୍ ଡାଇରେକ୍ଟର କରି ଦିଆଯାଏ, ତା’ହେଲେ ମୁଖ୍ୟ କୋଚ୍ ପଦବୀର ଆଉ କୌଣସି ଗୁରୁତ୍ୱ ରହିବ ନାହିଁ। ତେବେ ଏହା ବିସିସିଆଇ ଉପରେ ନିର୍ଭର କରେ ଯେ ଗାଙ୍ଗୁଲିଙ୍କୁ କେତେ ଦାୟିତ୍ୱ ଦିଆଯିବ।

ଆହୁରି ପଢ଼ନ୍ତୁ

ଆଇପିଏଲରେ ହାଇଦ୍ରାବାଦର ପ୍ରଥମ ବିଜୟ, ହାରିଲା ଦିଲ୍ଲୀ

ଚମକିଲେ ୱିଲିୟମସନ ଓ ଧିମା ବ୍ୟାଟିଂ କଲେ ବେୟାରଷ୍ଟୋ, ହାଇଦ୍ରାବାଦ ୧୬୨

ଟସ୍‌ ଜିତିଲା ଦିଲ୍ଲୀ, ବ୍ୟାଟିଂ କରିବ ହାଇଦ୍ରାବାଦ: ଫେରିଲେ ଈଶାନ୍ତ ଶର୍ମା ଓ ୱିଲିୟମସନ

ଆଇପିଏଲରେ ଚାଲିଛି ଛକା ବର୍ଷା, ୧୦ ମ୍ୟାଚ୍‌ରେ କେତେ ବଲ୍‌ ବାଉଣ୍ଡରୀ ବାହାରକୁ ଗଲାଣି

ଆଜି ଶ୍ରେୟସଙ୍କୁ ଭେଟିବେ ୱାର୍ଣ୍ଣର, ହ୍ୟାଟ୍ରିକ ବିଜୟ ଲକ୍ଷ୍ୟରେ ଦିଲ୍ଲୀ

ସୁପର ଓଭର୍‌ରେ ରୋହିତଙ୍କୁ ହରାଇଲେ ବିରାଟ, ମୁମ୍ବାଇର ଦ୍ୱିତୀୟ ପରାଜୟ

ଡିଭିଲିୟର୍ସଙ୍କ ବିସ୍ଫୋରଣ: ମୁମ୍ବାଇ ଆଗରେ ୨୦୨ ରନ୍‌ର ଟାର୍ଗେଟ

ଟସ୍‌ ଜିତିଲା ମୁମ୍ବାଇ: ପ୍ରଥମେ ବୋଲିଂ କରିବ, ଆଇପିଏଲରେ ଡେବ୍ୟୁ କଲେ ଇଶ୍ରୁ ଉଦାନା

ଆଇପିଏଲରେ କମବ୍ୟାକ୍ କରିବେ କି ନାମୀ ଦଳ ଓ ଦାମୀ ଖେଳାଳି

ଆଜି ଟକ୍କର ନେବେ ଦୁଇ ଭାରତୀୟ ସୁପର୍ ଷ୍ଟାର୍

ସାରଜାରେ ରନ ବର୍ଷା: ଫିକା ପଡ଼ିଲା ମୟଙ୍କ ଅଗ୍ରୱାଲଙ୍କ ଶତକ, ରାଜସ୍ଥାନର ଚମତ୍କାର ବିଜୟ

ଆଇପିଏଲରେ ମୟଙ୍କ ଅଗ୍ରୱାଲଙ୍କ ପ୍ରଥମ ଶତକ: ପଞ୍ଜାବର ବିଶାଳ ୨୨୩