ସାଇନା ପୁଣି ଏକ ନମ୍ବର

ନୂଆଦିଲ୍ଲୀ: ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ ପୁଣି ଥରେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ଗୁରୁବାର ବିଶ୍ୱ ବ୍ୟାଡମିଣ୍ଟନ ମହାସଂଘ ପକ୍ଷରୁ ପ୍ରକାଶ କରାଯାଇଥିବା ସଦ୍ୟ ର୍ୟାକିଂଗ୍ ତାଲିକାରୁ ଏହା ଜଣାପଡ଼ିଛି। ଏକ ନମ୍ବର ସ୍ଥାନରେ ରହିଥିବା ଚୀନର ଲି ଝୁରୁଇ ତୃତୀୟ ସ୍ଥାନକୁ ଖସି ଯାଇଛନ୍ତି।

ଚଳିତ ମାସ ପ୍ରାରମ୍ଭରେ ଇଣ୍ଡିଆନ୍ ଓପନ୍ ଗ୍ରାଣ୍ଡ ପିକ୍ସ ଗୋଲ୍ଡ ଟୁର୍ଣ୍ଣାମେଣ୍ଟ ଜିତି ସେ ବିଶ୍ୱର ଏକ ନମ୍ବର ସ୍ଥାନ ହାସଲ କରିଥିଲେ । ଅବଶ୍ୟ ଏହି ଟୁର୍ଣ୍ଣାମେଣ୍ଟ ଜିତିବା ପୂର୍ବରୁ ସେମି ଫାଇନାଲ୍ ମ୍ୟାଚ୍ ଜିତି ହିଁ ସେ ଏକ ନମ୍ବର ସ୍ଥାନ ହାସଲ କରିଥିଲେ। ଆଉ ଏହି ସ୍ଥାନ ହାସଲ କରିବାରେ ସେ ହୋଇଯାଇଥିଲେ ପ୍ରଥମ ଭାରତୀୟ ମହିଳା ବ୍ୟାଡମିଣ୍ଟନ ଖେଳାଳି। ଅବଶ୍ୟ ତା’ପରେ ମାଲେସିଆ ଓପନର ସେମିଫାଇନାଲ ମ୍ୟାଚରେ ପରାଜିତ ହେବା ପରେ ସେ ଏକ ନମ୍ବର ମାନ୍ୟତା ହରାଇଥିଲେ। ଗତ ସପ୍ତାହରେ ସେ ସିଙ୍ଗାପୁର ଓପନ୍ ସୁପର ସିରିଜ ଖେଳି ନ ଥିଲେ। ଏକ ନମ୍ବର ସ୍ଥାନରେ ଥିବା ଲି ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରୁ ଓହରି ଯିବା ପରେ ଅନ୍ତର୍ଜାତୀୟ ର୍ୟାକିଂଗ୍ରେ ଦୁଇଟି ସ୍ଥାନ ତଳକୁ ଖସି ଯାଇଥିଲେ। ଆଉ ଏହା ସହିତ ସାଇନା ପୁଣି ଥରେ ଏକ ନମ୍ବର ସ୍ଥାନକୁ ଫେରିଛନ୍ତି।

ପୁରୁଷ ବର୍ଗରେ କେ. ଶ୍ରୀକାନ୍ତ ଚତୁର୍ଥ ସ୍ଥାନ ବଜାୟ ରଖିଛନ୍ତି।

ଆହୁରି ପଢ଼ନ୍ତୁ

ସାରଜାରେ ରନ ବର୍ଷା: ଫିକା ପଡ଼ିଲା ମୟଙ୍କ ଅଗ୍ରୱାଲଙ୍କ ଶତକ, ରାଜସ୍ଥାନର ଚମତ୍କାର ବିଜୟ

ଆଇପିଏଲରେ ମୟଙ୍କ ଅଗ୍ରୱାଲଙ୍କ ପ୍ରଥମ ଶତକ: ପଞ୍ଜାବର ବିଶାଳ ୨୨୩

ଟସ୍‌ ଜିତିଲେ ସ୍ମିଥ, ବୋଲିଂ କରିବ ରାଜସ୍ଥାନ: ଫେରିଲେ ବଟଲର

ସୁପର୍ ସଣ୍ଡେ’ରେ ରୟାଲ୍ସକୁ ଭେଟିବ କିଙ୍ଗସ୍ ଇଲେଭେନ୍: ଫେରି ପାରନ୍ତି ବଟଲର୍ ଓ ଗେଲ୍

ଗିଲ୍‌ଙ୍କ ଦମଦାର ବ୍ୟାଟିଂ, ବିଜୟ ଅଭିଯାନ ଆରମ୍ଭ କଲା କୋଲକାତା

୧୪୨ ରନ୍‌ରେ ଅଟକିଲା ହାଇଦ୍ରାବାଦ

ଟସ୍‌ ଜିତିଲେ ୱାର୍ଣ୍ଣର: ବୋଲିଂ କରିବ କୋଲକାତା

ପୁଣି ହାରିଲା ଧୋନିଙ୍କ ଚେନ୍ନାଇ, ଦିଲ୍ଲୀର ଦ୍ୱିତୀୟ ବିଜୟ

ଚେନ୍ନାଇ ଆଗରେ ୧୭୬ ରନ୍‌ର ଟାର୍ଗେଟ, ଶ’ଙ୍କ ବିସ୍ଫୋରକ ୬୪

ପୁଣି ଟସ୍‌ ଜିତିଲେ ଧୋନି, ବ୍ୟାଟିଂ କରିବ ଦିଲ୍ଲୀ

ଗାଭାସ୍କରଙ୍କ ଟିପ୍ପଣୀ ’ଅରୁଚିକର’: ଅନୁଷ୍କା

କେଏଲ ରାହୁଲଙ୍କ ନାଁରେ ଏକାଧିକ ରେକର୍ଡ, ସଚିନ ବି ପଛରେ ପଡ଼ିଲେ