ସାରା ଦେଶରୁ ୭ ଜଣ ଆଥ୍‌ଲେଟ୍‌ଙ୍କୁ ମନୋନୀତ କଲା ଡାବର ଇଣ୍ଡିଆ

ନୂଆଦିଲ୍ଲୀ: ‘ଅବ୍‌ ଦୌଡେଗା ହିନ୍ଦୁସ୍ଥାନ’ କ୍ୟାମ୍ପେନ୍‌ ପାଇଁ ଦେଶର ବିଭିନ୍ନ ରାଜ୍ୟର ୭ ଜଣ ଆଥ୍‌ଲେଟ୍‌ଙ୍କୁ ସୋମବାର ମନୋନିତ କରିଛି ଡାବର ଇଣ୍ଡିଆ। ସେମାନେ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ କିପରି ଶ୍ରେଷ୍ଠ ପ୍ରଦର୍ଶନ କରିବେ ସେଥିପାଇଁ ତାଙ୍କୁ ଟ୍ରେନିଂ ଦେବ ଏହି କମ୍ପାନୀ।

ସେମାନେ ହେଲେ ଶାୟଲୀ ମାହିଶୁନେ, ଅଭ୍‌ନୀ ରାୱତ, ଉଜାଲା ଶବନମ୍‌, ବିକାଶ, ମହମ୍ମଦ ମୀରଜ୍‌ ଓ ଜେଇନାବାଜ୍‌। ଏହି କ୍ରୀଡାବିତ୍‌ମାନେ ଅଶ୍ୱିନ୍‌ ନାଚପ୍ପା ଫାଉଣ୍ଡେସନରେ ଅଶ୍ୱିନ ନାଚପ୍ପାଙ୍କ ତତ୍ତ୍ୱବଧାନରେ ପ୍ରଶିକ୍ଷଣ ନେବେ।

ଏନେଇ ଏକ ସ୍ୱତନ୍ତ୍ର ଚୟନ ପ୍ରକିୟା ବିହାର, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ପଶ୍ଚିମ ବଙ୍ଗ ସମେତ ବହୁ ରାଜ୍ୟରେ କରଯାଇଥିଲା। ଏଥିରେ ୮,୦୦୦ ପ୍ରତିଯୋଗୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩୫୦ ଜଣ କ୍ରୀଡାବିତଙ୍କୁ ବାଛା ଯାଇଥିଲା। ସେମାନଙ୍କୁ ନେଇ ଦିଲ୍ଲୀରେ ଏକ ଜାତୀୟ କ୍ୟାମ୍ପ କରାଯାଇଥିଲା।