ଅଭ୍ୟାସ ବେଳେ ଆହତ ହେଲେ ବିରାଟ

ଗୌହାଟୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ଆଜି ଗୌହାଟୀ ଷ୍ଟାଡିୟମରେ ଟ୍ରେନିଂ ଚାଲିଥିବା ବେଳେ ବିରାଟଙ୍କ କାଣି ଆଙ୍ଗୁଠିରେ ବଲ ମାଡ଼ ହୋଇଥିଲା। ସେ କ୍ୟାଚ ଧରୁଥିବା ବେଳେ ଏଭଳି ଆହତ ହୋଇଥିଲେ। ଟିମ ଇଣ୍ଡିଆର ଫିଜିଓ ନୀତୀନ ପଟେଲ ତୁରନ୍ତ ବିରାଟଙ୍କ ପାଖରେ ପହଞ୍ଚି ତାଙ୍କ ଆଙ୍ଗୁଠିରେ ମ୍ୟାଜିକ ସ୍ପ୍ରେ କରିଥିଲେ। ଅଭ୍ୟାସ ସେସନର ପ୍ରଥମ ହାଫରେ ସେ ଏଭଳି […]

cv

cv

Hemant Lenka
  • Published: Saturday, 04 January 2020
  • Updated: 04 January 2020, 09:07 PM IST

Sports

Latest News

ଗୌହାଟୀ: ଶ୍ରୀଲଙ୍କା ବିପକ୍ଷ ଟି-୨୦ ମ୍ୟାଚ୍‌ ପୂର୍ବରୁ ଅଭ୍ୟାସ କରୁଥିବା ବେଳେ ଆହତ ହୋଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି। ଆଜି ଗୌହାଟୀ ଷ୍ଟାଡିୟମରେ ଟ୍ରେନିଂ ଚାଲିଥିବା ବେଳେ ବିରାଟଙ୍କ କାଣି ଆଙ୍ଗୁଠିରେ ବଲ ମାଡ଼ ହୋଇଥିଲା। ସେ କ୍ୟାଚ ଧରୁଥିବା ବେଳେ ଏଭଳି ଆହତ ହୋଇଥିଲେ।

ଟିମ ଇଣ୍ଡିଆର ଫିଜିଓ ନୀତୀନ ପଟେଲ ତୁରନ୍ତ ବିରାଟଙ୍କ ପାଖରେ ପହଞ୍ଚି ତାଙ୍କ ଆଙ୍ଗୁଠିରେ ମ୍ୟାଜିକ ସ୍ପ୍ରେ କରିଥିଲେ। ଅଭ୍ୟାସ ସେସନର ପ୍ରଥମ ହାଫରେ ସେ ଏଭଳି ଆହତ ହୋଇଥିଲେ। ଫଳରେ ସେ କିଛି ସମୟ ବିଶ୍ରାମ ନେଇଥିଲେ। ଏହି ଆହତ ସମସ୍ୟା କେତେ ଗୁରୁତର ସେକଥା ଟିମ୍‌ ଇଣ୍ଡିଆ ମ୍ୟାନେଜମେଣ୍ଟ ସ୍ପଷ୍ଟ କରିନାହିଁ।

ଆଜିର ଅଭ୍ୟାସ ସେସନରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅନୁପସ୍ଥିତ ଥିଲେ। ଉଭୟ ଭାରତ ଓ ଶ୍ରୀଲଙ୍କା ୨୨ ମାସ ପରେ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳୁଛନ୍ତି। ଭାରତ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜକୁ ୨-୧ରେ ହରାଇଥିବା ବେଳେ ଶ୍ରୀଲଙ୍କା ୩-୦ରେ ଅଷ୍ଟ୍ରେଲିଆ ଠାରୁ ହାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos