ଏଚ୍‌ସିଏର ଅଧ୍ୟକ୍ଷ ପଦ ପାଇଁ ଆଝାରୁଦ୍ଦିନ ଦାଖଲ କରିଥିବା ନାମାଙ୍କନପତ୍ର ଖାରଜ

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚ୍‌ସିଏ)ର ଅଧ୍ୟକ୍ଷ ହେବା ପାଇଁ ସ୍ୱପ୍ନ ଦେଖୁଥିବା  ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ବଡ଼ ଝଟ୍‌କା ଲାଗିଛି। ଏଚ୍‌ସିଏ ଅଧ୍ୟକ୍ଷ ପଦ ପାଇଁ ଜାନୁଆରୀ ୧୦ ତାରିଖରେ ଆଝାରୁଦ୍ଦିନ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଏଚ୍‌ସିଏର ରିଟର୍ଣ୍ଣିଂ ଅଫିସର୍‌ ରାଜୀବ ରେଡ୍ଡୀ ଏହାକୁ ଖାରଜ କରି ଦେଇଛନ୍ତି। ତେବେ କେଉଁ କାରଣରୁ ତାଙ୍କ ନାମାଙ୍କନପତ୍ର ରଦ୍ଦ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ। ଲୋଧା ସମିତିର […]

azharuddin

azharuddin

Rakesh Mallick
  • Published: Saturday, 14 January 2017
  • Updated: 14 January 2017, 02:49 PM IST

Sports

Latest News

ହାଇଦ୍ରାବାଦ: ହାଇଦ୍ରାବାଦ କ୍ରିକେଟ୍ ସଂଘ (ଏଚ୍‌ସିଏ)ର ଅଧ୍ୟକ୍ଷ ହେବା ପାଇଁ ସ୍ୱପ୍ନ ଦେଖୁଥିବା  ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କୁ ବଡ଼ ଝଟ୍‌କା ଲାଗିଛି। ଏଚ୍‌ସିଏ ଅଧ୍ୟକ୍ଷ ପଦ ପାଇଁ ଜାନୁଆରୀ ୧୦ ତାରିଖରେ ଆଝାରୁଦ୍ଦିନ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଏଚ୍‌ସିଏର ରିଟର୍ଣ୍ଣିଂ ଅଫିସର୍‌ ରାଜୀବ ରେଡ୍ଡୀ ଏହାକୁ ଖାରଜ କରି ଦେଇଛନ୍ତି। ତେବେ କେଉଁ କାରଣରୁ ତାଙ୍କ ନାମାଙ୍କନପତ୍ର ରଦ୍ଦ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ।

ଲୋଧା ସମିତିର ସଂସ୍କାରବାଦୀ ପଦକ୍ଷେପ ପରେ ସୁପ୍ରିମ୍‌କୋର୍ଟଙ୍କ ଆଦେଶ କ୍ରମେ ଅରଶଦ ଅୟୁବ ଏଚ୍‌ସିଏର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ତା’ପରେ ଆଝାରୁଦ୍ଦିନ ଏହି ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos