ଏଟିପି କପ: ଫାଇନାଲରେ ଜୋକୋଭିଚ୍‌ ଓ ନାଡାଲଙ୍କ ଟିମର ଲଢ଼େଇ

ସିଡ୍‌ନୀ: ଏଠାରେ ଏଟିପି କପ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନୋଭାକ ଜୋକଭିଚ୍‌ ଓ ରାଫେଲ ନାଡାଲଙ୍କ ଟିମ୍‌। ଜୋକୋଭିଚ୍‌ଙ୍କ ସର୍ବିୟା ପ୍ରତିପକ୍ଷ ରୁଷକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ନାଡାଲଙ୍କ ସ୍ପେନ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଏହି ଦଳଗତ ଇଭେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ପ୍ରଥମ ସେମିଫାଇନାଲ ସର୍ବିୟା ଓ ରୁଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱର ଦୁଇ […]

c

c

Hemant Lenka
  • Published: Saturday, 11 January 2020
  • Updated: 11 January 2020, 07:31 PM IST

Sports

Latest News

ସିଡ୍‌ନୀ: ଏଠାରେ ଏଟିପି କପ୍‌ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ନୋଭାକ ଜୋକଭିଚ୍‌ ଓ ରାଫେଲ ନାଡାଲଙ୍କ ଟିମ୍‌। ଜୋକୋଭିଚ୍‌ଙ୍କ ସର୍ବିୟା ପ୍ରତିପକ୍ଷ ରୁଷକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ସେହିପରି ନାଡାଲଙ୍କ ସ୍ପେନ୍‌ ଟୁର୍ଣ୍ଣାମେଣ୍ଟ ଆୟୋଜନ କରୁଥିବା ଅଷ୍ଟ୍ରେଲିଆକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆସନ୍ତାକାଲି ଏହି ଦଳଗତ ଇଭେଣ୍ଟର ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ।

ପ୍ରଥମ ସେମିଫାଇନାଲ ସର୍ବିୟା ଓ ରୁଷ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଶ୍ୱର ଦୁଇ ନମ୍ବର ଟେନିସ ତାରକା ନୋଭାକ ଜୋକୋଭିଚ୍‌ ନିଜର ଯାଦୁ ବଳରେ ମ୍ୟାଚ୍‌ ଜିତି ସର୍ବିୟାକୁ ଏଟିପି କପ୍‌ ଫାଇନାଲରେ ପ୍ରବେଶ କରାଇଛନ୍ତି। ଶନିବାର ଜୋକୋଭିଚ୍‌ଙ୍କ ମୁକାବିଲା ରୁଷର ଟେନିସ ତାରକା ଡାନିଲ ମାଡଭେଡେଭଙ୍କ ସହ ହୋଇଥିଲା।

ହେଲେ ଜୋକୋଭିଚ୍‌ ତାଙ୍କୁ ୬-୧, ୫-୭ ଓ ୬-୪ ସେଟରେ ପରାସ୍ତ କରିଥିଲେ। ଜୋକୋଭିଚ୍‌ଙ୍କ ମ୍ୟାଚ୍‌ ପୂର୍ବରୁ ସର୍ବିୟାର ଡୁସାନ ଲାଜଭିଚ୍‌ ରୁଷର କାରେନ ଖାଚାନୋଭଙ୍କୁ ପରାସ୍ତ କରି ନିଜ ଦଳକୁ ୨-୦ରେ ଆଗକୁଆ କରିଦେଇଥିଲେ। ଏହାପରେ ଜୋକୋଭିଚ୍‌ ନିଜର ଜଲୱା ଦେଖାଇଥିଲା।

ଦ୍ୱିତୀୟ ସେମିଫାଇନାଲରେ ନାଡାଲଙ୍କ ମୁକାବିଲା ଅଷ୍ଟ୍ରେଲିଆର ଆଲେକ୍ସ ଡେ ମିନାଉରଙ୍କ ସହ ହୋଇଥିଲା।  ମିନାଉର ପ୍ରଥମେ ସେଟରେ ନାଡାଲଙ୍କୁ ୬-୪ରେ ହରାଇ ଦେଇଥିଲେ। ତେବେ ପରବର୍ତ୍ତୀ ଦୁଇଟି ସେଟରେ ସେ ଜବରଦସ୍ତ କମବ୍ୟାକ କରିଥିଲେ। ଦ୍ୱିତୀୟ ସେଟକୁ ନାଡାଲ ୭-୫ ଓ ତୃତୀୟ ସେଟ୍‌କୁ ୬-୧ରେ ଜିତି ନେଇଥିଲେ। ଏଥିସହ ଏଟିପି କପ୍‌ର ଫାଇନାଲ ଟିକେଟ ସ୍ପେନ ପାଇଁ ପକ୍କା କରିଥିଲେ।

ଏହାପୂର୍ବରୁ ସ୍ପେନର ରୋବେରଟୋ ବାଉଟିସ୍ତା ଆଗାଉଟ ବେଶ ଚମତ୍କାର ଢଙ୍ଗରେ ନିକ କେଙ୍କୁ ୬-୧, ୬-୪ରେ ପରାସ୍ତ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos