ବିଶ୍ୱକପରେ ପୁଣି ଭାରତ-ପାକ୍ ମୁକାବିଲା!

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ୍ ଶ୍ରୀଲଙ୍କାଠାରୁ ହାରିବା ପରେ ଆଇସିସି ବିଶ୍ୱକପର ସେମିଫାଇନାଲ୍ ପଥ ଅଧିକ ରୋମାଞ୍ଚକର ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଫେଭରିଟ୍ କୁହାଯାଉଥିବା ଇଂଲଣ୍ଡ ଟିମ୍ ପାଇଁ ଏବେ ଅନ୍ତିମ ଚାରି ସ୍ଥାନ କଷ୍ଟକର ଲାଗୁଛି। ଅନ୍ୟପକ୍ଷରେ ପାକିସ୍ତାନ ରବିବାର ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପରେ ତା’ର ଆଶା ଉଜ୍ଜୀବିତ ରଖିଛି। ଦକ୍ଷିଣ ଆଫ୍ରିକା ପାଇଁ ସେମିଫାଇନାଲ୍ ରାସ୍ତା ଏବେ ବନ୍ଦ ହୋଇସାରିଛି। କ୍ରିକେଟ୍ ସମ୍ଭାବନାର ଖେଳ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇ ପାକିସ୍ତାନ ନିଜ ପାଇଁ ସମ୍ଭାବନା […]

ind-pak

ind-pak

Hemant Lenka
  • Published: Monday, 24 June 2019
  • Updated: 24 June 2019, 09:34 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡ ଟିମ୍ ଶ୍ରୀଲଙ୍କାଠାରୁ ହାରିବା ପରେ ଆଇସିସି ବିଶ୍ୱକପର ସେମିଫାଇନାଲ୍ ପଥ ଅଧିକ ରୋମାଞ୍ଚକର ହୋଇଯାଇଛି। ଟୁର୍ଣ୍ଣାମେଣ୍ଟର ଫେଭରିଟ୍ କୁହାଯାଉଥିବା ଇଂଲଣ୍ଡ ଟିମ୍ ପାଇଁ ଏବେ ଅନ୍ତିମ ଚାରି ସ୍ଥାନ କଷ୍ଟକର ଲାଗୁଛି। ଅନ୍ୟପକ୍ଷରେ ପାକିସ୍ତାନ ରବିବାର ଦକ୍ଷିଣ ଆଫ୍ରିକାକୁ ହରାଇ ବିଶ୍ୱକପରେ ତା'ର ଆଶା ଉଜ୍ଜୀବିତ ରଖିଛି। ଦକ୍ଷିଣ ଆଫ୍ରିକା ପାଇଁ ସେମିଫାଇନାଲ୍ ରାସ୍ତା ଏବେ ବନ୍ଦ ହୋଇସାରିଛି।

କ୍ରିକେଟ୍ ସମ୍ଭାବନାର ଖେଳ ଏବଂ ଦକ୍ଷିଣ ଆଫ୍ରିକାକୁ ହରାଇ ପାକିସ୍ତାନ ନିଜ ପାଇଁ ସମ୍ଭାବନା ସୃଷ୍ଟି କରିଛି। ପାକିସ୍ତାନ ଟିମ୍ ତା'ର ବାକି ମ୍ୟାଚ୍ ଜିତି ୧୧ ପଏଣ୍ଟ ସହ ବିଶ୍ୱକପର ଅନ୍ତିମ-୪ ପାଇଁ କ୍ୱାଲିଫାଏ କରିପାରିବ। ଅନ୍ୟପକ୍ଷରେ ଭାରତର ବର୍ତ୍ତମାନ ୯ ପଏଣ୍ଟ ଅଛି। ଯଦି ଭାରତ ତା'ର ବାକି ମ୍ୟାଚଗୁଡ଼ିକ ଜିତି ନିଏ, ତାହେଲେ ୧୭ ପଏଣ୍ଟ ସହ ଟେବୁଲ ଟପରେ ପହଞ୍ଚିଯିବ।

ଏମିତି ହୋଇପାରେ ଭାରତ-ପାକ୍ ସେମିଫାଇନାଲ୍: ଯଦି ଭାରତ ଶୀର୍ଷରେ ରୁହେ ଏବଂ ଅଷ୍ଟ୍ରେଲିଆ ତା'ର ବାକି ତିନି ମ୍ୟାଚ୍ (ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା) ଜିତେ, ତାହେଲେ ୧୬ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନରେ ରହିବ। ଯଦି କଙ୍ଗାରୁ ଟିମ୍ ଗୋଟିଏ ମ୍ୟାଚ୍ ହାରେ, ତାହେଲେ ଟିମର ୧୪ ପଏଣ୍ଟ ହୋଇଯିବ। ଅନ୍ୟପକ୍ଷରେ ନ୍ୟୁଜିଲ୍ୟାଣ୍ଡ୍ ଟିମ୍ ତା'ର ତିନୋଟି (ପାକିସ୍ତାନ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ) ମୁକାବିଲାରୁ ଯଦି ଦୁଇଟି ମ୍ୟାଚ୍ ଜିତେ, ତାହେଲେ ଟିମ୍ ୧୫ ପଏଣ୍ଟ ସହ ଦ୍ୱିତୀୟ କିମ୍ବା ତୃତୀୟ ସ୍ଥାନରେ ରହିପାରେ। ଏବେ ପାକିସ୍ତାନ ଭାବୁଥିବ ଯେ, ଇଂଲଣ୍ଡ ତା'ର ବାକି ତିନୋଟି ମ୍ୟାଚରୁ ଅତିକମରେ ଗୋଟିଏରେ ବିଜୟୀ ହେଉ। ଏହା ହେଲେ ଇଂଲଣ୍ଡର ୧୦ ପଏଣ୍ଟ ଏବଂ ପାକିସ୍ତାନ ୧୧ ପଏଣ୍ଟ ସହ କ୍ୱାଲିଫାଏ କରିପାରିବ।

ଅନ୍ୟପକ୍ଷରେ ପାକିସ୍ତାନ ଚାହୁଁଥିବ ଯେ, ଶ୍ରୀଲଙ୍କା ଏବଂ ବାଂଲାଦେଶ ତା'ର ବାକି ତିନୋଟି ମ୍ୟାଚରେ ଅତି କମରେ ଗୋଟିଏ ମ୍ୟାଚ୍ ହାରୁ, ଯଦ୍ଦ୍ୱାରା ସେମାନେ ୧୧ ପଏଣ୍ଟ ପର୍ଯ୍ୟନ୍ତ ପହଞ୍ଚିପାରିବେ। ଏଭଳି ସ୍ଥିତିରେ ପାକିସ୍ତାନ ଟେବୁଲର ଚତୁର୍ଥ ସ୍ଥାନରେ ରହିପାରେ ଏବଂ ଯଦି ଭାରତ ଟପରେ ରୁହେ, ତାହେଲେ ଦୁଇ ଚିରପ୍ରତିଦ୍ୱନ୍ଦୀଙ୍କ ମଧ୍ୟରେ ଜୁଲାଇ ୯ ତାରିଖରେ ପୁଣିଥରେ ମ୍ୟାଞ୍ଚେଷ୍ଟରରେ ମୁକାବିଲା ହେବ।

ଯଦି ନ୍ୟୁଜିଲ୍ୟାଣ୍ଡ୍ ତା'ର ବାକି ତିନୋଟି ମ୍ୟାଚ୍ ହାରିଯାଏ, ତାହେଲେ ଟିମର ୧୧ ପଏଣ୍ଟ ହେବ। ଏହାବ୍ୟତୀତ ଅଷ୍ଟ୍ରେଲିଆ ଓ ଭାରତ ନିଜ ନିଜର ସବୁ ମୁକାବିଲା ମଧ୍ୟ ଜିତି ପାରନ୍ତି। ଏହାଛଡ଼ା ଇଂଲଣ୍ଡକୁ ଯଦି ଗୋଟିଏ ମ୍ୟାଚରେ ବିଜୟ ମିଳେ, ତାହେଲେ ଟିମର ୧୦ ପଏଣ୍ଟ ହେବ। କିନ୍ତୁ ପାକିସ୍ତାନକୁ ତା'ର ସବୁ ମୁକାବିଲା ଜିତିବାକୁ ପଡ଼ିବ। ଏହା ହେଲେ ହିଁ ପାକିସ୍ତାନର ୧୧ ପଏଣ୍ଟ ହୋଇପାରିବ। ଯେହେତୁ ନ୍ୟୁଜିଲ୍ୟାଣ୍ଡର ରନରେଟ୍ ଉନ୍ନତ ରହିଛି, ତେଣୁ ଏହି ଟିମ୍ ତୃତୀୟ ସ୍ଥାନରେ ରହିବ ବୋଲି ଆଶା କରାଯାଉଛି। ଏହାଛଡ଼ା ପାକିସ୍ତାନକୁ ଶ୍ରୀଲଙ୍କା ଓ ବାଂଲାଦେଶ ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରିବାକୁ ପଡ଼ିବ।

ଶ୍ରୀଲଙ୍କାର ୬ ମ୍ୟାଚରୁ ୬ ପଏଣ୍ଟ ହୋଇଛି। ଯଦି ଏହି ଟିମ୍ ତା'ର ବାକି ତିନୋଟି ମ୍ୟାଚ୍ ଜିତେ, ତାହେଲେ ସେମିଫାଇନାଲ୍ ପହଞ୍ଚିପାରିବ। ଯଦି ଶ୍ରୀଲଙ୍କା ଗୋଟିଏ ମ୍ୟାଚ୍ ହାରିଯାଏ, ତାହେଲେ ଟିମ୍ ଆଶା କରୁଥିବ ଯେ, ଇଂଲଣ୍ଡ ତା'ର ସବୁଯାକ ମ୍ୟାଚ୍ ହାରିଯାଉ। ଏହାସହ ବାଂଲାଦେଶ ତା'ର ବାକି ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲ୍ ଆଶା ଉଜ୍ଜୀବିତ କରିବାକୁ ଚାହିଁବ। ଏଭଳି ସ୍ଥିତିରେ ପାକିସ୍ତାନକୁ ତା'ର ବାକି ତିନୋଟି ମ୍ୟାଚରେ ହାରିବାକୁ ପଡ଼ିବ।

ଶ୍ରୀଲଙ୍କାକୁ ଏବେବି ଦକ୍ଷିଣ ଆଫ୍ରିକା, ୱେଷ୍ଟଇଣ୍ଡିଜ୍ ଏବଂ ଭାରତ ବିପକ୍ଷ ମ୍ୟାଚ୍ ଖେଳିବାକୁ ଅଛି। ଯଦି ଶ୍ରୀଲଙ୍କା ଦୁଇଟି ମ୍ୟାଚ୍ ହାରିଯାଏ, ତାହେଲେ ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିବ। ଏହା ହେଲେ ପାକିସ୍ତାନର ଆଶା ଉଜ୍ଜୀବିତ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story