ମାଡ୍ରିଡ୍ ଓପନ୍: ଡିଫେଣ୍ଡିଂ ଚାମ୍ପିଅନ୍ ଜ୍ୱେରେଭଙ୍କୁ ବିଦା କଲେ ସିଟସିପାସ୍

ମାଡ୍ରିଡ୍: ଡିଫେଣ୍ଡିଂ ଚାମ୍ପିଅନ୍ ଆଲେକଜାଣ୍ଡାର ଜ୍ୱେରେଭଙ୍କୁ ହରାଇ ଗ୍ରୀକ୍ ଟେନିସ୍ ଖେଳାଳି ଷ୍ଟିଫାନସ୍ ସିଟସିପାସ୍ ଚଳିତ ମାଡ୍ରିଡ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲରେ ସିଟସିପାସ୍ ୭-୫, ୩-୬, ୬-୨ ସେଟରେ ଜ୍ୱେରେଜଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲରେ ସିଟସିପାସ୍ ପାଞ୍ଚଥରର ବିଜେତା ରାଫେଲ୍ ନାଡାଲଙ୍କୁ ଭେଟିବେ। ସ୍ପେନୀୟ ତାରକା ନାଡାଲ୍ କ୍ୱାର୍ଟରରେ ସ୍ୱିଜରଲ୍ୟାଣ୍ଡର ଷ୍ଟାନିସ୍ଲାସ୍ ୱାରିଙ୍କାଙ୍କୁ ୬-୧, ୬-୨ ସେଟରେ ପରାସ୍ତ କରିଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ନାଡାଲଙ୍କର ଏହା ୧୪ତମ କ୍ୱାର୍ଟର୍ ମୁକାବିଲା ଥିଲା। […]

sitsi

sitsi

Hemant Lenka
  • Published: Saturday, 11 May 2019
  • Updated: 11 May 2019, 06:34 PM IST

Sports

Latest News

ମାଡ୍ରିଡ୍: ଡିଫେଣ୍ଡିଂ ଚାମ୍ପିଅନ୍ ଆଲେକଜାଣ୍ଡାର ଜ୍ୱେରେଭଙ୍କୁ ହରାଇ ଗ୍ରୀକ୍ ଟେନିସ୍ ଖେଳାଳି ଷ୍ଟିଫାନସ୍ ସିଟସିପାସ୍ ଚଳିତ ମାଡ୍ରିଡ୍ ଓପନ୍ ସେମିଫାଇନାଲରେ ପ୍ରବେଶ କରିଛନ୍ତି। କ୍ୱାର୍ଟରଫାଇନାଲରେ ସିଟସିପାସ୍ ୭-୫, ୩-୬, ୬-୨ ସେଟରେ ଜ୍ୱେରେଜଙ୍କୁ ପରାସ୍ତ କରିଥିଲେ।

ସେମିଫାଇନାଲରେ ସିଟସିପାସ୍ ପାଞ୍ଚଥରର ବିଜେତା ରାଫେଲ୍ ନାଡାଲଙ୍କୁ ଭେଟିବେ। ସ୍ପେନୀୟ ତାରକା ନାଡାଲ୍ କ୍ୱାର୍ଟରରେ ସ୍ୱିଜରଲ୍ୟାଣ୍ଡର ଷ୍ଟାନିସ୍ଲାସ୍ ୱାରିଙ୍କାଙ୍କୁ ୬-୧, ୬-୨ ସେଟରେ ପରାସ୍ତ କରିଛନ୍ତି। ଗତ ୧୫ ବର୍ଷ ମଧ୍ୟରେ ନାଡାଲଙ୍କର ଏହା ୧୪ତମ କ୍ୱାର୍ଟର୍ ମୁକାବିଲା ଥିଲା। ଅନ୍ୟଏକ ସେମିଫାଇନାଲ୍ ମୁକାବିଲା ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍ ଜୋକୋଭିକ୍ ଓ ଡୋମିନିକ୍ ଥିଏମଙ୍କ ମଧ୍ୟରେ ଅନୁଷ୍ଠିତ ହେବ।

ଥିଏମ୍ କ୍ୱାର୍ଟରରେ ଜବରଦସ୍ତ ପ୍ରଦର୍ଶନ କରି ସ୍ୱିଜରଲ୍ୟାଣ୍ଡର ରୋଜର ଫେଡେରରଙ୍କଚ ୩-୬, ୭-୬ (୧୩/୧୧), ୬-୪ ସେଟରେ ହରାଇଛନ୍ତି। ଅନ୍ୟପକ୍ଷରେ କ୍ୱାର୍ଟରରେ ଜୋକୋଭିକଙ୍କ ପ୍ରତିଦ୍ୱନ୍ଦ୍ୱୀ କ୍ରୋଏସିଆର ମାରିନ୍ ସିଲିକ୍ ଆହତ କାରଣରୁ ଅଧାରୁ ଓହରିଯାଇଥିଲେ, ଯେଉଁ କାରଣରୁ ସର୍ବୀୟ ଖେଳାଳି ସହଜରେ ସେମିଫାଇନାଲରେ ସ୍ଥାନ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos