ୱାଟଲିଙ୍ଗଙ୍କ ଶତକ, ନିରାଶ ହେଲେ ଇଂଲଣ୍ଡ ବୋଲର

ଓଭାଲ: ବିଜେ ୱାଟଲିଙ୍ଗଙ୍କ ଦମଦାର ଶତକ ବଳରେ ରନ୍‌ ପାଇଁ ସଂଘର୍ଷ କରୁଥିବା ନ୍ୟୁଜିଲ୍ୟାଣ୍ଡ ଏବେ ଇଂଲଣ୍ଡ ବିପକ୍ଷରେ ଅଗ୍ରଣୀ ହାସଲ କରି ନେଇଛି। ତୃତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟସମ୍ୟାନମାନେ ଇଂଲଣ୍ଡର ବୋଲରମାନଙ୍କୁ ନିରାଶ କରିଛନ୍ତି। ଆଜି ଗୋଟିଏ ଦିନରେ ଇଂଲଣ୍ଡ ବୋଲରମାନେ କେବଳ ଦୁଇ ଜଣ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କୁ ଆଉଟ କରିବାରେ ସକ୍ଷମ ହୋଇଛନ୍ତି। ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ ହରାଇ ୩୯୬ ରନ୍‌ କରିଛି। ଦଳ ଏବେ ଇଂଲଣ୍ଡର […]

cxz

cxz

Hemant Lenka
  • Published: Saturday, 23 November 2019
  • Updated: 23 November 2019, 05:18 PM IST

ଓଭାଲ: ବିଜେ ୱାଟଲିଙ୍ଗଙ୍କ ଦମଦାର ଶତକ ବଳରେ ରନ୍‌ ପାଇଁ ସଂଘର୍ଷ କରୁଥିବା ନ୍ୟୁଜିଲ୍ୟାଣ୍ଡ ଏବେ ଇଂଲଣ୍ଡ ବିପକ୍ଷରେ ଅଗ୍ରଣୀ ହାସଲ କରି ନେଇଛି। ତୃତୀୟ ଦିବସରେ ନ୍ୟୁଜିଲ୍ୟାଣ୍ଡର ବ୍ୟାଟସମ୍ୟାନମାନେ ଇଂଲଣ୍ଡର ବୋଲରମାନଙ୍କୁ ନିରାଶ କରିଛନ୍ତି। ଆଜି ଗୋଟିଏ ଦିନରେ ଇଂଲଣ୍ଡ ବୋଲରମାନେ କେବଳ ଦୁଇ ଜଣ ନ୍ୟୁଜିଲ୍ୟାଣ୍ଡ ଖେଳାଳିଙ୍କୁ ଆଉଟ କରିବାରେ ସକ୍ଷମ ହୋଇଛନ୍ତି।

ତୃତୀୟ ଦିବସ ଖେଳ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୬ ୱିକେଟ ହରାଇ ୩୯୬ ରନ୍‌ କରିଛି। ଦଳ ଏବେ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୪୧ ରନ୍‌ର ଲିଡ୍‌ ହାସଲ କରିନେଇଛି। ଇଂଲଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୩୫୩ ରନ୍‌ କରିଥିଲା।

ଗତକାଲି ନ୍ୟୁଜିଲ୍ୟାଣ୍ଡ ତା’ର ପ୍ରଥମ ଇନିଂସ୍‌ରେ ୪ ୱିକେଟ ହରାଇ ମାତ୍ର ୧୪୪ ରନ୍‌ କରିଥିଲା। ଆଜି ଦୁଇ ଅପରାଜି ବ୍ୟାଟସମ୍ୟାନ୍‌ ହେନେରୀ ନିକୋଲାସ ଓ ୱାଟଲିଙ୍ଗ ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ତେବେ ସ୍କୋର ୧୯୭ ଥିବା ବେଳେ ବ୍ୟକ୍ତିଗତ ୪୧ ରନ୍‌ କରି ନିକୋଲାସ ଆଉଟ ହୋଇଯାଇଥିଲେ। ତେବେ ୬ଷ୍ଠ ୱିକେଟ ପାଇଁ କଲିନ ଡିଗ୍ରାଣ୍ଡହୋମ ଓ ୱାଟଲିଙ୍ଗ ୧୧୯ର ଭାଗିଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ବିପର୍ଯ୍ୟୟର ଉଦ୍ଧାର କରିଥିଲେ।

ଏଥିସହ ଗ୍ରାଣ୍ଡହୋମ ନିଜର ଅର୍ଦ୍ଧଶତକ ଓ ୱାଟଲିଙ୍ଗ ନିଜର ଶତକ ହାସଲ କରିଥିଲେ। ଦଳୀୟ ସ୍କୋର ୩୧୬ ଥିବା ବେଳେ ବ୍ୟକ୍ତିଗତ ୬୫ ରନ୍‌ କରି ଗ୍ରାଣ୍ଡହୋମ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ମିଚେଲ ସାଣ୍ଟନର ଓ ୱାଟଲିଙ୍ଗ ମିଳିତ ଭାବେ ଦଳୀୟ ସ୍କୋରକୁ ୩୫୦ ପାର କରାଇଥିଲେ।

ତୃତୀୟ ଦିନର ଖେଳ ଶେଷ ବେଳକୁ ସାଣ୍ଟନର ୩୧ ଓ ୱାଟଲିଙ୍ଗ ୧୧୯ ରନ୍‌ କରି ଅପରାଜିତ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ଆଜି ଜୋ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସ ହିଁ ଗୋଟିଏ ଲେଖାଏ ୱିକେଟ ନେବାକୁ ସକ୍ଷମ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos