ପାକିସ୍ତାନକୁ ପ୍ରଥମ ସଫଳତା, ରାହୁଲ୍ ଆଉଟ୍

ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ପ୍ରଥମ ସଫଳତା ମିଳିଛି। ୨୫ତମ ଓଭରର ପଞ୍ଚମ ବଲରେ ଅର୍ଦ୍ଧଶତକ ମାରିଥିବା  ଲୋକେଶ ରାହୁଲଙ୍କୁ ରିଆଜ୍ ଆଉଟ୍ କରିଛନ୍ତି। ରାହୁଲ୍ ୭୮ ବଲରେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ଦୁହେଁ ଦମଦାର ବ୍ୟାଟିଂ କରି ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ପ୍ରଥମ ୱିକେଟ୍ ପାଇଁ ଦୁହେଁ ୧୩୭ ରନ୍ ଯୋଡ଼ିଛନ୍ତି।  ଉକ୍ତ ମ୍ୟାଚରେ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି […]

OPEN

OPEN

Hemant Lenka
  • Published: Sunday, 16 June 2019
  • Updated: 16 June 2019, 04:39 PM IST

Sports

Latest News

ମାଞ୍ଚେଷ୍ଟର: ଭାରତ ଓ ପାକିସ୍ତାନ ମଧ୍ୟରେ ଏଠାରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନକୁ ପ୍ରଥମ ସଫଳତା ମିଳିଛି। ୨୫ତମ ଓଭରର ପଞ୍ଚମ ବଲରେ ଅର୍ଦ୍ଧଶତକ ମାରିଥିବା  ଲୋକେଶ ରାହୁଲଙ୍କୁ ରିଆଜ୍ ଆଉଟ୍ କରିଛନ୍ତି। ରାହୁଲ୍ ୭୮ ବଲରେ ୫୭ ରନ୍ କରି ଆଉଟ୍ ହୋଇଛନ୍ତି। ଏହା ପୂର୍ବରୁ ଦୁହେଁ ଦମଦାର ବ୍ୟାଟିଂ କରି ଭାରତକୁ ଭଲ ଷ୍ଟାର୍ଟ ଦେଇଥିଲେ। ପ୍ରଥମ ୱିକେଟ୍ ପାଇଁ ଦୁହେଁ ୧୩୭ ରନ୍ ଯୋଡ଼ିଛନ୍ତି। 

ଉକ୍ତ ମ୍ୟାଚରେ ପାକିସ୍ତାନ କ୍ୟାପଟେନ୍ ସର୍ଫରାଜ ଅହମ୍ମଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିବାକୁ ସୁଯୋଗ ପାଇଥିବା ଭାରତ ଆରମ୍ଭରୁ ଧୈର୍ଯ୍ୟର ବ୍ୟାଟିଂ କରିଥିଲା।

ଦୁଇ ଓପ୍ନର ରୋହିତ୍ ଓ ରାହୁଲ୍ ଚମତ୍କାର ଢ଼ଙ୍ଗରେ ବ୍ୟାଟିଂ କରି ପାକିସ୍ତାନ ବୋଲରଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ପ୍ରଥମେ  ରୋହିତ୍ ୩୪ ବଲରେ ଅର୍ଦ୍ଧଶତକ ମାରିଥିବା  ଲୋକେଶ ରାହୁଲ ଛକା ମାରି ନିଜର ଅର୍ଦ୍ଧଶତକ ପୂରଣ କରିଛନ୍ତି। ରିର୍ପୋଟ୍ ଲେଖା ହେଲା ବେଳକୁ ଭାରତ ୨୪ ଓଭରରେ ୧ ୱିକେଟ୍ ହରାଇ ୧୩୭ ରନ୍ କରିଛି। ରୋହିତ୍ ୭୬ ରନରେ ବ୍ୟାଟିଂ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos