ଏହି ୧୧ ପାକିସ୍ତନୀ ପାଇଛନ୍ତି ଆଇପିଏଲରେ ସୁଯୋଗ : ପ୍ରଥମ ସିଜିନ୍ ହୋଇଥିଲା ଶେଷ ସିଜିନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରୀକେଟ୍‌ ପ୍ରେମୀଙ୍କ ପାଇଁ କ୍ରିକେଟ୍‌ର ମଜା ସେତେବେଳେ ବଡ଼ିଯାଇଥାଏ ଯେତେବେଳେ ପଡ଼ିଆରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥାଏ। ହେଲେ ପାକିସ୍ତାନୀ କ୍ରିକେଟର୍‌ ଯେତେବେଳେ ନିଜ ପସନ୍ଦର ଟିମ୍‌ ସପକ୍ଷରେ ମ୍ୟାଚ୍‌ ଖେଳିଥାନ୍ତି ସେତେବେଳେ ନିଆରା ଅନୁଭବ ମିଳିଥାଏ। ଏମିତି କିଛି ଦୃଶ୍ୟ ଆଇପିଏଲ ୨୦୦୮ରେ ଦେଖିବାକୁ ମିଳିଥିଲା। ଆଇପିଏଲର ପ୍ରଥମ ସିଜିନରେ ପାକିସ୍ତାନୀ କ୍ରିକେଟର୍‌ଙ୍କୁ ସାମିଲ କରାଯାଇଥିବା ବେଳେ ଏହା ପରଠାରୁ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରୁ ବ୍ୟାନ୍‌ […]

shahid-afridi-1409408161

shahid-afridi-1409408161

Rakesh Mallick
  • Published: Tuesday, 03 April 2018
  • Updated: 03 April 2018, 11:52 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରୀକେଟ୍‌ ପ୍ରେମୀଙ୍କ ପାଇଁ କ୍ରିକେଟ୍‌ର ମଜା ସେତେବେଳେ ବଡ଼ିଯାଇଥାଏ ଯେତେବେଳେ ପଡ଼ିଆରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଥାଏ। ହେଲେ ପାକିସ୍ତାନୀ କ୍ରିକେଟର୍‌ ଯେତେବେଳେ ନିଜ ପସନ୍ଦର ଟିମ୍‌ ସପକ୍ଷରେ ମ୍ୟାଚ୍‌ ଖେଳିଥାନ୍ତି ସେତେବେଳେ ନିଆରା ଅନୁଭବ ମିଳିଥାଏ। ଏମିତି କିଛି ଦୃଶ୍ୟ ଆଇପିଏଲ ୨୦୦୮ରେ ଦେଖିବାକୁ ମିଳିଥିଲା। ଆଇପିଏଲର ପ୍ରଥମ ସିଜିନରେ ପାକିସ୍ତାନୀ କ୍ରିକେଟର୍‌ଙ୍କୁ ସାମିଲ କରାଯାଇଥିବା ବେଳେ ଏହା ପରଠାରୁ ପାକିସ୍ତାନୀ ଖେଳାଳିଙ୍କୁ ଆଇପିଏଲରୁ ବ୍ୟାନ୍‌ କରାଯାଇଥିଲା। ୨୬/୧୧ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀ ଖେଳାଳି ଭାରତରେ ବ୍ୟାନ୍‌ ହୋଇଥିଲେ।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ୨୦୦୮ ଆଇପିଏଲରେ ୧୧ଜଣ ପାକିସ୍ତନୀ କ୍ରିକେଟର୍‌ ସାମିଲ ଥିଲେ। ସେମାନଙ୍କ ମଧ୍ୟରୁ ସାହିଦ ଆଫ୍ରିଦି ଡେକାନ ଚାର୍ଜସ୍‌ ଟିମ୍‌ରେ, ମିସବା ଉଲ୍‌ ହକ୍‌ ଆର୍‌ସିବି ଦଳରେ ସାମିଲ ଥିଲେ।  ସେହିପରି ମହମ୍ମଦ ଆସିଫ୍‌ ଓ ସୋଏବ ମଲିକ୍‌ ଦିଲ୍ଲୀ ଡେୟାର ଡେଭିଲ୍ସ ଦଳରେ ସାମିଲ ହୋଇଥିବା ବେଳେ ଆଖତର, ମହମ୍ମଦ ହାଫିଜ, ଉମର ଗୁଲ ଓ ସଲମାନ ବଟ କେକେଆର୍‌ ଦଳର ସାମିଲ ହୋଇଥିଲେ। ଅନ୍ୟପଟେ ସୋହେଲ ତନବୀର, କାମରାନ ଆକମଲ୍‌, ୟୁନିସ ଖାନ ରାଜସ୍ଥାନ ଦଳରେ ସାମିଲ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos