ସାଉଥ୍ ଏସିଆନ ଗେମ୍ସ: ସାଇକ୍ଲିଂରେ ଭାରତକୁ ସ୍ୱର୍ଣ୍ଣ ଓ ରୌପ୍ୟ

ଗୌହାଟୀ: ୧୨ତମ ଦକ୍ଷିଣ ଏସୀୟ ଦୌଡକୁଦରେ ମେଡାଲ୍ ଆକାଉଣ୍ଟ୍ ଖୋଲିଛି ଭାରତ। ଏହି ଗୌରବ ଆଣିଛନ୍ତି ମଣିପୁର ଦୁଇ ସାଇକେଲ ଚାଳିକା। ସେମାନେ ହେଲେ ଟି.ବିଦ୍ୟାଲକ୍ଷ୍ମୀ ଓ ଛାଓବା ଦେବୀ।

ଆଜି ମହିଳା ବର୍ଗ ସାଇକ୍ଲିଂରେ ଭାରତର ଟି.ବିଦ୍ୟାଲକ୍ଷ୍ମୀ ପ୍ରଥମ ସ୍ୱର୍ଣ୍ଣ ଜିତି ଭାରତ ପାଇଁ ଗୌରବ ଆଣିଛନ୍ତି। ସେ ୩୦ କିଲୋମିଟର ବ୍ୟକ୍ତିଗତ ସାଇକ୍ଲିଂରେ ସ୍ୱର୍ଣ୍ଣ ଜିତିଥିବା ବେଳେ ଛାଓବା ଦେବୀ ରୌପ୍ୟ ପଦକ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି।

୪୯ ମିନିଟ୍ ୨୪ ସେକେଣ୍ଡରେ ୩୦ କିଲୋମିଟର ଟ୍ରାକ୍‌କୁ ଜିତି ବିଜୟଲକ୍ଷ୍ମୀ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଛୋବା ଦେବୀ ୪୯ ମିନିଟ୍ ୩୧ ସେକେଣ୍ଡରେ ଶେଷ କରି ଏହି ସଫଳତା ହାସଲ କରିଛନ୍ତି। ସେହିପରି ପାକିସ୍ତାନର ଶହାବା ବିବି ୫୦ ମିନିଟ୍‌ରେ ସାଇକ୍ଲିଂ ଶେଷ କରି ବ୍ରୋଞ୍ଚ ପଦକ ହାସଲ କରିଛନ୍ତି।

୨୦୧୦ରେ ଢାକାରେ ହୋଇଥିବା ସାଗ୍‌ରେ ଭାରତ ଏହି ଇଭେଣ୍ଟରେ ୩ଟି ସ୍ୱର୍ଣ୍ଣ ଓ ୧ଟି ରୌପ୍ୟ ହାତେଇଥିଲା ବେଳେ ଶ୍ରୀଲଙ୍କା ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ପଦକ ହାତେଇଥିଲା।