ଭାରତୀୟ ମହିଳା କ୍ରିକେଟ୍ ଟିମ୍ ସ୍କ୍ୱାଡରେ ୧୫ ବର୍ଷୀୟା ଶେଫାଳି

ନୂଆଦିଲ୍ଲୀ: ଅଭିଜ୍ଞ ମିତାଲି ରାଜଙ୍କ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ଟିମରେ ଯୁବ ଖେଳାଳିଙ୍କୁ ସାମିଲ୍ କରିବା ପାଇଁ ବାଟ ଫିଟିଛି। ଫଳସ୍ୱରୂପ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପାଇଁ ଘୋଷିତ ଭାରତୀୟ ମହିଳା ଟିମରେ ୧୫ ବର୍ଷୀୟ ଶେଫାଳି ବର୍ମାଙ୍କୁ ସାମିଲ୍ କରାଯାଇଛି। ହରିୟାଣାର ଶେଫାଳିଙ୍କୁ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଭଲ ପ୍ରଦର୍ଶନ ଆଧାରରେ ହିଁ ଚୟନ କରାଯାଇଛି। ତେବେ ମିତାଲି ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ […]

shafali

shafali

Ranjit Kumar Jena
  • Published: Thursday, 05 September 2019
  • Updated: 05 September 2019, 08:33 PM IST

Sports

Latest News

ନୂଆଦିଲ୍ଲୀ: ଅଭିଜ୍ଞ ମିତାଲି ରାଜଙ୍କ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେବା ପରେ ଏବେ ଟିମରେ ଯୁବ ଖେଳାଳିଙ୍କୁ ସାମିଲ୍ କରିବା ପାଇଁ ବାଟ ଫିଟିଛି। ଫଳସ୍ୱରୂପ ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ଘରୋଇ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ପାଇଁ ଘୋଷିତ ଭାରତୀୟ ମହିଳା ଟିମରେ ୧୫ ବର୍ଷୀୟ ଶେଫାଳି ବର୍ମାଙ୍କୁ ସାମିଲ୍ କରାଯାଇଛି। ହରିୟାଣାର ଶେଫାଳିଙ୍କୁ ମହିଳା ଟି-୨୦ ଚ୍ୟାଲେଞ୍ଜରେ ଭଲ ପ୍ରଦର୍ଶନ ଆଧାରରେ ହିଁ ଚୟନ କରାଯାଇଛି।

ତେବେ ମିତାଲି ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଭାରତୀୟ ଟିମର ନେତୃତ୍ୱ ନେବେ, ଯାହା ଟି-୨୦ ସିରିଜ୍ ପରେ ଖେଳାଯିବ। ଟି-୨୦ ଟିମର ନେତୃତ୍ୱଭାର ହରମନପ୍ରୀତ କୌର୍ ନେବେ। ସ୍ମୃତି ମନ୍ଧାନା ଟି-୨୦ ଟିମର୍ ଭାଇସକ୍ୟାପଟେନ୍ ହେବେ। ମିତାଲି ୮୯ ମ୍ୟାଚ୍ ପରେ ଟି-୨୦ କ୍ରିକେଟରୁ ସନ୍ନ୍ୟାସ ନେବାକୁ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ସେ ୧୭ ଅର୍ଦ୍ଧଶତକ ସହ ୨୩୬୪ ରନ୍ କରିଛନ୍ତି ସେ ୩୨ ଟି-୨୦ ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି।

ଗୁରୁବାର ହୋଇଥିବା ଚୟନକମିଟି ବୈଠକରେ ମିତାଲି ଉପସ୍ଥିତ ଥିଲେ। ଟି-୨୦ ଟିମର କ୍ୟାପଟେନ୍ ହରମନପ୍ରୀତ ଓ କୋଚ୍ ଡବ୍ଲ୍ୟୁଭି ରମଣ ଟେଲି କନଫରେନ୍ସ ଜରିଆରେ ଯୋଗ ଦେଇଥିଲେ। ସେପ୍ଟେମ୍ବର ୧୨ ତାରିଖରୁ ବେଙ୍ଗାଲୁରୁରେ ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ଭାରତୀୟ ଟିମ୍ ଅଭ୍ୟାସ ଶିବିର ହେବ। ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ସେପ୍ଟେମ୍ବର ୨୪ ତାରିଖରୁ ଏବଂ ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଅକ୍ଟୋବର ୯ରୁ ଆରମ୍ଭ ହେବ।

ଦିନିକିଆ ସ୍କ୍ୱାଡ୍: ମିତାଲି ରାଜ (କ୍ୟାପଟେନ୍), ଜେମିମା ରୋଡ୍ରିଗ୍ସ, ହରମନପ୍ରୀତ କୌର୍ (ଭାଇସ୍-କ୍ୟାପଟେନ୍), ପୁନମ ରାଉତ, ସ୍ମୃତି ମନ୍ଧାନା, ଦୀପ୍ତି ଶର୍ମା, ତାନିଆ ଭାଟିଆ (ୱିକେଟକିପର), ଝୁଲନ୍ ଗୋସ୍ୱାମୀ, ଶିଖା ପାଣ୍ଡେ, ମାନସୀ ଯୋଶୀ, ଏକତା ବିଷ୍ଟ, ପୁନମ ଯାଦବ, ଡି. ହେମଲତା, ରାଜେଶ୍ୱରୀ ଗାଏକ୍ୱାଡ୍, ପ୍ରିୟା ପୁନିଆ।

ଟି-୨୦ ସ୍କ୍ୱାଡ୍: ହରମନପ୍ରୀତ କୌର୍ (କ୍ୟାପଟେନ୍), ସ୍ମୃତି ମନ୍ଧାନା (ଭାଇସ୍-କ୍ୟାପଟେନ୍), ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ତାନିଆ ଭାଟିଆ (ୱିକେଟକିପର), ପୁନମ ଯାଦବ, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡି, ପୂଜା ବସ୍ତ୍ରାକର, ରାଧା ଯାଦବ, ବେଦା କ୍ରିଷ୍ଣମୂର୍ତ୍ତି, ହର୍ଲୀନ୍ ଦେଓଲ, ଅନୁଜା ପାଟିଲ୍, ଶେଫାଳି ବର୍ମା, ମାନସୀ ଯୋଶୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos