ଚେନ୍ନାଇ ଆଗରେ ୧୬୩ ରନ୍ର ବିଜୟ ଲକ୍ଷ୍ୟ। ଫିରୋଜ ଶାହା କୋଟ୍ଲା ଷ୍ଟାଡ଼ିୟମରେ ଖେଳାଯାଉଥିବା ଆଇପିଏଲର ୫୨ ତମ ମ୍ୟାଚ୍ରେ ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୬୨ ରନ୍ କରିପାରିଛି। ଦିଲ୍ଲୀ ପକ୍ଷରୁ ରିସବ ପନ୍ତ ସର୍ବାଧିକ ୩୮ ରନ୍ କରିଥିବା ବେଳେ ବିଜୟ ଶଙ୍କର ଓ ହର୍ସଲ ପଟେଲ ୩୬ ରନ୍ ଲେଖାଏଁ କରିଛନ୍ତି। ଆଜିର ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା।
ପ୍ଲେଅଫ୍ ରେସ୍ରେ ନଥିବାରୁ ଦିଲ୍ଲୀ ପାଇଁ ଏହା ଏକ ସାନ୍ତନା ମୂଳକ ମ୍ୟାଚ୍ ହୋଇଯାଇଛି। ଏହା ପୂର୍ବରୁ ଦିଲ୍ଲୀ ୧୨ଟି ମ୍ୟାଚ୍ରୁ ମାତ୍ର ୩ଟିରେ ଜିତି ୬ ଅଙ୍କ ସହ ପଏଣ୍ଟ ଟେବୁଲରେ ସବା ତଳେ ରହିଛି। ଯଦିବି ଦିଲ୍ଲୀ ଆଜିର ମ୍ୟାଚ୍ ଜିତିବା ସହ ବାକି ଅନ୍ୟ ଏକ ମ୍ୟାଚ୍ ଜିତିନେଉଛି ତଥାବି ପ୍ଲେଅଫ୍ରେ ପହଞ୍ଚି ପାରିବ ନାହିଁ।
ଅନ୍ୟପଟେ ୧୨ଟି ମ୍ୟାଚ୍ରୁ ୮ଟିରେ ଜିତି ୧୬ ଅଙ୍କ ସହ ଚେନ୍ନାଇ ପଏଣ୍ଟ ଟେବୁଲରେ ଦ୍ୱିତୀୟ ସ୍ଥାନରେ ରହିଛି। ଚେନ୍ନାଇ ଆଜିର ମ୍ୟାଚ୍ ଜିତି ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ଅଧିକାର କରିବାକୁ ଚେଷ୍ଟା କରିବ। କାରଣ ଚେନ୍ନାଇ ଉପରକୁ ୧୮ ଅଙ୍କ ସହ ହାଇଦ୍ରାବାଦ ଶ୍ରୀର୍ଷରେ ରହିଛି। କିନ୍ତୁ ରନ୍ ରେଟ୍ରେ ହାଇଦ୍ରାବାଦ ଅପେକ୍ଷା ଚେନ୍ନାଇର ସ୍ଥିତି ଭଲ ଥିବାରୁ ଶ୍ରୀର୍ଷରେ ପହଞ୍ଚିବା ସମ୍ଭାବନା ଅଧିକ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।