୧୯ ବର୍ଷରୁ କମ୍ ବିଶ୍ୱକପ୍ ପାଇଁ ଭାରତୀୟ ଟିମକୁ କପିଲଙ୍କ ‘ଗୁଡ୍ ଲକ୍’

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ବାଂଲାଦେଶରେ ଆରମ୍ଭ ହେବ ୧୯ ବର୍ଷରୁ କମ୍ କ୍ରିକେଟ୍ ବିଶ୍ୱକପ୍। ଏଥିପାଇଁ ଭାରତୀୟ ୧୯ ବର୍ଷରୁ କମ୍ କ୍ରିକେଟ୍ ଟିମକୁ ‘ଗୁଡ୍ ଲକ୍’ ଜଣାଇଛନ୍ତି ପ୍ରଖ୍ୟାତ ଅଲରାଉଣ୍ଡର କପିଲ୍ ଦେବ।

ସେ କହିଛନ୍ତି, ‘ଏହି ଟୁର୍ଣ୍ଣାମେଣ୍ଟ୍ ପାଇଁ ଭାରତୀୟ ଟିମରେ ସ୍ଥାନ ପାଇଥିବା ସମସ୍ତ ଖେଳାଳିଙ୍କୁ ତାଙ୍କର ଶୁଭେଚ୍ଛା। ସେମାନେ ନିଜେ ସେମାନଙ୍କ ଭାଗ୍ୟ ଗଢ଼ନ୍ତୁ।’

କପିଲ କହିଛନ୍ତି, ‘ଅଣ୍ଡର ୧୯ ବିଶ୍ୱକପରୁ ଅନେକ ଭଲ ଖେଳାଳି ବାହାରିଛନ୍ତି। ବିରାଟ କୋହଲି, ହାସିମ ଅମଲା, ଷ୍ଟିଭେନ୍ ସ୍ମିଥ୍, କେନ୍ ୱିଲିୟମସନ୍ ଓ ଜୋ ରୁଟ୍ ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟରୁ ଆସିଛନ୍ତି। ବର୍ତ୍ତମାନ ସେମାନେ ନୂଆ ଖେଳାଳିଙ୍କ ପାଇଁ ପ୍ରେରଣା ସାଜିଛନ୍ତି।’

ଆସନ୍ତାକାଲି ବାଂଲାଦେଶର ଚିଟାଗଙ୍ଗସ୍ଥିତ ଜହୁର ଅହମଦ ଚୌଧୁରୀ ଷ୍ଟାଡିୟମରେ ଆସନ୍ତାକାଲି ଉଦଘାଟନୀ ମ୍ୟାଚ୍ ଖେଳାଯିବ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ମଧ୍ୟରେ। ସେହିଭଳି ଚିଟ୍ଟାଗଙ୍ଗର ଏମଏ ଅଜିଜ ଷ୍ଟାଡିୟମରେ ଇଂଲଣ୍ଡ ଓ ଫିଜି ମଧ୍ୟରେ ଆଉ ଏକ ମ୍ୟାଚ୍ ଖେଳାଯିବ।

ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦେଶର ଟିମ୍ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୯ଟି ଟେଷ୍ଟ୍ ଖେଳୁଥିବା ରାଷ୍ଟ୍ର ହୋଇଥିବା ବେଳେ ୭ଟି ଆସୋସିଏଟ୍ ଓ ଆଫିଲିଏଟ୍ ସଦସ୍ୟ ଅଛନ୍ତି। ଏହି ୭ ଦେଶ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନ, କାନାଡ଼ା, ଫିଜି, ନାମିବିୟା, ନେପାଲ, ଆର୍ୟାଲାଣ୍ଡ ଓ ସ୍କଟଲାଣ୍ଡ।

ଆହୁରି ପଢ଼ନ୍ତୁ

ଆଇପିଏଲରେ ହେଲାନି ଚୟନ, ଆତ୍ମହତ୍ୟା କଲେ ‘ଜୁନିୟର ଡେଲ୍ ଷ୍ଟେନ୍’

ପୁରୁଷ ହକି ଟିମରେ ପଶିଲା କରୋନା

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ