ଆଇପିଏଲର ୧୧ତମ ସିଜିନ ପାଇଁ ପ୍ଲେଅଫ୍ ସୂଚୀ ସ୍ପଷ୍ଟ ହୋଇଯାଇଛି। ପ୍ଲେଅଫ୍ ପାଇଁ ୪ଟି ଟିମ୍ ନିଜ ସ୍ଥାନ ପକ୍କା କରିଛନ୍ତି। ଶେଷ ଲିଗ୍ ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍କ୍ସ ପଞ୍ଜାବକୁ ୫ ୱିକେଟ୍ରେ ହରାଇବା ପରେ ପ୍ଲେଅଫ୍ରେ କେଉଁ ୪ଟି ଟିମ୍ ଖେଳିବେ ତାହା ଜଣାପଡ଼ିଛି। ହାଇଦ୍ରାବାଦ, ଚେନ୍ନାଇ, କେକେଆର୍ ଓ ରାଜସ୍ଥାନ ରୟାଲ୍ସ ପ୍ଲେଏଫ୍ରେ ପହଞ୍ଚିଯାଇଛନ୍ତି। ହାଇଦ୍ରାବାଦ ଓ ଚେନ୍ନାଇ ଟପ୍-୨ରେ ରହିଥିବାରୁ ଏହି ଦୁଇ ଟିମ୍, ପ୍ଲେଅଫ କ୍ୱାଲିଫାୟର-୧ରେ ହାରିଲେ ଆଉ ଏକ ସୁଯୋଗ ମିଳିବ। ଆସନ୍ତା ୨୨ ତାରିଖରେ କ୍ୱାଲିଫାୟର-୧ରେ ଏହି ଦୁଇଟି ଟିମ୍ ମଧ୍ୟରେ ଲଢ଼େଇ ହେବ। ଯେଉଁ ଟିମ୍ ଜିତିବ ସିଧା ଫାଇନାଲରେ ପହଞ୍ଚିବ। ସେପଟେ ହାରିବା ଟିମ୍କୁ ଆଉ ଏକ ସୁଯୋଗ ମିଳିବ ଫାଇନାଲରେ ପହଞ୍ଚିବା ପାଇଁ।ଅନ୍ୟପଟେ ତୃତୀୟ ଓ ଚତୁର୍ଥ ସ୍ଥାନରେ ଥିବା କେକେଆର୍ ଓ ରାଜସ୍ଥାନ ଆସନ୍ତା ୨୩ ତାରିଖରେ ଏଲିମିନେଟର୍ ରାଉଣ୍ଡରେ ସାମ୍ନାସାମ୍ନି ହେବେ। ହାରିବା ଟିମ୍ ପ୍ରତିଯୋଗିତାରୁ ବିଦା ହେବ। ଏବଂ ଜିତିବା ଟିମ୍ କ୍ୱାଲିଫାୟର-୧ରେ ହାରିଥିବା ଟିମ୍ ସହ ମ୍ୟାଚ୍ ଖେଳିବ। ଏବଂ ଏହି ମ୍ୟାଚ୍ରେ ଜିତିବା ଟିମ୍ ଫାଇନାଲରେ ପହଞ୍ଚିବ। ଫାଇନାଲ ମ୍ୟାଚ୍ ମେ ୨୭ ତାରିଖରେ ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡ଼ିୟମରେ ଖେଳାଯିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।