୨୦୨୪ ଅଲିମ୍ପିକ୍‌ରେ ୫୦ ପଦକ ଜିତିବାକୁ ଭାରତର ଲକ୍ଷ୍ୟ

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓରେ ଶେଷ ହୋଇଥିବା ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବା ବେଳେ ନୀତି ଅୟୋଗ ପକ୍ଷରୁ ୨୦୨୪ ଅଲିମ୍ପିକ୍ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତ ଯେପରି ୫୦ଟି ପଦକ ଜିତିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତ ଯୋଜନା ମୁତାବକ ଭାରତୀୟ ଖେଳାଳିଙ୍କର ଜିତିବା ଦକ୍ଷତା ଥିବା ୧୦ଟି ଖେଳକୁ ପ୍ରଥମେ ବଛାଯିବ। ଗାଁ ତଥା ଆଦିବାସୀ ଅଞ୍ଚଳରେ ଥିବା କ୍ରୀଡ଼ା ପ୍ରତିଭାଙ୍କୁ ଖୋଜି ବାହାର […]

sakhi

sakhi

Rakesh Mallick
  • Published: Friday, 23 September 2016
  • Updated: 23 September 2016, 05:28 PM IST

Sports

Latest News

ନୂଆଦିଲ୍ଲୀ: ବ୍ରାଜିଲର ରିଓ ଡି ଜେନେରିଓରେ ଶେଷ ହୋଇଥିବା ଅଲିମ୍ପିକ୍‌ରେ ଭାରତର ପ୍ରଦର୍ଶନ ନୈରାଶ୍ୟଜନକ ରହିଥିବା ବେଳେ ନୀତି ଅୟୋଗ ପକ୍ଷରୁ ୨୦୨୪ ଅଲିମ୍ପିକ୍ ପାଇଁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିରେ ଭାରତ ଯେପରି ୫୦ଟି ପଦକ ଜିତିବ ସେ ନେଇ ଯୋଜନା ପ୍ରସ୍ତୁତ କରାଯାଇଛି। ପ୍ରସ୍ତୁତ ଯୋଜନା ମୁତାବକ ଭାରତୀୟ ଖେଳାଳିଙ୍କର ଜିତିବା ଦକ୍ଷତା ଥିବା ୧୦ଟି ଖେଳକୁ ପ୍ରଥମେ ବଛାଯିବ। ଗାଁ ତଥା ଆଦିବାସୀ ଅଞ୍ଚଳରେ ଥିବା କ୍ରୀଡ଼ା ପ୍ରତିଭାଙ୍କୁ ଖୋଜି ବାହାର କରିବା ସହ କ୍ରୀଡ଼ା ଭିତ୍ତିଭୂମିକୁ କିପରି ସୁଦୃଢ଼ କରାଯାଇପାରିବ ସେନେଇ ମଧ୍ୟ ନୀତି ଆୟୋଗ ରଣନୀତି ପ୍ରସ୍ତୁତ କରିଛନ୍ତି।

୨୦୧୨ ଲଣ୍ଡନ ଅଲିମ୍ପିକ୍‌ରେ ଭାରତ ୬ଟି ପଦକ ଜିତିଥିବା ବେଳେ ରିଓ ଅଲିମ୍ପିକ୍‌ରେ ଆହୁରି ଅଧିକ ପଦକ ଜିତିବା ଆଶା ଥିଲା। ଏଥର ଦେଶରୁ ୧୨୦ ଜଣ ପ୍ରତିଯୋଗୀ ଅଲିମ୍ପିକ୍‌ରେ ଭାଗ ନେଇଥିଲେ ସୁଦ୍ଧା ମାତ୍ର ଦୁଇଟି ପଦକ ଆସିଥିଲା। ବ୍ୟାଡ୍‌ମିଣ୍ଟନରେ ଗୋଟିଏ ରୌପ୍ୟ ଓ କୁସ୍ତିରେ ଗୋଟିଏ କାଂସ୍ୟ ପଦକ ଜିତିଛି ଭାରତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos