ଆର୍ସିବି ଆଗରେ ୨୧୪ ରନ୍ର ବିଶାଳ ସ୍କୋର। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ସଂଗ୍ରହ କରିଛି ୨୧୩ ରନ୍। ମୁମ୍ବାଇ ପକ୍ଷରୁ ଆକର୍ଷଣୀୟ ବ୍ୟାଟିଂ କରିଥିଲେ ଅଧିନାୟକ ରୋହିତ ଶର୍ମା। ତାଙ୍କୁ ସାଥ୍ ଦେଇଥିଲେ ଓପନ୍ର ଏଭିନ୍ ଲୁଇସ୍। ରୋହିତ ମାତ୍ର ୫୨ଟି ବଲ୍ରେ ବିସ୍ଫୋରକ ୯୪ ରନ୍ର ପାରି ଖେଳି ଟିମ୍ର ସ୍କୋର୍କୁ ୨୧୩ ରନ୍ରେ ପହଞ୍ଚାଇଥିଲେ। ଏହାସହ ଲୁଇସ୍ ମଧ୍ୟ ୪୨ ବଲ୍ରୁ ୬୫ରନ୍ର ଏକ ଆକର୍ଷଣୀୟ ପାଳି ଖେଳିଥିଲେ। ରୋହିତ ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। ଶତକରୁ ୬ ରନ୍ ଦୂରରେ ଥିବାବେଳେ ଆଉଟ୍ ହୋଇଥିଲେ ରୋହିତ।
ଆପଣଙ୍କୁ ଜଣାଇଦେବାକୁ ଚାହୁଁଛ ଆଜିର ମ୍ୟାଚ୍ର ପ୍ରଥମ ଦୁଇଟି ବଲ୍ରେ ଦୁଇଟି ୱିକେଟ୍ ନେଇ ସମସ୍ତଙ୍କୁ ଚକିତ କରିଦେଇଥିଲେ ଆର୍ସିବି ବୋଲର୍ ଉମେଶ ଯାଦବ। ସମସ୍ତଙ୍କୁ ଲାଗିଥିଲା ମୁମ୍ବାଇ ପୁଣିଥରେ ଏହି ମ୍ୟାଚ୍ରେ ସଂଘର୍ଷ କରିବ। ହେଲେ ଓପନର୍ ଲୁଇସ୍ ଓ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ ମୁମ୍ବାଇକୁ ଏକ ବିଶାଳ ସ୍କୋର୍ ଦେଇଥିଲା। ୱାଙ୍ଖଡେ ଷ୍ଟାଡିୟମରେ ଆର୍ସିବି ଓ ମୁମ୍ବାଇ ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ବାଙ୍ଗାଲୋର୍ ଆଧିନାୟକ ବିରାଟ ପ୍ରଥମେ ଟସ୍ ଜିତି ମୁମ୍ବାଇକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ। ହେଲେ ମ୍ୟାଚ୍ର ପ୍ରଥମ ଦୁଇଟି ବଲରେ ମୁମ୍ବାଇର ଦୁଇଜଣ ବ୍ୟାଟ୍ସମ୍ୟାମ୍ଙ୍କୁ ବୋଲ୍ଡ ଆଉଟ୍ କରିଦେଇଥିଲେ ଉମେଶ। ସୁର୍ଯ୍ୟକୁମାର ଯାଦବ ଏବଂ ଇଶାନ କିସନ୍ ଉମେଶଙ୍କ ଶିକାର ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।