ପଞ୍ଜାବ ବୋଲର୍ଙ୍କୁ ନିର୍ଦ୍ଧୁମ ପିଟିଲେ କୋଲକାତା ବ୍ୟାଟ୍ସମ୍ୟାନ୍: ରଚିଲେ ନୂଆ ଇତିହାସ

ପଞ୍ଜାବ ସାମ୍ନାରେ ବିଶାଳ ବିଜୟ ଲକ୍ଷ୍ୟ। କୋଲକାତା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୨୪୫ ରନ୍ କରିଛି । ଏହି ରନ୍ ସହ ଚଳିତ ଆଇପିଏଲରେ ସର୍ବାଧିକ ସ୍କୋର୍ ମଧ୍ୟ କୋଲକାତା ନିଜ ନାଁରେ ଆଜି କରିଛି। ସୁନିଲ ନାରେନ୍ ଓ ଅଧିନାୟକ ଦିନେଶ କାର୍ତ୍ତିକଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ କେକେଆର୍ ପଞ୍ଜାବ ଆଗରେ ପାହାଡ଼ ଭଳି ସ୍କୋର୍ ଛିଡାକରିଛି। ସୁନିଲ ନାରେନ୍ ମାତ୍ର ୩୬ ବଲରୁ ୭୫ରନ କରିଥିବା ବେଳେ କାର୍ତ୍ତିକ ୨୩ ବଲରୁ ବିସ୍ଫୋରକ ୫୦ ରନ୍ କରିଥିଲେ।