ଫିଫା ବିଶ୍ୱକପ: ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ୧-୦ ଗୋଲ୍‌ରେ ଇଜିପ୍ଟ୍‌କୁ ହରାଇଲା ଉରୁଗୁଏ   

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପର ଆଜି ଦ୍ୱିତୀୟ ଦିନ। ଗତ କାଲି ଠାରୁ ଆରମ୍ଭ ଆରମ୍ଭ ହୋଇଥିବ ଫୁଟବଲ ବିଶ୍ୱକପ ଆସନ୍ତା ଜୁଲାଇ ମାସ ୧୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ପାଖାପାଖି ୧ ମାସ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୮ଟି ଗ୍ରୁପରେ ୩୨ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଆୟୋଜକ ଋଷିଆ, ସାଉଦି ଆରବ ବିପକ୍ଷରେ ୫-୦ ଗୋଲ୍‌ରେ ଜିତି ତାର ବିଜୟ ଅଭିଯାନ ଆରମ୍ଭ କରିଛି।ଆଜି ବିଶ୍ୱକପରେ ୩ଟି ମ୍ୟାଚ୍‌ ଖେଲାଯାଉଛି। ଆଜି ଖେଳାଯାଇଥିବା ବିଶ୍ୱକପର ଦ୍ୱିତୀୟ ମ୍ୟାଚ୍‌ରେ ଇଜିପ୍ଟ ବିପକ୍ଷରେ ଉରୁଗୁଏ ୧-୦ ଗୋଲରେ ବିଜୟ ହାସଲ କରିନେଇଛି। ଆଜିରି ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ର ଶେଷ ମିନିଟରେ ଉରୁଗୁଏ ଗୋଲ୍‌ ସ୍କୋର କରି ବିଜୟ ହାସଲ କରିଛି।  ଏହି ମ୍ୟାଚ୍‌ରେ ଇଜିପ୍ଟର ଷ୍ଟାର୍‌ ଖେଳାଳି ମହମ୍ମଦ ସଲାହ୍‌ ଆହତ କାରଣରୁ ଖେଳି ନଥିଲେ।

 

ଏହି ମ୍ୟାଚ୍‌ରେ ଉରୁଗୁଏ ପାଇଁ ଅନେକ ସୁଯୋଗ ଆସିଥିଲେ ମଧ୍ୟ ଗୋଲ୍‌ କରିବାରେ ସାମର୍ଥ୍ୟ ହୋଇପାରିନଥିଲେ ଖେଳାଳି। ସେପଟେ ଇଜିପ୍ଟର ଗୋଲ୍‌ କିପର ଆରମ୍ଭରୁ ଆକର୍ଷଣୀୟ ଖେଳ ପ୍ରଦର୍ଶନ କରି ଉରୁଗୁଏର ସମସ୍ତ ସୁଯୋଗକୁ ଅକାମୀ କରିଦେଇଥିଲେ। ପାଖାପାଖି ୧ ମାସ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୮ଟି ଗ୍ରୁପରେ ୩୨ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି।