ମୌକା…ମୌକା… ୩୨ ବର୍ଷ ପରେ ହେବ କି ଇତିହାସର ପୁନରାବୃତ୍ତି?

ଆଇସିସି ଚାମ୍ପିୟନସ୍ ଟ୍ରଫି ଫ।ଇନାଲ ମ୍ୟାଚ ପାଇଁ ଆରମ୍ଭ ହୋଇଛି କାଉଣ୍ଟ ଡାଉନ। ଫ।ଇନାଲରେ ଭାରତ ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଭେଟିବାକୁ ଯାଉଛି। ଏହି ହାଇଭୋଲଟେଜ୍ ମ୍ୟାଚ୍ ପାଇଁ ଉଭୟ ଦଳ ନିଜ ନିଜର ଗେମ୍‌ପ୍ଲାନ୍ ପ୍ରସ୍ତୁତ କରି ସାରିଲେଣି। ଆସନ୍ତାକାଲି ଫ।ଇନାଲ୍ ମ୍ୟାଚ୍ ହେବାକୁ ଥିବାବେଳେ ଏହାର ଫିଭର୍ ଏବେଠୁ ଦେଖିବାକୁ ମିଳିଲାଣି। ଏହି ଫ।ଇନାଲ ମ୍ୟାଚ ମନେପକାଇ ଦେଇଛି ୩୨ ବର୍ଷ ତଳର ଇତିହାସକୁ। ୧୯୮୫ ମସିହାରେ ଉଭୟ ଦଳ ପରସ୍ପରକୁ ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଭେଟିଥିଲେ। ଫ।ଇନାଲରେ ମଧ୍ୟ ମୁହାଁମୁହିଁ ହୋଇଥିଲେ। ଆସନ୍ତାକାଲି ଯାହାର ପୁନରାବୃତ୍ତି ଘଟିବାକୁ ଯାଉଛି।

୩୨ ବର୍ଷ ତଳେ କ’ଣ ହୋଇଥିଲା

ଚାମ୍ପିୟନ୍ସ ଟ୍ରଫି ଫ।ଇନାଲ ଟକ୍କର ପୂର୍ବରୁ ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ପରସ୍ପରକୁ ପୂର୍ବରୁ ମଧ୍ୟ ଭେଟି ସାରିଛନ୍ତି ଭାରତ ଓ ପାକିସ୍ତାନ ଟିମ୍। ୩୨ ବର୍ଷ ପୂର୍ବେ ଅେଷ୍ଟ୍ରଲିଆରେ ଖେଳା ଯାଇଥିବା ବେନ୍‌ସନ୍ ଆଣ୍ଡ ହେଜେଜ୍ ୱାଲ୍ଡ ଚାମ୍ପିୟନସିପ୍‌ରେ ମଧ୍ୟ ଉଭୟ ଟିମ୍ ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚ ପରସ୍ପର ସହ ଖେଳି ଅଭିଯାନ ଆରମ୍ଭ କରିଥିଲେ। ଫ।ଇନାଲ ମୁକାବିଲାରେ ମଧ୍ୟ ପରସ୍ପରକୁ ଭେଟିଥିଲେ ଉଭୟ ଟିମ। ଏହି ଟୁର୍ଣ୍ଣାମେଣ୍ଟରେ ରବି ଶାସ୍ତ୍ରୀ ଚାମ୍ପିୟନ ଅଫ୍ ଚାମ୍ପିୟନ୍ସର ଟ୍ରଫି ସହ ଏକ ଆକର୍ଷଣୀୟ ଅଡି କାର ନିଜ ନାମରେ କରିଥିଲେ।

ସଂକ୍ଷିପ୍ତରେ ସଂପୂର୍ଣ୍ଣ ବିବରଣୀ

୧୯୮୫ରେ ବେନସନ ଆଣ୍ଡ ହେଜେଜ ଚାମ୍ପିୟନ୍ସିପରେ ଟିମ୍ ଇଣ୍ଡିଆ ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ୬ ୱିକେଟରେ ପରାସ୍ତ କରି ଅଭିଯାନ ଆରମ୍ଭ କରିଥିଲା। ଠିକ୍ ସେହିପରି ଚଳିତ ବର୍ଷ ଚାମ୍ପିୟନ୍ସ ଟ୍ରଫିର ଲିଗ୍ ପର୍ଯ୍ୟାୟର ପ୍ରଥମ ମ୍ୟାଚରେ ଉଭୟ ପରସ୍ପରକୁ ଭେଟିଥିଲେ। ହେଲେ ପୁଣିଥରେ ଇତିହାସକୁ ଦୋହରାଇଥିଲା ଭାରତ। ପାକିସ୍ତାନକୁ ୧୨୪ ରନ୍‌ରେ ମାତ୍ ଦେଇ ଅଭିଯାନ ଆରମ୍ଭ କରିଥିବା ଭାରତ ଫ।ଇନାଲରେ ପୁଣିଥରେ ଭେଟିବ ପାକିସ୍ତାନକୁ। ୧୯୮୫ ମସିହା ଚାମ୍ପିୟନସିପରେ ସୁନୀଲ ଗାଭାସ୍କରଙ୍କ ନେତୃତ୍ୱାଧୀନ ଭାରତ ଫ।ଇନାଲରେ ଜାଭେଦ୍ ମିଆଁଦାଦଙ୍କ ପାକିସ୍ତାନକୁ ୮ ୱିକେଟରେ ପରାସ୍ତ କରିଥିଲା। ତେବେ ବିରାଟଙ୍କ ଯୁବ ବିଗ୍ରେଟ୍ ମିନି ୱାର୍ଲଡ କପ୍‌ରେ ପାକିସ୍ତାନକୁ ମାତ୍ ଦେଉଛି ନା ନାହିଁ ତାହା ଦେଖିବାକୁ ବାକି ରହିଲା।