୩୬ ବର୍ଷ ତଳେ ଆଜି ଦିନରେ ଲର୍ଡ୍ସରେ ଉଡ଼ିଥିଲା ତ୍ରିରଙ୍ଗା

ନୂଆଦିଲ୍ଲୀ: ବିରାଟ୍ ଆଣ୍ଡ କୋ. ବର୍ତ୍ତମାନ ମିଶନ୍ ୱାର୍ଲ୍ଡ କପରେ ବ୍ୟସ୍ତ ଅଛନ୍ତି। ଭାରତୀୟ ପ୍ରଶଂସକ ଆଉ ଏକ ବିଶ୍ୱକପ୍ ଆଶା ବାନ୍ଧି ବସିଛନ୍ତି। ଚଳିତ ବିଶ୍ୱକପରେ ଭାରତୀୟ ଟିମର ବିଜୟଧାରା ଅବ୍ୟାହତ ରହିଛି ଏବଂ ଟିମର ସେମିଫାଇନାଲ୍ ପହଞ୍ଚିବା ପ୍ରାୟତ ନିଶ୍ଚିତ ହୋଇସାରିଛି। ସବୁଠି ଗୋଟିଏ ପ୍ରଶ୍ନ, କ’ଣ ୧୯୮୩ ଭଳି ଭାରତୀୟ ଟିମ୍ ଏଥର ମଧ୍ୟ ଲର୍ଡ୍ସରେ ଟ୍ରଫି ଧରିବ? ତେବେ ଆଜକୁ ଠିକ୍ ୩୬ ବର୍ଷ ପୂର୍ବେ ଅର୍ଥାତ୍ ଜୁନ୍ ୨୫, ୧୯୮୩ରେ […]

1983

1983

Hemant Lenka
  • Published: Tuesday, 25 June 2019
  • Updated: 25 June 2019, 09:24 PM IST

Sports

Latest News

ନୂଆଦିଲ୍ଲୀ: ବିରାଟ୍ ଆଣ୍ଡ କୋ. ବର୍ତ୍ତମାନ ମିଶନ୍ ୱାର୍ଲ୍ଡ କପରେ ବ୍ୟସ୍ତ ଅଛନ୍ତି। ଭାରତୀୟ ପ୍ରଶଂସକ ଆଉ ଏକ ବିଶ୍ୱକପ୍ ଆଶା ବାନ୍ଧି ବସିଛନ୍ତି। ଚଳିତ ବିଶ୍ୱକପରେ ଭାରତୀୟ ଟିମର ବିଜୟଧାରା ଅବ୍ୟାହତ ରହିଛି ଏବଂ ଟିମର ସେମିଫାଇନାଲ୍ ପହଞ୍ଚିବା ପ୍ରାୟତ ନିଶ୍ଚିତ ହୋଇସାରିଛି। ସବୁଠି ଗୋଟିଏ ପ୍ରଶ୍ନ, କ'ଣ ୧୯୮୩ ଭଳି ଭାରତୀୟ ଟିମ୍ ଏଥର ମଧ୍ୟ ଲର୍ଡ୍ସରେ ଟ୍ରଫି ଧରିବ? ତେବେ ଆଜକୁ ଠିକ୍ ୩୬ ବର୍ଷ ପୂର୍ବେ ଅର୍ଥାତ୍ ଜୁନ୍ ୨୫, ୧୯୮୩ରେ କପିଲ୍ ଦେବଙ୍କ ନେତୃତ୍ୱରେ ଭାରତୀୟ ଟିମ୍ ଏହି କାରନାମା କରିଥିଲା। ଲର୍ଡ୍ସର ବାଲକୋନୀରେ ଟିମ୍ ଇଣ୍ଡିଆ ବିଶ୍ୱକପ୍ ଟ୍ରଫି ଉଠାଇବରେ ସଫଳ ହୋଇଥିଲା। ଭାରତୀୟ କ୍ରିକେଟକୁ ନୂଆ ଦିଶା ଦେଇଥିବାରୁ ୧୯୮୩ ବିଶ୍ୱକପକୁ ମାଇଲଖୁଣ୍ଟ କୁହାଯାଉଛି।

ସେତେବେଳେ କ୍ରିକେଟରେ ୱେଷ୍ଟଇଣ୍ଡିଜର ଦବଦବା ରହିଥିଲା। କ୍ଲାଇବ ଲୟଡଙ୍କ ନେତୃତ୍ୱରେ କ୍ୟାରିବିୟାନ୍ ଟିମ୍ ବିଶ୍ୱକପର ପ୍ରଥମ ଦୁଇଟି ସଂସ୍କରଣ ୧୯୭୫ ଓ ୧୯୭୯ରେ ଟାଇଟଲ୍ ଜିତିଥିଲା। ଭିଭିଆନ୍ ରିଚାର୍ଡ୍ସ ସମେତ ତାରକା ଖେଳାଳିରେ ଭରପୂର ୱେଷ୍ଟଇଣ୍ଡିଜ୍ ୧୯୮୩ ବିଶ୍ୱକପରେ ହ୍ୟାଟ୍ରିକ୍ ଟାଇଟଲ୍ ଆଶାରେ ଥିଲା। ଟିମ୍ ମଧ୍ୟ ଏହି ସଫଳତାର ନିକଟତର ମଧ୍ୟ ହୋଇଥିଲା।

ଫାଇନାଲରେ ୱେଷ୍ଟଇଣ୍ଡିଜର ସାମ୍ନା ଭାରତ ସହ ଥିଲା। ଭାରତୀୟ ଟିମକୁ ସେତେବେଳେ କୁହାଯାଉଥିଲା ଯେ, ସେମାନେ ବିଶ୍ୱକପ୍ ବାହାନାରେ ବିଦେଶ ବୁଲିବାକୁ ଯାଇଛନ୍ତି। କପିଲ୍ ଦେବଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆଠାରୁ କେହି ବି ଟାଇଟଲ୍ ଜିତିବା ଆଶା ରଖିନଥିଲେ। ତେବେ କପିଲଙ୍କ ମନୋବଳ ଊଦ୍ଧ୍ୱର୍ରେ ଥିଲା। ସେ ନିଜ ଟିମକୁ ପ୍ରୋତ୍ସାହନ କରିବାରେ ସଫଳ ହୋଇଥିଲେ। ଏହି କାରଣରୁ ଟିମ୍ ଇଣ୍ଡିଆ ଆଜିର ଦିନରେ ଦୁଇଥରର ବିଶ୍ୱବିଜେତା ୱେଷ୍ଟଇଣ୍ଡିଜକୁ ଫାଇନାଲରେ ହରାଇଥିଲା।

୧୯୭୯ ବିଶ୍ୱକପର ଗ୍ରୁପ୍ ପର୍ଯ୍ୟାୟରୁ ବିଦାୟ ନେଇଥିବା ଭାରତୀୟ ଟିମ୍ ୧୯୮୩ ଦମଦାର ପ୍ରଦର୍ଶନ କରି ପୂରା ଦୁନିଆକୁ ଚକିତ କରିଦେଇଥିଲା। ୧୯୮୩ ବିଶ୍ୱକପରେ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ୬ଟି ମ୍ୟାଚ୍ ଖେଳିଥିଲା, ଯେଉଁଥିରେ ୪ଟି ମୁକାବିଲା ଜିତି ଦ୍ୱିତୀୟ ସ୍ଥାନରେ ରହିଥିଲା। ଅନ୍ୟପକ୍ଷରେ କ୍ୟାରିବିୟାନ୍ ଟିମ୍ ୫ଟି ମ୍ୟାଚ୍ ଜିତି ଶୀର୍ଷରେ ରହିଥିଲା। ସେମିଫାଇନାଲରେ ଭାରତର ସାମ୍ନା ଇଂଲଣ୍ଡ ସହ ହୋଇଥିଲା। ଏହି ମୁକାବିଲାକୁ ଭାରତ ୬ ୱିକେଟରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିଥିଲା। ଦ୍ୱିତୀୟ ସେମିରେ ୱେଷ୍ଟଇଣ୍ଡିଜ୍ ୮ ୱିକେଟରେ ପାକିସ୍ତାନକୁ ହରାଇଥିଲା।

ୱେଷ୍ଟଇଣ୍ଡିଜକୁ ଭରସା ଥିଲା ଯେ ସେମାନେ ତୃତୀୟଥର ବିଶ୍ୱକପ୍ ଜିତିବାରେ ସଫଳ ହେବେ। ଫାଇନାଲରେ କ୍ଲାଇବ୍ ଲୟଡ୍ ଟସ୍ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। କ୍ୟାରିବିୟାନ୍ ଟିମର ବୋଲିଂ ଆକ୍ରମଣ ସେତେବେଳେ ସବୁଠାରୁ ମଜଭୁତ୍ ଥିଲା। ବୋଲରମାନେ ନିଜ କାମକୁ ସୁଚାରୁରୂପେ ତୁଲାଇଥିଲେ ଏବଂ ଭାରତକୁ ୫୪.୪ ଓଭରରେ ୧୮୩ ରନରେ ହିଁ ଅଲଆଉଟ୍ କରିଥିଲେ। ଭାରତ ପକ୍ଷରୁ ଓପ୍ନର ଶ୍ରୀକାନ୍ତ ସର୍ବାଧିକ ୩୮ ରନ୍ କରିଥିଲେ। ଏହାବ୍ୟତୀତ ମହିନ୍ଦର ଅମରନାଥ (୨୬), ସନ୍ଦୀପ ପାଟିଲ୍ (୨୭) ଆବଶ୍ୟକ ଯୋଗଦାନ କରିଥିଲେ।

ଇଣ୍ଡିଜ୍ ପକ୍ଷରୁ ଆଣ୍ଡି ରବର୍ଟ୍ସ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ। ଭାରତକୁ ସହଳ ଅଲଆଉଟ୍ କରିବା ପରେ ୱେଷ୍ଟଇଣ୍ଡିଜର ମନୋବଳ ବୃଦ୍ଧି ପାଇଥିଲା ଏବଂ ଟିମ୍ ହ୍ୟାଟ୍ରିକ୍ ଟାଇଟଲ୍ ଜିତିବା ନେଇ ଦୃଢ଼ ଆଶାୟୀ ମଧ୍ୟ ଥିଲେ। କିନ୍ତୁ ଭାରତୀୟ ବୋଲରମାନେ ବାଜି ସମ୍ପୂର୍ଣ୍ଣ ପଲଟାଇ ଦେଇଥିଲେ ଏବଂ ୱେଷ୍ଟଇଣ୍ଡିଜକୁ ୫୨ ଓଭରରେ ୧୪୦ ରନରେ ଅଲଆଉଟ୍ କରି ଇତିହାସ ରଚିଥିଲା। ଫଳରେ ୧୯୮୩ ବିଶ୍ୱକପ୍ ଫାଇନାଲକୁ ୪୩ ରନରେ ଜିତି ଟ୍ରଫି ହାତେଇଥିଲା।

ଏହି ସଫଳତା ଭାରତୀୟ କ୍ରିକେଟକୁ ଏକ ନୂଆ ଦିଶା ଦେଇଥିଲା। ଭାରତର ଏହି ବିଜୟରେ ହିରୋ ସାଜିଥିଲେ ମଦନ ଲାଲ ଓ ମହିନ୍ଦର ଅମରନାଥ। ଦୁହେଁ ୩ଟି ଲେଖାଏ ୱିକେଟ୍ ନେଇଥିଲେ। ଲୋ' ସ୍କୋରିଂ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ପାଇଁ ଅମରନାଥଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା। ସେ ୮୦ ବଲରେ ୨୬ ରନ୍ ଏବଂ ୭ ଓଭରରେ ୧୨ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

ଏହି ମ୍ୟାଚରେ କପିଲ୍ ଦେବଙ୍କ ମିଡୱିକେଟରେ ଭିଭିଆନ୍ ରିଚାର୍ଡ୍ସଙ୍କ କ୍ୟାଚ୍ ଧରି ହୁଏତ କେହି ଭୁଲିପାରି ନଥିବେ। ଏହି ବିଜୟ ପରେ ଲର୍ଡ୍ସରେ ଭାରତର ନାରା ଶୁଣିବାକୁ ମିଳିଥିଲା। କ୍ରିକେଟକୁ ନୁଆ ବିଶ୍ୱ ଚାମ୍ପିଅନ୍ ମିଳିଥିଲା ଏବଂ କପିଲ୍ ଦେବ ଏହାର ରଚୟିତା ଥିଲେ। ଏହା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୧୧ ବିଶ୍ୱକପ୍ ଟାଇଟଲ୍ ଜିତିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story