ଆସନ୍ତାକାଲି ସିରିଜ୍‌ର ଶେଷ ମ୍ୟାଚ୍‌: ସମ୍ମାନ ରକ୍ଷା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ: ଆସନ୍ତାକାଲି ଜୋହାନ୍ସବର୍ଗରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ସିରିଜ ହାରି ସାରିଥିବା ଭାରତ ପାଇଁ ଏହି ମ୍ୟାଚ୍ ସମ୍ମାନର ବିଷୟ। ସିରିଜ୍‌ର ଶେଷ ମ୍ୟାଚ୍ ଜିତି ଟିମ୍‌ ଣ୍ଡିଆ ସମ୍ମାନ ରକ୍ଷା କରିବାକୁ ପ୍ରାଣପ୍ରଣେ ଉଦ୍ୟମ କରିବ। ତେବେ ଏହି ମ୍ୟାଚ୍‌ ଜିତିବା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ। ଆସନ୍ତାକାଲି ଖେଳାଯିବାକୁ ଥିବା ଶେଷ ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା […]

India-vs-South-Africa

India-vs-South-Africa

Rakesh Mallick
  • Published: Tuesday, 23 January 2018
  • Updated: 23 January 2018, 10:02 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ଜୋହାନ୍ସବର୍ଗରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ ଖେଳାଯିବ। ପୂର୍ବରୁ ସିରିଜ ହାରି ସାରିଥିବା ଭାରତ ପାଇଁ ଏହି ମ୍ୟାଚ୍ ସମ୍ମାନର ବିଷୟ। ସିରିଜ୍‌ର ଶେଷ ମ୍ୟାଚ୍ ଜିତି ଟିମ୍‌ ଣ୍ଡିଆ ସମ୍ମାନ ରକ୍ଷା କରିବାକୁ ପ୍ରାଣପ୍ରଣେ ଉଦ୍ୟମ କରିବ। ତେବେ ଏହି ମ୍ୟାଚ୍‌ ଜିତିବା ଭାରତ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ।

ଆସନ୍ତାକାଲି ଖେଳାଯିବାକୁ ଥିବା ଶେଷ ମ୍ୟାଚରେ ଭାରତୀୟ ଦଳରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି।ପ୍ରଥମ ଦୁଇଟି ମ୍ୟାଚରେ ବିଫଳ ହୋଇଥିବା ରୋହିତ ଶର୍ମାଙ୍କ ସ୍ଥାନରେ ଅଜିଙ୍କ୍ୟା ରାହାଣେ ଖେଳିପାରନ୍ତି। ସେହିଭଳି ପାର୍ଥିବ ପଟେଲଙ୍କ ସ୍ଥାନରେ ଦିନେଶ କାର୍ତ୍ତିକ ଖେଳି ପାରନ୍ତି।

ପ୍ରଥମ ଦୁଇଟି ମ୍ୟାଚ୍‌ରେ ସିରିଜରେ ବୋଲର ଭଲ ପ୍ରଦର୍ଶନ କରିଥିବା ବେଳେ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାକୁ ହରାଇବାକୁ ହେଲେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ନିଜ ଷ୍ଟାଇଲରେ ଖେଳ ଦେଖାଇବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos