ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ: ମହିଳା ଯୁଗଳ କ୍ୱାର୍ଟରରେ ୪ ଭାରତୀୟ ଯୋଡି

କଟକ(ଓଡ଼ିଶା ରିପୋର୍ଟର): ଶନିବାର ମହିଳା ଯୁଗଳର ପ୍ରି-କ୍ୱାର୍ଟର ପର୍ଯ୍ୟାୟ ଶେଷ ହୋଇଛି। ସେଥିମଧ୍ୟରୁ ଭାରତର ମଧୁରିକା ପାଟକର-ଅର୍ଚ୍ଚନା କାମଥ, ପୂଜା ଶହସ୍ରବୁଦ୍ଧେ-ସ୍ନିହା ରଏ କ୍ରିତ୍ୱିକା, ଅକୁଳ ଶ୍ରୀଜା-ମୌସୁମୀ ପଲ, ସୁତୀର୍ଥା ମୁଖାର୍ଜୀ-ଆହିକା ମୁଖାର୍ଜୀ କ୍ୱାର୍ଟର ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିଛନ୍ତି। ରବିବାର କ୍ୱାର୍ଟର ଫାଇନାଲ୍‌ ଅନୁଷ୍ଠିତ ହେବ।

ଶନିବାର ଖେଳାଯାଇଥିବା ପ୍ରି-କ୍ୱାର୍ଟରରେ ମଧୁରିକା-ଅର୍ଚ୍ଚନା ଯୋଡ଼ି ୩-୦ରେ ସାଇପ୍ରସ୍‌ର ଲୁଇଜା କୌରୁଆ-ଫଟେଇନି ମେଲେଟିଙ୍କ ଯୋଡ଼ିକୁ, ପୂଜା-ସ୍ନିହାଙ୍କ ଯୋଡ଼ି ୩-୧ରେ ମ୍ୟାଲେସିଆର ଆଲିସ୍‌ ସିଆନ୍‌ ଚାଙ୍ଗ-ଜିନ୍‌ ଲି’ଙ୍କୁ, ଅକୁଳ-ମୌସୁମୀଙ୍କ ଯୋଡ଼ି ୩-୨ରେ ବେଲ୍ସର ଚାରଲୋଟ କ୍ୟାରି-ଅନ୍ନା ହର୍ସିଙ୍କ ଯୋଡ଼ିକୁ, ସୁତୀର୍ଥା-ଅହିକା ଯୋଡ଼ି ୩-୦ରେ ଶ୍ରୀଲଙ୍କାର ଇଶାରା ମଦୁରାଙ୍ଗୀ ଓ ଜିଥାରା ଵାର୍ଣ୍ଣାକୁଲାସୁରିୟାଙ୍କ ଯୋଡ଼ିକୁ ହରାଇ କ୍ୱାର୍ଟରରେ ପ୍ରବେଶ କରିଛନ୍ତି।