ଫିଫା ବିଶ୍ୱକପ: ଆଜି ଖେଳାଯିବ ୪ଟି ମ୍ୟାଚ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫିଫା ବିଶ୍ୱକପରେ ଆଜି ଖେଳାଯିବ ୪ଟି ମ୍ୟାଚ। ଭାରତୀୟ ସମୟ ଅପରାହ୍ନ ସାଢେ ୩ଟାରେ ଖେଳାଯିବାକୁ ଥିବା ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ଫ୍ରାନ୍ସ ଓ ଅଷ୍ଟ୍ରେଲିଆ। ରୁଷିଆର କାଜନରେ ଖେଳାଯିବ ଏହି ମ୍ୟାଚ। ଟୁର୍ଣ୍ଣାମେଣ୍ଟର ଅନ୍ୟତମ ଫେଭରାଇଟ୍ ଫ୍ରାନ୍ସ ଦଳକୁ ଚକିତ କରିବା ଲକ୍ଷ୍ୟରେ ରହିବ ଅଷ୍ଟ୍ରେଲିଆ।

ସେହିପରି ସମୟ ସାଢେ ୬ଟାରେ ମୁହାଁମୁହିଁ ହେବେ ଗ୍ରୁପ୍ ଡିର ଦୁଇ ଟିମ୍ ଆର୍ଜେଣ୍ଟିନା ଓ ଆଇସଲ୍ୟାଣ୍ଡ।  ଆର୍ଜେଣ୍ଟିନା ଗତ ଥରର ରନର୍ସ ଅପ୍ ହୋଇଥିବା ବେଳେ ପ୍ରଥମ ଥର ପାଇଁ ବିଶ୍ୱକପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛି ଆଇସଲାଣ୍ଡ। ରାତି ୯ଟା ୩୦ରେ ସାରାନସ୍କରେ ଗ୍ରୁପ ସିର ଅନ୍ୟ ଦୁଇ ଟିମ୍ ପେରୁ ଓ ଡେନମାର୍କ ମଧ୍ୟରେ ମୁକାବିଲା ହେବ। ସେହିପରି ରାତି ୧୨ଟା ୩୦ରେ ଗ୍ରୁପ ଡିର ଦୁଇ ଦଳ କ୍ରୋଏସିଆ ଓ ନାଇଜେରିଆ ମଧ୍ୟରେ ଖେଳାଯିବ ମ୍ୟାଚ।

ଅନ୍ୟପଟେ ଫିଫା ବିଶ୍ୱକପରେ ଗତକାଲି ଖେଳାଯାଇଥିଲା ତିନୋଟି ମ୍ୟାଚ୍। ସେ ମଧ୍ୟରୁ ଶେଷଟି ଥିଲା ହାଇଭୋଲଟେଜ୍ ମ୍ୟାଚ୍‌। ବିଶ୍ୱର ଦୁଇ ଶକ୍ତିଶାଳୀ ପର୍ତ୍ତୁଗାଲ ଏବଂ ସ୍ପେନ୍ ମଧ୍ୟରେ ହୋଇଥିଲା କଡ଼ା ଟକ୍କର। ମ୍ୟାଚରେ ପର୍ତ୍ତୁଗାଲ୍ ଉପରେ ବେସ୍ ପ୍ରଭାବ ବିସ୍ତାର କରିଥିଲା ଟିମ୍ ସ୍ପେନ୍। ତେବେ ସ୍ପେନର ସମସ୍ତ ରଣନୀତିକୁ ଫେଲ୍ କରିଦେଇଥିଲେ ପର୍ତ୍ତଗୁଲ୍ ଖେଳାଳି  କ୍ରିଷ୍ଟିଆନୋ ରୋନାଲ୍ଡୋ। ମ୍ୟାଚରେ ହାଟ୍ରିକ୍ ଗୋଲ୍ କରି ସ୍ପେନ୍ ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ ରୋନାଲ୍ଡୋ।

ସ୍ପେନ୍, ପର୍ତ୍ତୁଗାଲକୁ ତିନୋଟି ଗୋଲ୍ ଦେବାରେ ସମ୍ଭବ ହୋଇଥିଲା। ତେବେ ରୋନାଲ୍ଡୋଙ୍କ ତିନୋଟି ଗୋଲ୍ ପରେ ମ୍ୟାଚ୍ ଅମୀମାଂସିତ ରହିଥିଲା। ରୋନାଲ୍ଡୋଙ୍କ ଏହା ଷଷ୍ଠ ହାଟ୍ରିକ୍ ଗୋଲ୍। ବିଶ୍ୱକପରେ ଆଉ ଏକ ମ୍ୟାଚରେ ମରକ୍କୋକୁ ୧-୦ ଗୋଲରେ ପରାସ୍ତ କରିଛି ଇରାନ୍। ସେହିପରି ଦ୍ୱିତୀୟ ଦିନରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଇଜିପ୍ଚକୁ ୧-୦ ଗଲରେ ପରାସ୍ତ କରିଥିଲା ଉରୁଗୁଏ।ମ୍ୟାଚର ଶେଷ ମିନିଟରେ ଗୋଲ କରି ୧-୦ରେ ବିଜୟୀ ହୋଇଥିଲା ଉରୁଗୁଏ।