ରବିବାର ଚତୁର୍ଥ ଦିନିକିଆ: ଫୋକସରେ ରହିବ ପନ୍ତଙ୍କ ପ୍ରଦର୍ଶନ

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ରବିବାର ମୋହାଲିଠାରେ ଖେଳାଯିବ। ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ୩୨ ରନରେ ହାରିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଏଭଳି ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ପାଖରେ ସିରିଜ ଜିତିବା ପାଇଁ ପୁଣିଥରେ ସୁଯୋଗ ରହିଛି। ମୋହାଲି ଖେଳାଯିବାକୁଥିବା ଦିନିକିଆରେ ସମସ୍ତଙ୍କ ନଜର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ ରହିବ, ଯିଏ […]

pant

pant

Hemant Lenka
  • Published: Saturday, 09 March 2019
  • Updated: 09 March 2019, 09:57 PM IST

Sports

Latest News

ମୋହାଲି: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜର ଚତୁର୍ଥ ମ୍ୟାଚ୍ ରବିବାର ମୋହାଲିଠାରେ ଖେଳାଯିବ। ରାଞ୍ଚିରେ ଖେଳାଯାଇଥିବା ତୃତୀୟ ଦିନିକିଆରେ ୩୨ ରନରେ ହାରିବା ସତ୍ତ୍ୱେ ଟିମ୍ ଇଣ୍ଡିଆ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ଏଭଳି ସ୍ଥିତିରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍ ପାଖରେ ସିରିଜ ଜିତିବା ପାଇଁ ପୁଣିଥରେ ସୁଯୋଗ ରହିଛି।

ମୋହାଲି ଖେଳାଯିବାକୁଥିବା ଦିନିକିଆରେ ସମସ୍ତଙ୍କ ନଜର ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କ ଉପରେ ରହିବ, ଯିଏ ନିଜର ଉନ୍ନତ ପ୍ରଦର୍ଶନ ଦ୍ୱାରା ବିଶ୍ୱକପ୍ ଟିମ୍ ପାଇଁ ନିଜର ସ୍ଥାନକୁ ମଜଭୁତ କରିବାକୁ ଚାହିଁବେ।ଅଧିନାୟକ କୋହଲି ବିଶ୍ୱକପ୍ ପାଇଁ ସବୁ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚାହୁଁଛନ୍ତି। ଟିମ୍ ମ୍ୟାନେଜମେଣ୍ଟ ମଧ୍ୟ ବାକି ଦୁଇଟି ମ୍ୟାଚରେ ବାହାରେ ବସିଥିବା ଖେଳାଳିମାନଙ୍କୁ ସୁଯୋଗ ଦେଇପାରେ। ସିରିଜର ଶେଷ ଦୁଇଟି ମ୍ୟାଚ୍ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କୁ ବିଶ୍ରାମ ଦିଆଯାଇଛି ଏବଂ ପନ୍ତ ଏବେ ତାଙ୍କ ସ୍ଥାନ ନେବେ।

ଭାରତ ତା’ର ଅନ୍ତିମ ଏକାଦଶରେ ମହମ୍ମଦ ସାମିଙ୍କ ସ୍ଥାନରେ ଭୁବନେଶ୍ୱର କୁମାରଙ୍କୁ ଖେଳାଇପାରେ। ତୃତୀୟ ମ୍ୟାଚରେ ସାମିଙ୍କୁ ଆଘାତ ଲାଗିଥିଲା। କୋହଲି ତୃତୀୟ ମ୍ୟାଚ୍ ପରେ କହିଥିଲେ, ପରବର୍ତ୍ତୀ ଦୁଇଟି ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଦଳରେ କିଛି ପରିବର୍ତ୍ତନ ହେବ। ବାହାରେ ବସିଥିବା ଖେଳାଳିମାନେ କିପରି ପ୍ରଦର୍ଶନ କରୁଛନ୍ତି, ତାହା ଉପରେ ନଜର ରଖାଯିବ। ସେମାନଙ୍କ ପ୍ରଦର୍ଶନ ଆଧାରରେ ବିଶ୍ୱକପ୍ ପାଇଁ ଖେଳାଳି ବଛାଯିବ ବୋଲି କୋହଲି କହିଥିଲେ।

ଭାରତୀୟ ଟିମ୍ ପାଇଁ ବର୍ତ୍ତମାନ ମୁଖ୍ୟ ଚିନ୍ତାର ବିଷୟ ହେଉଛି ଶୀର୍ଷକ୍ରମ ପ୍ରଦର୍ଶନ। କାରଣ କୋହଲିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଭଲ ପ୍ରଦର୍ଶନ ଦେଇନାହାନ୍ତି। କୋହଲି ତିନୋଟି ମ୍ୟାଚରେ ଦୁଇଟି ଶତକ ସମେତ ୨୮୩ ରନ୍ କରିଛନ୍ତି। ଦ୍ୱିତୀୟ ସ୍ଥାନରେ କେଦାର ଯାଦବ ଅଛନ୍ତି, ଯିଏ ୧୧୮ ରନ୍ କରିଛନ୍ତି। ରୋହିତ ୩ଟି ଇନିଂସରେ ମାତ୍ର ୫୧ ରନ୍ କରିବାକୁ ସକ୍ଷମ ହୋଇଥିବା ବେଳେ ଅମ୍ବାତି ରାୟୁଡୁ ୩୩ ରନ୍ କରିଛନ୍ତି। ଶିଖର ଧୱନଙ୍କ ଫର୍ମ ଅଧିକ ଚିନ୍ତାଜନକ, କାରଣ ସେ ୩ଟି ମ୍ୟାଚରୁ ମାତ୍ର ୨୨ ରନ୍ କରିବାକୁ ସକ୍ଷମ ହୋଇଛନ୍ତି।

ଟିମର ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର କହିଛନ୍ତି, ବେଳେବେଳେ ଦୁଇଟି ମ୍ୟାଚ୍ ମଧ୍ୟରେ ବ୍ୟବଧାନ କମ୍ ରହିବା ଭଲ। ଏଭଳି ସ୍ଥିତିରେ ଖେଳାଳିମାନଙ୍କୁ ଭାବିବା ପାଇଁ ସମୟ ମିଳେ ନାହିଁ। ମ୍ୟାଚ୍ ରବିବାର ଥିବାରୁ ମୁଁ ଖୁସି। ବିରାଟ ସେଭଳି ପରିବର୍ତ୍ତନ ସପକ୍ଷରେ ନାହାନ୍ତି। କିନ୍ତୁ ଲୋକେଶ ରାହୁଲଙ୍କୁ ସୁଯୋଗ ମିଳିପାରେ ବୋଲି ବାଙ୍ଗର କହିଛନ୍ତି। ରାହୁଲଙ୍କ ଆସନ୍ତାକାଲି ଧୱନ୍ କିମ୍ବା ରାୟୁଡୁଙ୍କ ସ୍ଥାନରେ ଖେଳାଯାଇପାରେ। କିନ୍ତୁ ଶେଷ ନିଷ୍ପତ୍ତି ଟିମ୍ ମ୍ୟାନେଜମେଣ୍ଟ ହିଁ ନେବ।

ଅଷ୍ଟ୍ରେଲିଆ ସ୍ପିନର ଆଡାମ ଜାମ୍ପାଙ୍କୁ ନେଇ ଭାରତ ପାଇଁ ଚିନ୍ତାରେ ପଡ଼ିଯାଇଛି। ଜାମ୍ପା ନିଜର ସ୍ପିନ୍ ଯାଦୁ ଦ୍ୱାରା ମହେନ୍ଦ୍ର ସିଂହ ଧୋନି ଓ କୋହଲିଙ୍କୁ ଅଧିକାଂଶ ସମୟ ନିଜର ଶିକାର ବନାଇଛନ୍ତି। ତେଣୁ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ଜାମ୍ପାଙ୍କ ବିରୋଧରେ ସତର୍କ ରହିବାକୁ ପଡ଼ିବ। ଭାରତୀୟ ବୋଲିଂ ଆକ୍ରମଣ ପ୍ରଥମ ଦୁଇଟି ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲା। କିନ୍ତୁ ତୃତୀୟ ମ୍ୟାଚରେ ରବୀନ୍ଦ୍ର ଜାଡେଜାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା। ଜାଡେଜାଙ୍କ ସ୍ଥାନରେ ଚତୁର୍ଥ ମ୍ୟାଚରେ ୟୁଜବେନ୍ଦ୍ର ଚହଲଙ୍କୁ ସୁଯୋଗ ମିଳିପାରେ।

ଅନ୍ୟପକ୍ଷରେ ତୃତୀୟ ଦିନିକିଆ ଜିତିବା ପରେ ଅଷ୍ଟ୍ରେଲିଆର ମନୋବଳ ବଢିଥିବ ନିଶ୍ଚୟ। ଦଳର ଅଧିନାୟକ ଆରୋନ୍ ଫିଞ୍ଚ୍ ଠିକ୍ ସମୟରେ ଫର୍ମକୁ ଫେରିଥିବା ବେଳେ ତାଙ୍କୁ ଉସମାନ୍ ଖ୍ୱାଜା ମଧ୍ୟ ଭରପୂର ସହଯୋଗ କରିଛନ୍ତି। ଦୁହେଁ ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମ ୱିକେଟ୍ ପାଇଁ ୧୯୩ ରନର ଭାଗୀଦାରୀ କରିଥିଲେ। ଖ୍ୱାଜା ସେଠାରେ ନିଜର ପ୍ରଥମ ଦିନିକିଆ ଶତକ ପୂରଣ କରିଥିଲେ। କିନ୍ତୁ ମଧ୍ୟକ୍ରମରେ ଦଳର ବ୍ୟାଟିଂ ଲାଇନ୍ ତାସ ଘର ପରି ଭୁଶୁଡିଯାଇଥିଲା। କିନ୍ତୁ ବୋଲରମାନେ ଦମଦାର ପ୍ରଦର୍ଶନ କରି ଅଷ୍ଟ୍ରେଲିଆକୁ ବିଜୟୀ କରାଇଥିଲେ। ମୋହାଲିରେ ମଧ୍ୟ ଦଳ ତା’ର ବିଜୟଧାରା ଜାରି ରଖି ସିରିଜକୁ ବରାବର କରିବାକୁ ଲକ୍ଷ୍ୟ ରଖିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story