ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜର ଆଜି ଚତୁର୍ଥ ମ୍ୟାଚ ଖେଳାଯିବ। ଜୋହନ୍ସବର୍ଗରେ ଏହି ମ୍ୟାଚ ଖେଳାଯିବ, ତେବେ ସିରିଜର ପ୍ରଥମ ତିନୋଟି ମ୍ୟାଚରେ ଟିମ୍ ଇଣ୍ଡିଆ କବ୍ଜା କରିନେଇଛି। ବିରାଟଙ୍କ ନେତୃତ୍ୱାଧିନ ଟିମ୍ ୩-୦ରେ ଆଗୁଆ ରହି ଦୃଢ଼ ମନୋବଳ ସହ ପଡ଼ଇାକୁ ଓହ୍ଲେଇବ। ଯଦି ଜୋହନ୍ସବର୍ଗ ଦିନିକିଆରେ ଟିମ୍ ବିଜୟ ହାସଲ କରେ ତେବେ ସିରିଜକୁ ନିଜ ନାଁରେ କରିବ ଭାରତ। ସେହପରି ଘରୋଇ ଟିମ୍ ମ୍ୟାଚକୁ ନିଜ ସପକ୍ଷରେ ଆଣିବାକୁ ଚେଷ୍ଟା କରିବ। ତେବେ ଘରୋଇ ଟିମ୍ ପାଇଁ ଆହତ ଖେଳାଳି ସମସ୍ୟା ପାଲଟିଛନ୍ତି। ଟିମରେ ୪ ଜଣ ଷ୍ଟାର ଖେଳାଳି ଆହତ କାରଣରୁ ବାଦ୍ ପଡ଼ିଛନ୍ତି। ଏହାସହ ଘରୋଇ ଦଳର ବ୍ୟାଟିଂ ଲାଇନ୍ ଆଶାନୁରୂପ ସ୍କୋର କରିବାରେ ସଫଳ ହେଉନଥିବାରୁ ଦଳୀୟ ମ୍ୟାନେଜମେଣ୍ଟ ଚିନ୍ତାରେ ପଡିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।