କିଏ ହେବେ ଟିମ୍‌ ଇଣ୍ଡିଆର ପରବର୍ତ୍ତୀ କୋଚ୍‌: ରେସ୍‌ରେ ୫ ଜଣ

ଭାରତୀୟ କ୍ରିକେଟ ଦଳର କୋଚ୍‌ ପଦରୁ ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ଭାରତୀୟ ଦଳର ପରବର୍ତ୍ତୀ କୋଚ୍‌ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଅସନ୍ତୁ ନଜର ପକାଇବା ଭାରତୀୟ ଦଳର କୋଚ୍ ରେସରେ କେଉଁମାନେ ଆଗରେ ଅଛନ୍ତି। ବୀରେନ୍ଦ୍ର ସେହବାଗ: ଭାରତୀୟ ଦଳର ଏହି ପୂର୍ବତନ ବିସ୍ଫୋରକ ଓପନରଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ଅଛି। ନିକଟ ଅତୀତରେ ଶେଷ ହୋଇଥିବା ଆଇପିଏଲରେ ମଧ୍ୟ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବର ମେଣ୍ଟର […]

COACH

COACH

Rakesh Mallick
  • Published: Wednesday, 21 June 2017
  • Updated: 21 June 2017, 03:47 PM IST

Sports

Latest News

ଭାରତୀୟ କ୍ରିକେଟ ଦଳର କୋଚ୍‌ ପଦରୁ ଅନୀଲ କୁମ୍ବଲେ ଇସ୍ତଫା ଦେବା ପରେ ଭାରତୀୟ ଦଳର ପରବର୍ତ୍ତୀ କୋଚ୍‌ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏବେ ଅସନ୍ତୁ ନଜର ପକାଇବା ଭାରତୀୟ ଦଳର କୋଚ୍ ରେସରେ କେଉଁମାନେ ଆଗରେ ଅଛନ୍ତି।

virender-sehwag1ବୀରେନ୍ଦ୍ର ସେହବାଗ: ଭାରତୀୟ ଦଳର ଏହି ପୂର୍ବତନ ବିସ୍ଫୋରକ ଓପନରଙ୍କ ନାମ ଚର୍ଚ୍ଚାର ସର୍ବାଗ୍ରେ ଅଛି। ନିକଟ ଅତୀତରେ ଶେଷ ହୋଇଥିବା ଆଇପିଏଲରେ ମଧ୍ୟ ସେ କିଙ୍ଗ୍ସ ଇଲେଭେନ ପଞ୍ଜାବର ମେଣ୍ଟର ଦାୟିତ୍ୱ ତୁଲାଇଥିଲେ। ସର୍ବୋପରି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ସହ ତାଙ୍କର ଘନିଷ୍ଠତା ଏହି ରେସରେ ତାଙ୍କୁ ଆଗରେ ରଖୁଛି। ଦେଖିବାକୁ ବାକି ରହିଲା ଅନେକ ମ୍ୟାଚ୍‌ରେ ନିଜ ବିସ୍ଫୋରକ ଇଂନିସ ବଳରେ ଦଳକୁ  ଜିତାଇଥିବା ସେହବାଗଙ୍କ ଉପରେ ବିସିସିଆଇ କେତେ ଭରସା କରୁଛି। ତେବେ କୋଚିଂ କ୍ଷେତ୍ରରେ ବୀରୁଙ୍କ ସ୍ୱଳ୍ପ ଅଭିଜ୍ଞତା ତାଙ୍କ ବିପକ୍ଷରେ ମଧ୍ୟ ଯାଇପାରେ ବୋଲି ଆକଳନ କରାଯାଉଛି।

Tom-Moody-001ଟମ୍ ମୁଡି: କ୍ରିକେଟ ଦୁନିଆରେ ଯେଉଁ କେତେଜଣ କ୍ରିକେଟର ଖେଳାଳି ଅପେକ୍ଷା କୋଚ୍ ଭାବରେ ଅଧିକ ଯଶ ଅର୍ଜିଛନ୍ତି, ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ ଏହି ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର। ଅନ୍ତର୍ଜାତୀୟ, ଘରୋଇ ହେଉ ବା ଫ୍ରାଞ୍ଚାଇଜ ସବୁ କ୍ଷେତ୍ରରେ ନିଜ ପ୍ରଶିକ୍ଷିତ ଦଳକୁ ସେ ଚାମ୍ପିୟନ କରିପାରିଛନ୍ତି। ସେହିପରି ଆଇପିଏଲରେ ସେ ହାଇଦ୍ରାବାଦକୁ ଏକ ଶକ୍ତିଶାଳୀ ଦଳର ମାନ୍ୟତା ଦେଇ ପାରିଛନ୍ତି। ଭାରତୀୟ ଦଳର କୋଚ୍‌ ପଦବୀ ପାଇଁ ସେ ଆବେଦନ କରିଥିବା ବେଳେ କୋଚିଂ କ୍ଷେତ୍ରରେ ନିଜର ଅଭିଜ୍ଞତା ତାଙ୍କୁ ଟିମ୍ ଇଣ୍ଡିଆ କୋଚ୍ ଦୌଡରେ ଆଗରେ ରଖିଛି।

Richard Alexander Pybusରିଚାର୍ଡ ପାଇବସ: କ୍ରିକେଟର ଭାବେ ଗୋଟିଏ ମାତ୍ର ‘ଲିଷ୍ଟ ଏ’ ମ୍ୟାଚ ଖେଳିଥିବା ଇଂଲଣ୍ଡର ଏହି ଖେଳାଳି, କୋଚ୍ ଭାବରେ କିନ୍ତୁ ଅନେକ ସଫଳତା ସାଉଁଟିଛନ୍ତି। ୧୯୯୯ ୱାଲ୍ଡ କପ୍‌ରେ ପାକିସ୍ତାନ ଟିମ୍‌କୁ ଫାଇନାଲକୁ ନେବା ତାଙ୍କ କୋଚିଂ କ୍ୟାରିୟରରେ ସବୁଠାରୁ ବଡ ସଫଳତା। ତେବେ ନିଜ କୋଚିଂ କ୍ୟାରିୟରର ଦ୍ୱିତୀୟ ପର୍ଯ୍ୟାୟରେ ସେ ସଫଳତା ପାଇନାହାନ୍ତି। ଏପରିକି ବିଭିନ୍ନ ଦଳ ସହ ତାଙ୍କ ସ୍ୱଳ୍ପକାଳୀନ ଚୁକ୍ତି ତାଙ୍କ ବିପକ୍ଷରେ ଯାଇପାରେ।

ଲାଲଚାନ୍ଦ ରାଜପୁତ: ବର୍ତ୍ତମାନ ଆଫଗାନିସ୍ତାନ କ୍ରିକେଟ ଦଳର କୋଚ୍‌ ଥିବା ଲାଲଚାନ୍ଦ ରାଜପୁତ ମଧ୍ୟ କୋଚ୍‌ ପଦ ପାଇଁ ଅନ୍ୟତମ ପ୍ରମୁଖ ଦାବିଦାର। ୨୦୦୭ରେ ଧୋନୀ ଆଣ୍ଡ କୋଙ୍କ ଟି-ଟ୍ୱଣ୍ଟି ବିଶ୍ୱକପ୍‌ ବିଜୟୀ ଦଳର ମ୍ୟାନେଜର ଥିଲେ ସେ। ସେହିପରି ଇଣ୍ଡିଆ ୧୯ ବର୍ଷରୁ କମ ଦଳ ଓ ଭାରତୀୟ ଏ’ ଟିମ୍‌ର କୋଚ୍‌ ଦାୟିତ୍ୱ ସେ ସଫଳତାର ସହ ନିର୍ବାହ କରିଛନ୍ତି। ବହୁତ ପାଖରୁ ଭାରତୀୟ ଦଳକୁ ଅନୁଶୀଳନ କରିଥିବାରୁ ଏବଂ ପ୍ରତ୍ୟେକ ଭାରତୀୟ ଖେଳାଳିଙ୍କୁ ଭଳ ଭାବରେ ଜାଣିଥିବାରୁ ସେ ଭାରତୀୟ କ୍ରିକେଟ ଦଳର କୋଚ୍‌ ଦାୟିତ୍ୱ ନେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।

doddaଡୋଡା ଗଣେଷ: କୋଚ୍‌ ପଦ ପାଇଁ ଆବେଦନ କରି ମଧ୍ୟ କମ୍ ଚର୍ଚ୍ଚାରେ ଥିବା ଡୋଡା ଗଣେଷ ଏହି ପଦ ପାଇଁ ଜଣେ ଉତ୍ତମ ବ୍ୟକ୍ତିତ୍ୱ ବୋଲି କ୍ରିକେଟ ସମୀକ୍ଷକ ଆକଳନ କରୁଛନ୍ତି। ମାତ୍ର ୪ଟି ଟେଷ୍ଟ ଓ ଗୋଟିଏ ଏକଦିବସୀୟ ଖେଳିଥିବା ଗଣେଷ ଜଣେ ମିଷ୍ଟଭାଷୀ ବ୍ୟକ୍ତିତ୍ୱ ହୋଇଥିବା ବେଳେ ଦଳ ପଛରେ ରହି ରଣନୀତି ପ୍ରସ୍ତୁତ ଓ ଖେଳାଳିଙ୍କ ମଧ୍ୟରେ ଉତ୍ତମ ସଂପର୍କ ସ୍ଥାପନ କରିବାରେ ମାହିର ବୋଲି ଗଣା ହୁଅନ୍ତି।

ଏହି ୫ଜଣ ଭାରତୀୟ ଦଳର କୋଚ୍‌ ପାଇଁ ଆବେଦନ କରିଥିଲେ ମଧ୍ୟ ସଞ୍ଜୟ ବାଙ୍ଗର ଏବଂ ଶ୍ରୀଧରନ ଶ୍ରୀରାମଙ୍କ ନାମ ମଧ୍ୟ ଚର୍ଚ୍ଚାରେ ଅଛି। ଦେଖିବାକୁ ବାକି ରହିଲା କାହା କାନ୍ଧରେ ଭାରତୀୟ ଦଳର କୋଚ୍‌ ଦାୟିତ୍ୱ ଅର୍ପଣ କରୁଛି ବିସିସିଆଇ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos