୬୨ତମ ଜାତୀୟ ବିଦ୍ୟାଳୟ ରଗ୍‌ବୀ ଚାମ୍ପିଅନ୍‌ସିପ୍ ଆରମ୍ଭ

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆଜି ଉଦ୍‌ଘାଟିତ ହୋଇଛି ୬୨ତମ ଜାତୀୟ ବିଦ୍ୟାଳୟ ରଗ୍‌ବୀ ଚାମ୍ପିଅନ୍‌ସିପ୍। ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର ଏହାକୁ ଉଦ୍‌ଘାଟନ କରିଥିଲେ।

ଏହି ୧୭ ଓ ୧୯ ବର୍ଷରୁ କମ୍ ବାଳକ ଓ ବାଳିକା ରଗ୍‌ବୀ ଚାମ୍ପିଅନ୍‌ସିପ୍‌ରେ ଓଡ଼ିଶା ସମେତ ୧୧ଟି ରାଜ୍ୟର ୪୬୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଛନ୍ତି।

ତିନି ଦିନ ଧରି ଏହି ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହେବ।