୬୮୭/୬ରେ ଭାରତର ଇନିଂସ ଘୋଷଣା

ହାଇଦ୍ରାବାଦ୍‌: ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟରେ ଗତକାଲି ପରି ଆଜି ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଦିନରେ ଭାରତ ୬ ୱିକେଟ୍‌ ହରାଇ ୬୮୭ ରନ୍‌ ଇନିଂସ୍‌ ଘୋଷଣା କରିଥିଲା। ଆଜି ଖେଳ ଶେଷ ସୁଦ୍ଧା ବାଂଲାଦେଶ ଗୋଟିଏ ୱିକେଟ ହରାଇ ୪୧ ରନ୍‌ ସଂଗ୍ରହ କରିଛି। ଗତକାଲି ୧୧୧ ରନ୍‌ କରି ଅପରାଜିତ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ଦ୍ୱିଶତକ ହାସଲ କରିଥିଲେ। ସେ ୨୪୬ ବଲ୍‌ର ସମ୍ମୁଖୀନ […]

india

india

Rakesh Mallick
  • Published: Friday, 10 February 2017
  • Updated: 10 February 2017, 10:17 PM IST

Sports

Latest News

ହାଇଦ୍ରାବାଦ୍‌: ବାଂଲାଦେଶ ବିପକ୍ଷ ଏକମାତ୍ର ଟେଷ୍ଟରେ ଗତକାଲି ପରି ଆଜି ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଦବଦବା ଦେଖିବାକୁ ମିଳିଥିଲା। ଦ୍ୱିତୀୟ ଦିନରେ ଭାରତ ୬ ୱିକେଟ୍‌ ହରାଇ ୬୮୭ ରନ୍‌ ଇନିଂସ୍‌ ଘୋଷଣା କରିଥିଲା। ଆଜି ଖେଳ ଶେଷ ସୁଦ୍ଧା ବାଂଲାଦେଶ ଗୋଟିଏ ୱିକେଟ ହରାଇ ୪୧ ରନ୍‌ ସଂଗ୍ରହ କରିଛି।

ଗତକାଲି ୧୧୧ ରନ୍‌ କରି ଅପରାଜିତ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଆଜି ଦ୍ୱିଶତକ ହାସଲ କରିଥିଲେ। ସେ ୨୪୬ ବଲ୍‌ର ସମ୍ମୁଖୀନ ହୋଇ ୧୧ ଚୌକା ସହାୟତାରେ ୨୦୪ ରନ୍‌ କରିଥିଲେ। ସେହିପରି ଅନ୍ୟତମ ବ୍ୟାଟ୍ସମ୍ୟାନ ଭାବେ ଆଜି ରିଦ୍ଧିମାନ ଶାହା ୧୦୬ ରନ୍‌ର ଶତକୀୟ ପାରି ଖେଳିଥିଲେ। ଗତକାଲି ମୂରଲି ବିଜୟ ୧୦୮, ଲୋକେଶ ରାହୁଲ ୨ ଏବଂ ଚେତେଶ୍ୱର ପୂଜାରା ୮୩ ରନ୍‌ କରି ଆଉଟ୍‌ ହୋଇଥିଲେ। ୪୫ ରନ୍‌ରେ ଗତକାଲି ଅପରାଜିତ ଥିବା ଆଜିଙ୍କ୍ୟ ରାହାଣେ ଆଜି ୮୨ ରନ୍‌ରେ ଆଉଟ୍‌ ହୋଇଥିଲେ। ରବୀଚନ୍ଦ୍ରନ ଅଶ୍ୱିନ ୩୪ କରି ଆଉଟ୍‌ ହୋଇଥିବା ବେଳେ ରବୀନ୍ଦ୍ର ଜାଡେଜା ୬୦ ରନ୍‌ କରି ଅପରାଜିତ ରହିଥିଲେ।

ବାଂଲାଦେଶ ପକ୍ଷରୁ ଟି. ଅହମ୍ମଦ ଗୋଟିଏ, ଏମ୍‌. ହସନ୍‌ ୨ଟି ଏବଂ ଟି. ଇସଲାମ ୩ଟି ୱିକେଟ ନେଇଥିଲେ।

ଭାରତ ପାଳି ଘୋଷଣା କରିବା ପରେ ପଡିଆକୁ ଓହ୍ଲାଇଥିବା ବାଂଲାଦେଶର ଆରମ୍ଭ ଭଲ ହୋଇ ନ ଥିଲା। ଏସ୍‌ ସରକାର ମାତ୍ର ୧୫ ରନ୍‌ କରି ଆଉଟ୍‌ ହୋଇଯାଇଛି। ଉମେଶ ଯାଦବ ସରକାରଙ୍କ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos