ସ୍ଥିତି ସମ୍ଭାଳିଲେ ପୋଲାର୍ଡ, ପୁଣି ଡବଲ ଝଟ୍‌କା ଦେଲେ ପାଣ୍ଡ୍ୟା ଓ ଜାଡେଜା

ଫ୍ଲୋରିଡା: ଭାରତ ବିପକ୍ଷରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍‌କୁ ଦୁଇ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କୃନାଲ ପାଣ୍ଡ୍ୟା ଡବଲ ଝଟ୍‌କା ଦେଇଛନ୍ତି। ପାଣ୍ଡ୍ୟା ନିଜର ତୃତୀୟ ଓଭର୍‌ରେ ଇଣ୍ଡିଜ୍‌ କ୍ୟାପ୍ଟେନ କାର୍ଲୋସ ବ୍ରାଥୱେଟ୍‌(୯)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ସେହିପରି ଏହାର ପରବର୍ତ୍ତୀ ଓଭର୍‌ରେ ରବୀନ୍ଦ୍ର ଜାଡେଜା ଇଣ୍ଡିଜ୍‌ ଅଲରାଉଣ୍ଡର ସୁନୀଲ ନାରିନ୍‌(୨)ଙ୍କୁ ଆଉଟ୍‌ କରିଛନ୍ତି। ତେବେ ଅଭିଜ୍ଞ କାଏରନ୍‌ ପୋଲାର୍ଡ କ୍ରିଜ୍‌ରେ ଥିବାରୁ ଇଣ୍ଡିଜ୍‌ ବଡ଼ ସ୍କୋର କରିବାର ଲକ୍ଷ୍ୟ ରଖିଛି। ୧୬ […]

ef

ef

Hemant Lenka
  • Published: Saturday, 03 August 2019
  • Updated: 03 August 2019, 09:13 PM IST

Sports

Latest News

ଫ୍ଲୋରିଡା: ଭାରତ ବିପକ୍ଷରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ୱେଷ୍ଟଇଣ୍ଡିଜ୍‌କୁ ଦୁଇ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଓ କୃନାଲ ପାଣ୍ଡ୍ୟା ଡବଲ ଝଟ୍‌କା ଦେଇଛନ୍ତି।

ପାଣ୍ଡ୍ୟା ନିଜର ତୃତୀୟ ଓଭର୍‌ରେ ଇଣ୍ଡିଜ୍‌ କ୍ୟାପ୍ଟେନ କାର୍ଲୋସ ବ୍ରାଥୱେଟ୍‌(୯)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଛନ୍ତି। ସେହିପରି ଏହାର ପରବର୍ତ୍ତୀ ଓଭର୍‌ରେ ରବୀନ୍ଦ୍ର ଜାଡେଜା ଇଣ୍ଡିଜ୍‌ ଅଲରାଉଣ୍ଡର ସୁନୀଲ ନାରିନ୍‌(୨)ଙ୍କୁ ଆଉଟ୍‌ କରିଛନ୍ତି। ତେବେ ଅଭିଜ୍ଞ କାଏରନ୍‌ ପୋଲାର୍ଡ କ୍ରିଜ୍‌ରେ ଥିବାରୁ ଇଣ୍ଡିଜ୍‌ ବଡ଼ ସ୍କୋର କରିବାର ଲକ୍ଷ୍ୟ ରଖିଛି। ୧୬ ଓଭର ଶେଷ ସୁଦ୍ଧା ଇଣ୍ଡିଜ୍‌ ଟିମ୍‌ ୭ ୱିକେଟ୍‌ ହରାଇ ୭୦ ରନ୍‌ କରିଛି। ପୋଲାର୍ଡ ୨୮ ରନ୍‌ କରି ଅପରାଜିତ ରହିଛନ୍ତି।

ପ୍ରଥମେ ବ୍ୟାଟିଂ କରୁଥିବା ଇଣ୍ଡିଜ୍‌ ଟିମ୍‌ ଏକଦା ମାତ୍ର ୬ ଓଭର୍‌ରେ ୫ ୱିକେଟ୍‌ ହରାଇ ୩୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ତେବେ କାଏରନ୍‌ ପୋଲାର୍ଡ ଭାରତୀୟ ବୋଲରଙ୍କୁ କଡ଼ା ମୁକାବିଲା କରି ଦଳୀୟ ସ୍ଥିତି ସମ୍ଭାଳିଥିଲେ। ଭାରତ ପକ୍ଷରୁ ଆଜି ଡେବ୍ୟୁ କରୁଥିବା ନଭଦୀପ ସାଇନି ସର୍ବାଧିକ ୨ଟି ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos