ମହିଳା ଟି-୨୦ ଫାଇନାଲ ପାଇଁ ବିକ୍ରି ହେଲାଣି ୭୫ ହଜାର ଟିକେଟ

ମୁମ୍ବାଇ: ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ରବିବାର ମହିଳା ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ଫାଇନାଲରେ ରେକର୍ଡ ସୃଷ୍ଟି ହେବାକୁ ଯାଉଛି। କାରଣ ମହିଳା କ୍ରିକେଟ ମ୍ୟାଚ୍‌ ବେଳେ ଏମିସିଜିରେ ଏଥର ସର୍ବାଧିକ ଦର୍ଶକ ଉପସ୍ଥିତ ରହିବେ। ଶୁକ୍ରବାର ସୁଦ୍ଧା ଫାଇନାଲ ମ୍ୟାଚ୍‌ ପାଇଁ ୭୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଫାଇନାଲ ଦିନ ଷ୍ଟାଡିୟମରେ […]

v

v

Hemant Lenka
  • Published: Saturday, 07 March 2020
  • Updated: 07 March 2020, 03:42 PM IST

Sports

Latest News

ମୁମ୍ବାଇ: ପ୍ରସିଦ୍ଧ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡ(ଏମସିଜି)ରେ ରବିବାର ମହିଳା ଟି-୨୦ ବିଶ୍ୱକପ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯିବାକୁ ଥିବା ଏହି ଫାଇନାଲରେ ରେକର୍ଡ ସୃଷ୍ଟି ହେବାକୁ ଯାଉଛି। କାରଣ ମହିଳା କ୍ରିକେଟ ମ୍ୟାଚ୍‌ ବେଳେ ଏମିସିଜିରେ ଏଥର ସର୍ବାଧିକ ଦର୍ଶକ ଉପସ୍ଥିତ ରହିବେ।

ଶୁକ୍ରବାର ସୁଦ୍ଧା ଫାଇନାଲ ମ୍ୟାଚ୍‌ ପାଇଁ ୭୫ ହଜାର ଟିକେଟ ବିକ୍ରି ହୋଇ ସାରିଥିବା ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଫାଇନାଲ ଦିନ ଷ୍ଟାଡିୟମରେ ୯୦ ହଜାରରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ ବୋଲି ଆଇସିସି ଆକଳନ କରିଛି। ଏହି ୭୫ ହଜାର ଟିକେଟ ମଧ୍ୟରୁ ସାରା ଷ୍ଟାଇଲ୍ସ ୧୫ ହଜାର ଟିକେଟ କିଣିଛି।

ଭାରତୀୟ ପୁରୁଷ ଦଳକୁ ସର୍ବଦା ସମର୍ଥନ କରୁଥିବା ଭାରତ ଆର୍ମି ରବିବାର ଷ୍ଟାଡିୟମରେ ଭାରତୀୟ ମହିଳା ଦଳ ପାଇଁ ଚିୟର କରିବ। ଏହାବାଦ ଆସନ୍ତାକାଲି ଅଷ୍ଟ୍ରେଲିଆ ତା’ ହୋମ ପରିବେଶର ମ୍ୟାଚ୍‌ ଖେଳୁଥିବାରୁ ଘରୋଇ ଦର୍ଶକଙ୍କ ସଂଖ୍ୟା ଅଧିକ ରହିବ।

ମେଲବର୍ଣ୍ଣ ଷ୍ଟାଡିୟମର କ୍ଷମତା ୧ ଲକ୍ଷ ରହିଛି। ତେବେ ଘରୋଇ ଦଳ ଏଠାରେ ଖେଳିଥିବା ଶେଷ ମ୍ୟାଚ୍‌ରେ ୩ ହଜାର ଦର୍ଶକ ଉପସ୍ଥିତ ରହିଥିଲେ। ୧୯୮୮ ଦିନିକିଆ ବିଶ୍ୱକପ ଫାଇନାଲରେ ଅଷ୍ଟ୍ରେଲିଆ ଏଠାରେ ଇଂଲଣ୍ଡକୁ ପରାସ୍ତ କରିଥିଲା। ଏହି ମ୍ୟାଚ୍‌ରେ ମଧ୍ୟ ଦର୍ଶକ ବହୁତ କମସଂଖ୍ୟାରେ ଉପସ୍ଥିତ ଥିଲେ। ହେଲେ ଆସନ୍ତାକାଲି ମ୍ୟାଚ୍‌ରେ ୯୦ ହଜାରରୁ ଅଧିକ ଦର୍ଶକ ହେବେ ବୋଲି ଆଶା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos