ଦୁଇ ଅଙ୍କ ଛୁଇଁପାରିଲେ ନାହିଁ ୮ ଭାରତୀୟ ବ୍ୟାଟ୍ସମ୍ୟାନ୍‌, ସମ୍ମାନ ରଖିଲେ ଏହି ବୋଲର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ। ଜୋହାନ୍ସବର୍ଗ ଟେଷ୍ଟରେ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୧୮୭ ରନରେ ଅଲ୍ଆଉଟ ହୋଇଛି। ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ଓ ଭୁବନଶ୍ୱର କୁମାରଙ୍କୁ ଛାଡ଼ି ଆଉ କେହି ଦକ୍ଷିଣ ଆଫ୍ରିକାର ଅଗ୍ନିବର୍ଷୀ ଫାଷ୍ଟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ। କୋହଲି ୫୪ ଓ ପୂଜାରା ୫୦ ରନ୍ କରିଥିବା ବେଳେ ବୋଲର ଭୁବନେଶ୍ୱର କୁମାର ଦୀର୍ଘ ସମୟ ଧରି କ୍ରିଜ୍‌ରେ ରହି ଦକ୍ଷିଣ […]

sbrsbMejfagjf

sbrsbMejfagjf

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 01:40 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦକ୍ଷିଣ ଆଫ୍ରିକାରେ ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ। ଜୋହାନ୍ସବର୍ଗ ଟେଷ୍ଟରେ ପ୍ରଥମ ଇନିଂସରେ ଟିମ୍ ଇଣ୍ଡିଆ ମାତ୍ର ୧୮୭ ରନରେ ଅଲ୍ଆଉଟ ହୋଇଛି। ଚେତେଶ୍ୱର ପୂଜାରା ଓ ବିରାଟ କୋହଲି ଓ ଭୁବନଶ୍ୱର କୁମାରଙ୍କୁ ଛାଡ଼ି ଆଉ କେହି ଦକ୍ଷିଣ ଆଫ୍ରିକାର ଅଗ୍ନିବର୍ଷୀ ଫାଷ୍ଟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ। କୋହଲି ୫୪ ଓ ପୂଜାରା ୫୦ ରନ୍ କରିଥିବା ବେଳେ ବୋଲର ଭୁବନେଶ୍ୱର କୁମାର ଦୀର୍ଘ ସମୟ ଧରି କ୍ରିଜ୍‌ରେ ରହି ଦକ୍ଷିଣ ଆଫ୍ରିକା ବୋଲରଙ୍କୁ ସାମ୍ନା କରିଥିଲେ। ଭୁବନେଶ୍ୱର କୁମାର ୪୯ ବଲରୁ ୩୦ ରନ କରି ଟିମ୍‌ର ସ୍କୋରକୁ ୧୮୭ ରନ ପର୍ଯ୍ୟନ୍ତ ପହଞ୍ଚାଇଥିଲେ।

ପୂଜାରା ୫୪ ବଲ୍ ପରେ ହିଁ ଖାତା ଖୋଲି ପାରିଥିଲେ। କୋହଲି ଓ ପୂଜାରାଙ୍କୁ ଛାଡ଼ି କେବଳ ଭୁବନେଶ୍ୱର କୁମାର ହିଁ ଦୁଇ ଅଙ୍କ ଛୁଇଁ ପାରିଛନ୍ତି। ଟିମ୍ ଇଣ୍ଡିଆର ସମସ୍ତ ୱିକେଟ୍‌ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର ହିଁ ନେଇଛନ୍ତି। ତେବେ ଏହି ପିଚରେ ଖେଳିବା ବହୁତ କଷ୍ଟକର ଥିଲା ବୋଲି କୁହଯାଇଛି। ଭାରତର ବୋଲର୍ ମଧ୍ୟ ସେମିତି ବୋଲିଂ କରି ଦକ୍ଷିଣ ଆଫ୍ରିକାକୁ ଅଡୁଆରେ ପକାଇ ପାରନ୍ତି। ଟିମ୍‌ ଇଣ୍ଡିଆ ପାଇଁ ଜିତିବାର ସୁଯୋଗ ଥିବା କହିଛନ୍ତି ଚେତେଶ୍ୱର ପୂଜାରା। ଦ୍ୱିତୀୟ ଦିନରେ ଆଜି ଦକ୍ଷିଣ ଆଫ୍ରିକା ୬ରନରୁ ତାର ଇଂନିସ ଆରମ୍ଭ କରିଛି। ଗତ କାଲି ଦକ୍ଷିଣ ଆଫ୍ରିକା ୧ ୱିକେଟ୍‌ ହରାଇ ୬ରନ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos