ଶତକ କରି ଏକାଧିକ ରେକର୍ଡ ଭାଙ୍ଗିଲେ ଫିଞ୍ଚ

ଓଭାଲ୍‌: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଆଜି ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଫିଞ୍ଚ ଆଜି ୧୫୩ କରିବା ପରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ସେ ପ୍ରଥମ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ହୋଇଛନ୍ତି, ଯିଏ ବିଶ୍ୱକପ୍‌ରେ ୧୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ରିକି ପଣ୍ଟିଂ ୨୦୦୩ ବିଶ୍ୱକପ୍‌ ଫାଇନାଲ୍‌ରେ ୧୪୦ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିଲେ। ସେହିପରି ଷ୍ଟିଭ୍‌ ୱ ୧୯୯୯ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୦ […]

t

t

Hemant Lenka
  • Published: Saturday, 15 June 2019
  • Updated: 15 June 2019, 07:52 PM IST

Sports

Latest News

ଓଭାଲ୍‌: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଆଜି ଶ୍ରୀଲଙ୍କା ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ବିସ୍ଫୋରକ ଶତକୀୟ ଇନିଂସ ଖେଳିଛନ୍ତି। ଫିଞ୍ଚ ଆଜି ୧୫୩ କରିବା ପରେ ଏକାଧିକ ରେକର୍ଡ ଭାଙ୍ଗିଛନ୍ତି। ସେ ପ୍ରଥମ ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ହୋଇଛନ୍ତି, ଯିଏ ବିଶ୍ୱକପ୍‌ରେ ୧୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ଏହାପୂର୍ବରୁ ରିକି ପଣ୍ଟିଂ ୨୦୦୩ ବିଶ୍ୱକପ୍‌ ଫାଇନାଲ୍‌ରେ ୧୪୦ ରନ୍‌ର ଅପରାଜିତ ଇନିଂସ୍‌ ଖେଳିଥିଲେ। ସେହିପରି ଷ୍ଟିଭ୍‌ ୱ ୧୯୯୯ ବିଶ୍ୱକପ୍‌ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୧୨୦ ରନ୍, ୨୦୦୩ ବିଶ୍ୱକପ୍‌ରେ ରିକି ପଣ୍ଟିଂ ୧୧୪ ଓ ୨୦୦୭ ବିଶ୍ୱକପରେ ରିକି ପଣ୍ଟିଂ ସ୍କଟଲ୍ୟାଣ୍ଡ ବିପକ୍ଷରେ ୧୧୩ ରନର ଇନିଂସ୍ ଖେଳିଥିଲେ।
ଅଷ୍ଟ୍ରେଲିଆ କ୍ୟାପ୍ଟେନ୍‌ ଭାବେ ଫିଞ୍ଚ ଦ୍ୱିତୀୟ ଥର ପାଇଁ ୧୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଛନ୍ତି। ସେ ଚଳିତ ବର୍ଷ ପାକିସ୍ତାନ ବିପକ୍ଷରେ ସମାନ ୧୫୩ ରନର ଅପରାଜିତ ଇନିଂସ ଖେଳିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos