ବିଶ୍ୱକପ୍ ଖେଳିବାକୁ ଚାହୁଁଥିଲେ ଏବି ଡି'ଭିଲିୟର୍ସ, କିନ୍ତୁ...

ଜୋହାନସବର୍ଗ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ତା’ର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଦୁନିଆର ଅନ୍ୟତମ ଶକ୍ତିଶାଳୀ ଭାବେ ପରିଚିତ ଦକ୍ଷିଣ ଆଫ୍ରିକା ଟିମ୍ ଟୁର୍ଣ୍ଣାମେଣ୍ଟରେ ତା’ର ପ୍ରଥମ ତିନୋଟି ମ୍ୟାଚରେ ପରାସ୍ତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ତା’ର ଷ୍ଟାର୍ ଖେଳାଳି ଏବି ଡି’ଭିଲିୟର୍ସଙ୍କ ଅନୁପସ୍ଥିତି ହେଉଛି। ଡି’ଭିଲିୟର୍ସଙ୍କ ସନ୍ନ୍ୟାସ ନେବା ପରେ ଟିମର ମଧ୍ୟକ୍ରମ ଆଉ ପୂର୍ବ ଭଳି ମଜଭୁତ୍ ସ୍ଥିତିରେ ନାହିଁ। କିନ୍ତୁ ଏବେ ଖବର ମିଳିଛି ଯେ, […]

ab

ab

Hemant Lenka
  • Published: Thursday, 06 June 2019
  • Updated: 06 June 2019, 04:45 PM IST

Sports

Latest News

ଜୋହାନସବର୍ଗ: ଇଂଲଣ୍ଡରେ ଚାଲିଥିବା ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ତା'ର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ଦୁନିଆର ଅନ୍ୟତମ ଶକ୍ତିଶାଳୀ ଭାବେ ପରିଚିତ ଦକ୍ଷିଣ ଆଫ୍ରିକା ଟିମ୍ ଟୁର୍ଣ୍ଣାମେଣ୍ଟରେ ତା'ର ପ୍ରଥମ ତିନୋଟି ମ୍ୟାଚରେ ପରାସ୍ତ ହୋଇଛି। ଟୁର୍ଣ୍ଣାମେଣ୍ଟରେ ଦକ୍ଷିଣ ଆଫ୍ରିକାକୁ ତା'ର ଷ୍ଟାର୍ ଖେଳାଳି ଏବି ଡି'ଭିଲିୟର୍ସଙ୍କ ଅନୁପସ୍ଥିତି ହେଉଛି।

ଡି'ଭିଲିୟର୍ସଙ୍କ ସନ୍ନ୍ୟାସ ନେବା ପରେ ଟିମର ମଧ୍ୟକ୍ରମ ଆଉ ପୂର୍ବ ଭଳି ମଜଭୁତ୍ ସ୍ଥିତିରେ ନାହିଁ। କିନ୍ତୁ ଏବେ ଖବର ମିଳିଛି ଯେ, ଚଳିତ ବିଶ୍ୱକପ୍ ଖେଳିବା ପାଇଁ ଡି'ଭିଲିୟର୍ସ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡକୁ ପ୍ରସ୍ତାବ ଦେଇଥିଲେ, ଯାହାକୁ ବୋର୍ଡ ଅଗ୍ରାହ୍ୟ କରିଦେଇଥିଲା।

ଇଏସପିଏନ୍ କ୍ରିକଇନଫୋର ଏକ ରିପୋର୍ଟ ଅନୁଯାୟୀ, ଏବି ଡି'ଭିଲିୟର୍ସ ମେ' ମାସରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ବୋର୍ଡ ସାମ୍ନାରେ ଏହି ପ୍ରସ୍ତାବ ରଖିଥିଲେ ଯେ, ସେ ଦକ୍ଷିଣ ଆଫ୍ରିକା ପକ୍ଷରୁ ବିଶ୍ୱକପ୍ ଖେଳିବାକୁ ଚାହାନ୍ତି। ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାର ୧୫ ଜଣିଆ ଦଳର ଘୋଷଣା ହେବାର ପୂର୍ବଦିନ ଡି'ଭିଲିୟର୍ସ ଏହି ପ୍ରସ୍ତାବ ଦେଇଥିଲେ। ତେବେ ଡି'ଭିଲିୟର୍ସଙ୍କ ଏହି ପ୍ରସ୍ତାବକୁ ବୋର୍ଡ ଖାରଜ କରିଦେଇଥିଲା, କାରଣ ତାଙ୍କୁ ସନ୍ନ୍ୟାସରୁ ଫେରାଇ ଆଣିବାର ନିଷ୍ପତ୍ତି ଅନ୍ୟ ଖେଳାଳିଙ୍କ ଉପରେ ପ୍ରଭାବ ପକାଇବ।

ଏହି ରିପୋର୍ଟ ଅନୁଯାୟୀ, ଡି'ଭିଲିୟର୍ସ ଅବସର ପରେ ଦକ୍ଷିଣ ଆଫ୍ରିକା କ୍ୟାପଟେନ୍ ଫାଫ୍ ଡ୍ୟୁପ୍ଲେସିସ୍, ମୁଖ୍ୟ କୋଚ୍ ଓଟିସ୍ ଗିବସନ୍ ଓ ଚୟନକର୍ତ୍ତାଙ୍କ କନଭେନର ଲିଣ୍ଡା ଜୋଣ୍ଡିଙ୍କ ସମ୍ମୁଖରେ ବିଶ୍ୱକପ୍ ପାଇଁ ପ୍ରତ୍ୟାବର୍ତ୍ତନ ପ୍ରସ୍ତାବ ରଖିଥିଲେ। ସେମାନେ ମଧ୍ୟ ତାଙ୍କର ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ।

ତେବେ ପ୍ରସ୍ତାବକୁ ଅଗ୍ରାହ୍ୟ କରିବାର ଦୁଇଟି କାରଣ ରହିଛି। ପ୍ରଥମତଃ, ଡି'ଭିଲିୟର୍ସ ବିଶ୍ୱକପର ବର୍ଷକ ପୂର୍ବରୁ ଅର୍ଥାତ୍ ମେ' ୨୦୧୮ରେ ଅବସର ନେଇଥିଲେ। ତେବେ ବର୍ଷକ ପରେ ତାଙ୍କୁ ଚୟନ ପାଇଁ ଉପଯୁକ୍ତ ନୁହେଁ। ଅନ୍ୟଟି ହେଉଛି, ଡି'ଭିଲିୟର୍ସଙ୍କ ସ୍ଥାନରେ ଖେଳୁଥିବା ଖେଳାଳିମାନଙ୍କୁ ଯଦି ବାଦ୍ ଦିଆଯିବ, ତାହେଲେ ଏହା ଆଦୌ ଯୁକ୍ତିଯୁକ୍ତ ହେବନି। ତେବେ ଡି'ଭିଲିୟର୍ସଙ୍କ ଏହି ପ୍ରସ୍ତାବରେ କେତେ ସତ୍ୟତା ଅଛି, ତାହା ବୋର୍ଡ ଏବଂ ନିଜେ ଏବି କହିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story