ଏସିଆନ୍ ଚାମ୍ପିଅନ୍ସ ଟ୍ରଫି: କାଲି ଭାରତ-ଦକ୍ଷିଣ କୋରିଆ ସେମିଫାଇନାଲ୍

କ୍ୱାଣ୍ଟନ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଦୁଇଟି ଯାକ ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗୋଟିଏ ସେମି ଫାଇନାଲ୍ ମ୍ୟାଚ୍‌ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହେବ। ଅନ୍ୟଟି ଆୟୋଜକ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବ। ଭାରତ, ମାଲେସିଆ, ପାକିସ୍ତାନ, ଦକ୍ଷିଣ କୋରିଆ, ଚୀନ ଓ ଜାପାନକୁ ନେଇ ଚାଲୁଥିବା ଏହି ଟ୍ରଫିରେ ଭାରତ ୧୩ ପଏଣ୍ଟ ସହ ଟେବୁଲ୍‌ର ଶୀର୍ଷରେ ରହିଛି। ଦକ୍ଷିଣ କୋରିଆ ୮ […]

indian-hockey

indian-hockey

Rakesh Mallick
  • Published: Friday, 28 October 2016
  • Updated: 28 October 2016, 02:51 PM IST

indian-hockeyକ୍ୱାଣ୍ଟନ: ଚଳିତ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଆସନ୍ତାକାଲି ଦୁଇଟି ଯାକ ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଗୋଟିଏ ସେମି ଫାଇନାଲ୍ ମ୍ୟାଚ୍‌ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟରେ ହେବ। ଅନ୍ୟଟି ଆୟୋଜକ ମାଲେସିଆ ଓ ପାକିସ୍ତାନ ମଧ୍ୟରେ ହେବ।

ଭାରତ, ମାଲେସିଆ, ପାକିସ୍ତାନ, ଦକ୍ଷିଣ କୋରିଆ, ଚୀନ ଓ ଜାପାନକୁ ନେଇ ଚାଲୁଥିବା ଏହି ଟ୍ରଫିରେ ଭାରତ ୧୩ ପଏଣ୍ଟ ସହ ଟେବୁଲ୍‌ର ଶୀର୍ଷରେ ରହିଛି। ଦକ୍ଷିଣ କୋରିଆ ୮ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛି। ଲିଗ୍‌ ମ୍ୟାଚ୍‌ରେ ଭାରତ ଓ ଦକ୍ଷିଣ କୋରିଆ ମଧ୍ୟସ୍ଥ ମ୍ୟାଚ୍ ୧-୧ରେ ଡ୍ର’ ରହିଥିଲା। ତେବେ ବାକି ଲିଗ୍‌ ମ୍ୟାଚ୍‌ଗୁଡ଼ିକ ଭାରତ ଜିତି ଥିଲା। ଦଳ ଜାପାନକୁ ୧୦-୨ରେ ପରାସ୍ତ କରିଥିବା ବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୨ରେ ପରାସ୍ତ କରିଥିଲା। ଚୀନକୁ ୯-୦ ଓ ମାଲେସିଆକୁ ୨-୧ରେ ପରାସ୍ତ କରିଥିଲା ଭାରତୀୟ ଦଳ।

ଅଧିନାୟକ ଶ୍ରୀଜେଶଙ୍କ ଗୋଇଠିରେ ଆଘାତ ଲାଗିଥିବା ଯୋଗୁଁ ଭାରତୀୟ ଦଳ ସାମାନ୍ୟ ଚିନ୍ତାରେ ଅଛି। ତେବେ ଦଳ ଆସନ୍ତାକାଲି ମଧ୍ୟ ବିଜୟ ଧାରାକୁ ବଜାୟ ରଖିବ ବୋଲି ଆଶା ରହିଛି।

ଭାରତୀୟ ଟିମ୍‌ କୋଚ୍ ଓଲ୍ଟମାସ୍ କହିଛନ୍ତି,“ମୁଁ ଭାବୁଛି ଶ୍ରୀଜେଶ ଖେଳି ପାରିବେ। ସେ ଗୋଇଠି ଆଘାତରୁ ସୁସ୍ଥ ହୋଇଛନ୍ତି। ଯଦି ସେ ନ ଖେଳିବେ ତା’ହେଲେ ତାଙ୍କ ସ୍ଥାନରେ ଆକାଶ ଚିକ୍ତେ ଖେଳିବେ। ସେ ଜଣେ ଭାରି ଭଲ ରିଜର୍ଭ ଗୋଲକିପର। ଗତ ଦୁଇଟି ମ୍ୟାଚ୍‌ରେ ତାଙ୍କ ପ୍ରଦର୍ଶନ ବହୁତ ଭଲ ଥିଲା। କାରଣ ସେହି ମ୍ୟାଚ୍‌ଗୁଡ଼ିକରେ ଶ୍ରୀଜେଶଙ୍କୁ ପୂରା ଆରମ ଦିଆଯାଇଥିଲା।”

ଅକ୍ଟୋବର ୩୦ ତାରିଖରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

୨୦୧୧ରେ ପ୍ରଥମ ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପୁରୁଷ ହକି ଟୁର୍ଣ୍ଣାମେଣ୍ଟରେ ଭାରତ ଚାମ୍ପିଅନ୍ ହୋଇଥିଲା। ୨୦୧୨ ଓ ୨୦୧୩ରେ ପାକିସ୍ତାନ ଚାମ୍ପିଅନ ହୋଇଥିଲା। ୨୦୧୪ ଓ ୨୦୧୫ରେ ଏହି ଟୁର୍ଣ୍ଣାମେଣ୍ଟ୍ ହୋଇନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos