ସୟଦ ମୁସ୍ତାକ ଅଲୀ ଟ୍ରଫି: ମୁମ୍ବାଇକୁ ଜିତାଇଲେ ଆଦିତ୍ୟ ତାରେ

ମୁମ୍ବାଇ: ଘରୋଇ କ୍ରିକେଟରେ ନିଜର ସ୍ୱତନ୍ତ୍ର ଦବଦବା ରଖିଥିବା ମୁମ୍ବାଇ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ନିଜ ଜଲୱା ଦେଖାଇଛି। ଆଜିର ମୁକାବିଲାରେ ମୁମ୍ବାଇ ପ୍ରତିପକ୍ଷ ମଧ୍ୟପ୍ରଦେଶକୁ ଏକତରଫା ଭାବେ ୯ ୱିକେଟରେ ପରାସ୍ତ କରିଛି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏହା ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ। ଏହାପୂର୍ବରୁ ଗ୍ରୁପ ଡି’ରେ ଥିବା ମୁମ୍ବାଇ ପ୍ରତିପକ୍ଷ ହରିଆଣା ଓ ମିଜୋରାମକୁ ପରାସ୍ତ କରିଥିଲା। ଆଜି ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ମଧ୍ୟପ୍ରଦେଶ ଜିତିବା […]

qw

qw

Hemant Lenka
  • Published: Monday, 11 November 2019
  • Updated: 11 November 2019, 06:31 PM IST

Sports

Latest News

ମୁମ୍ବାଇ: ଘରୋଇ କ୍ରିକେଟରେ ନିଜର ସ୍ୱତନ୍ତ୍ର ଦବଦବା ରଖିଥିବା ମୁମ୍ବାଇ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ମଧ୍ୟ ନିଜ ଜଲୱା ଦେଖାଇଛି। ଆଜିର ମୁକାବିଲାରେ ମୁମ୍ବାଇ ପ୍ରତିପକ୍ଷ ମଧ୍ୟପ୍ରଦେଶକୁ ଏକତରଫା ଭାବେ ୯ ୱିକେଟରେ ପରାସ୍ତ କରିଛି। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ଏହା ମୁମ୍ବାଇର କ୍ରମାଗତ ତୃତୀୟ ବିଜୟ। ଏହାପୂର୍ବରୁ ଗ୍ରୁପ ଡି’ରେ ଥିବା ମୁମ୍ବାଇ ପ୍ରତିପକ୍ଷ ହରିଆଣା ଓ ମିଜୋରାମକୁ ପରାସ୍ତ କରିଥିଲା।

ଆଜି ୱାଙ୍ଖଡେ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ମ୍ୟାଚ୍‌ରେ ମଧ୍ୟପ୍ରଦେଶ ଜିତିବା ପାଇଁ ମୁମ୍ବାଇକୁ ୧୬୦ ରନ୍‌ର ଟାର୍ଗେଟ ଦେଇଥିଲା। ତେବେ ଓପନର ଜୟ ବିଷ୍ଟାଙ୍କ ୩୬ ବଲରେ ୬୮ ଓ ଆଦିତ୍ୟ ତାରେଙ୍କ ୪୮ ବଲରେ ଅପରାଜିତ ୭୪ ରନ୍‌ ବଳରେ ମୁମ୍ବାଇ ଏହି ଟାର୍ଗେଟକୁ ବେଶ ସହଜରେ ହାସଲ କରିନେଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମଧ୍ୟପ୍ରଦେଶ ଇନିଂସ୍‌ର ପ୍ରଥମ ବଲରେ ଓପନର ଆଶୁତୋଷ ଶର୍ମାଙ୍କୁ ରନ୍‌ ଆଉଟ୍‌ ରୂପେ ହରାଇଥିଲା। ଦ୍ୱିତୀୟ ୱିକେଟ ପାଇଁ ଅଧିନାୟକ ନମନ ଓଝା(୧୭ ବଲରେ ୨୨) ଓ ରଜତ ପଟିଦାର(୧୭ ବଲରେ ୨୫) ୩୯ ରନ୍‌ର ଭାଗିଦାରୀ କରିଥିଲେ। ତେବେ ୩ଟି ଚୌକା ଓ ଗୋଟିଏ ଛକା ମାରିଥିବା ନମନ ଓଝାଙ୍କୁ ସ୍ପିନର ଶାମସ ମୁଲାନି ଆଉଟ୍‌ କରି ମଧ୍ୟପ୍ରଦେଶକୁ ବଡ଼ ଝଟ୍‌କା ଦେଇଥିଲେ।

୪ନଂରେ ବ୍ୟାଟିଂ କରିବାକୁ ଆସିଥିବା ପାର୍ଥ ଶାହାଣୀ ୩୬ ବଲରେ ୪୭ ରନ୍‌ର ଇନିଂସ୍‌ ଖେଳିବାରୁ ମଧ୍ୟ ପ୍ରଦେଶ ୫ ୱିକେଟ ହରାଇ ୧୫୯ ରନ୍‌ କରିଥିଲା। ତେବେ ଏହି ଟାର୍ଗେଟକୁ ମୁମ୍ବାଇ ଗୋଟିଏ ୱିକେଟ ହରାଇ ହାସଲ କରି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos