ଆଡଭାଇଜରି କମିଟିର ପ୍ରଥମ ପସନ୍ଦ କୁମ୍ବଲେ: ପୁଣିଥରେ ତାଙ୍କୁ ମିଳିପାରେ କୋଚ୍‌ ଦାୟିତ୍ୱ

ମୁମ୍ବାଇ: ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ପୁଣି ଥରେ ଅନିଲ କୁମ୍ବଲେ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌। ଖବର ମୁତାବିକ ବିସିସିଆଇର ଆଡଭାଇଜରି କମିଟି କୁମ୍ବଲ୍ଲେଙ୍କୁ ପୁଣି ଥରେ ମୁଖ୍ୟ କୋଚ୍‌ ଦାୟୀତ୍ୱ ମିଳିବା ନେଇ ମଞ୍ଜୁରୀ ଦେଇଦେଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ, ସୌରଭ ଓ ଲକ୍ଷ୍ମଣଙ୍କୁ ନେଇ ଗଠିତ ଏହି କମିଟି ଗତକାଲି ଏଭଳି ନିଷ୍ପତ୍ତି ନେଇଛନ୍ତି। କୁମ୍ବଲେଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷ ହେଉଥିବାରୁ ବିସିସିଆଇ ଟିମ୍‌ ଇଣ୍ଡିଆର ନୂଆ […]

anil-kumble-afp_806x605_41495699916

anil-kumble-afp_806x605_41495699916

Rakesh Mallick
  • Published: Friday, 09 June 2017
  • Updated: 09 June 2017, 06:00 PM IST

Sports

Latest News

ମୁମ୍ବାଇ: ସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ପୁଣି ଥରେ ଅନିଲ କୁମ୍ବଲେ ହୋଇପାରନ୍ତି ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌। ଖବର ମୁତାବିକ ବିସିସିଆଇର ଆଡଭାଇଜରି କମିଟି କୁମ୍ବଲ୍ଲେଙ୍କୁ ପୁଣି ଥରେ ମୁଖ୍ୟ କୋଚ୍‌ ଦାୟୀତ୍ୱ ମିଳିବା ନେଇ ମଞ୍ଜୁରୀ ଦେଇଦେଇଛନ୍ତି। ମାଷ୍ଟର ବ୍ଲାଷ୍ଟର ସଚିନ, ସୌରଭ ଓ ଲକ୍ଷ୍ମଣଙ୍କୁ ନେଇ ଗଠିତ ଏହି କମିଟି ଗତକାଲି ଏଭଳି ନିଷ୍ପତ୍ତି ନେଇଛନ୍ତି। କୁମ୍ବଲେଙ୍କ କାର୍ଯ୍ୟକାଳ ଚଳିତ ମାସ ଶେଷ ହେଉଥିବାରୁ ବିସିସିଆଇ ଟିମ୍‌ ଇଣ୍ଡିଆର ନୂଆ କୋଚ୍‌ ପାଇଁ ଆବେଦନ ଗ୍ରହଣ କରିଥିଲା। ଏବଂ ଏଥିପାଇଁ କୁମ୍ବଲେଙ୍କ ବ୍ୟତିତି ଅନ୍ୟ ପାଞ୍ଚଜଣ ଆବେଦନ କରିଥିଲେ। ହେଲେ କୁମ୍ବଲେଙ୍କ କାର୍ଯ୍ୟକାଳ ଭିତରେ ଟିମ୍‌ ଇଣ୍ଡିଆର ପ୍ରଦର୍ଶନ ବେଶ ଭଲ ରହିଥିବା ସହ ତାଙ୍କର କାର୍ଯ୍ୟଦକ୍ଷ୍ୟତା ବେଶ ଉଚ୍ଚକୋଟିର ରହିଛି। ତେଣୁ ଟିମ୍‌ ଇଣ୍ଡିର ମୁଖ୍ୟ କୋଚ୍‌ ଭାବେ ସେ ପୁଣି ଥରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos